ଭିଜିଲାନ୍ସ ଜାଲରେ ସାଉଥକୋ ଜେନେରାଲ ମ୍ୟାନେଜର
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର TPSODL କର୍ପୋରେଟ୍ ଅଫିସର ବରିଷ୍ଠ ଜିଏମ ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି।
ବ୍ରହ୍ମପୁର ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।
Credible Local News of Odisha
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର TPSODL କର୍ପୋରେଟ୍ ଅଫିସର ବରିଷ୍ଠ ଜିଏମ ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି।
ବ୍ରହ୍ମପୁର ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।
ହକି ବିଶ୍ବକପ ଟ୍ରଫି ବ୍ରହ୍ମପୁରରେ ପହଞ୍ଚିବା ପରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି।
ସବୁ ରାଜ୍ୟ ବୁଲି ସାରିବା ପରେ ଏବେ ଜିଲ୍ଲାକୁ ଜିଲ୍ଲା ବୁଲୁଛି ହକି ଟ୍ରଫି ।
ବ୍ରହ୍ମପୁର ବିଜୁ ପଟ୍ଟନାୟକ ପାର୍କ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା।
ଯୁବକ ଜଣକ ନିଶା ଖାଇ ବ୍ଲେଡରେ ନିଜ ବେକ କାଟିଥିବା ସୂଚନା ମିଳିଛି।ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ବ୍ଲେଡରେ ବେକ କାଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟ ପରିସରରେ ଜଣେ ମହିଳା ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ଉପସ୍ଥିତ ପୁଲିସ
ମହିଳାଙ୍କୁ କାବୁ କରିଛନ୍ତି।
ମହିଳା ଜଣକ କିଏ ଏବଂ କାହିଁକି ଏଭଳି ପଦକ୍ଷେପ ନେଉଥିଲେ ଅସ୍ପଷ୍ଟ ହୋଇନାହିଁ।
ବ୍ରହ୍ମପୁରର ଏକ କଲେଜରେ ରାଗିଂ ଘଟଣାରେ ଭିଡିଓରେ ଥିବା ସମସ୍ତଙ୍କୁ
କଲେଜରୁ ବହିଷ୍କାର କରାଯିବା ନେଇ କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ପୁଲିସ ଗିରଫ ୨ ଛାତ୍ରଙ୍କୁ ବହିଷ୍କାର ପାଇଁ ସୁପାରିସ କରିଥିଲା। ଘଟଣାରେ ଏବେ ସୁଦ୍ଧା ୨ ଜଣ ଛାତ୍ର ଗିରଫ ହୋଇଥିବା ବେଳେ ୩ ଜଣ ଛାତ୍ର ଅଟକ ଅଛନ୍ତି ।
ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ଏକ ସରକାରୀ କଲେଜର ଜଣେ +୨ ଛାତ୍ରୀଙ୍କୁ ରାଗିଂ ହେଉଥିବା ନେଇ ଭିଡିଓ ଭାଇରାଲ ହେବା ପରେ ଜଣେ ଛାତ୍ରକୁ ଗିରଫ କରିଛି ପୁଲିସ।
ଭିଡିଓରେ ଏକ ବାଡ଼ି ଧରି ଅଶ୍ଳୀଳ ଇଙ୍ଗିତ କରୁଥିବା ଅଭିଯୁକ୍ତ ଛାତ୍ର ଗିରଫ ହୋଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ବଡ଼ ବଜାର ପୁଲିସ ।
ବ୍ରହ୍ମପୁର କାଳିପଲ୍ଲୀରେ ପ୍ରସ୍ତାବିତ ଦୀପକ ଫର୍ଟିଲାଇଜର କମ୍ପାନୀକୁ ବିରୋଧ କରି ଲୋକେ ଅଫିସ ଭିତରକୁ ଧସେଇ ପଶିଥିଲେ।
ଧସେଇ ପଶିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ସ୍ଥାନୀୟ ଲୋକ।
ବ୍ରହ୍ମପୁରର କେ ଦୀପିକା ଦୀନେଶଙ୍କ ଜାମିନ ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଦୀନେଶ ଜାମିନ ସର୍ତ୍ତ ଖିଲାପ କରିଥିବା ଅଭିଯୋଗ କରିଛନ୍ତି ଦୀପିକା । ମାମଲାର ତ୍ବରିତ ଶୁଣାଣି ପାଇଁ ଦୀପିକା ଅନୁରୋଧ କରିଛନ୍ତି।
2020 ବ୍ୟାଚର ଆଇଏଏସ କୁଲକର୍ଣ୍ଣି ଆଶୁତୋଷ ସି ଙ୍କୁ ବ୍ରହ୍ମପୁରର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି l
ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ସାମାନ୍ୟ ବଚସାରୁ ହାଉସ୍ ସର୍ଜନ ଓ ନର୍ସିଂଷ୍ଟାଫଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଛି।
ଏହା ପରେ ଅଧୀକ୍ଷକଙ୍କ ଚାମ୍ବର ଆଗରେ ଉଭୟ ଗୋଷ୍ଠୀ ଧାରଣା ଦେଇଛନ୍ତି। ଆଇସିୟୁ ଓ କାଜୁଆଲିଟି ବ୍ୟତୀତ ଅନ୍ୟ ସବୁଠି କାର୍ଯ୍ୟ ବନ୍ଦ ରହିଛି।