ଦୁର୍ଦ୍ଦାନ୍ତ ଅପରାଧୀ ସାଗର ବେହେରା ନାଁରେ NSA ଲାଗୁ

ବ୍ରହ୍ମପୁର ଜରଡ଼ା ଥାନା ନନ୍ଦିଗାଁର ସାଗର ବେହେରା ନାଁରେ NSA ଲାଗୁ ହୋଇଛି। ୨୦୧୧ରୁ ୨୦୨୬ ମଧ୍ୟରେ ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିଲେ। ହତ୍ୟା ଉଦ୍ୟମ, ଡକାୟତି, ବାଲି ଚୋରା ଚାଲାଣ, ଦଙ୍ଗା ଆଦି ମାମଲା ରହିଛି।

ଥାନା ଥାର୍ଡ ଡିଗ୍ରୀ; ୩ ପୋଲିସ ସସ୍‌ପେଣ୍ଡ୍‌

କବିସୂର୍ଯ୍ୟନଗର ଥାନା ଥାର୍ଡ ଡିଗ୍ରୀରେ ଘଟଣାରେ IPS ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ SI ସମୀର କୁମାର ରାଉତ,ବାଲିଚାଇ ଫାଣ୍ଡି ASI ବୈକୁଣ୍ଠ ଜେନା, କନେଷ୍ଟବଲ ସୁମନ କୁମାର ସାହୁଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି।

ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି। କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ଡିର ସବୁ ପୋଲିସଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାର ତଦନ୍ତ ନିର୍ଦ୍ଦେଶ

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଦକ୍ଷିଣାଞ୍ଚଳ ଆଇଜି। ଗଞ୍ଜାମ ଏସ୍‌ପିଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି ଆଇଜି ନୀତିଶେଖର। ଏସ୍‌ପି ଘଟଣାସ୍ଥଳକୁ ଯାଉଛନ୍ତି, ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି।

ପୋଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ କଲେ ପରିବାର

ବ୍ରହ୍ମପୁର କବିସୂର୍ଯ୍ୟନଗର ଥାନାରେ ପୋଲିସ୍‌ ନିସ୍ତୁକ ମାଡ଼ ମାରିଥିଲା, ଏହା ପରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି ନେଇ ପରିବାର ଅଭିଯୋଗ କରିଛନ୍ତି।

ମୃତ ଯୁବକ ସୁବୁଳିଆ ଗାଁର ୩୨ ବର୍ଷୀୟ ସୁଶାନ୍ତ ସାହୁ। ୨୫ ତାରିଖରେ ପଥର ବ୍ଲାଷ୍ଟିଂ ମାମଲାରେ ଥାନାକୁ ଆଣିଥିଲା ପୋଲିସ୍, କାଲି ପରିବାର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ହସ୍ତାନ୍ତର କରିଥିଲା।

ବ୍ରହ୍ମପୁରରେ ଜଣେ ଅଭିଯୁକ୍ତକୁ ପୋଲିସର ଏନ୍‌କାଉଣ୍ଟର

ବ୍ରହ୍ମପୁର ଉପକଣ୍ଠ ବାଉରୀ ସୁକୁଣ୍ଡାରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରାଯାଇଛି। ତାର ଦୁଇ ଆଣ୍ଠୁରେ ବାଜିଛି ଗୁଳି। କାଲି ରାତିରେ ଜଣେ ଯୁବକଙ୍କୁ ହାଣି ଫେରାର ଥିଲା ଜଗା।

ଭିଡିଓ ଭାଇରଲ ହେବାର ୫ ଘଣ୍ଟା ଭିତରେ ଏନ୍‌କାଉଣ୍ଟର କରାଯାଇଛି। ପୋଲିସ ଟିମ୍‌ ପହଞ୍ଚିବା ପରେ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା ଜଗା। ପୋଲିସର ପାଲଟା ଗୁଳିରେ ଜଗା ଆହତ ହୋଇଛି। ତାକୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି।

ପୀତବାସ ହତ୍ୟା: MKCGରେ ମଳୟ

ପୀତବାସ ହତ୍ୟା ମାମଲାରେ MKCGରେ ଭର୍ତ୍ତି ହେଲେ ଅଭିଯୁକ୍ତ ମଳୟ ବିଷୋୟୀ। ଛାତିରେ ଯନ୍ତ୍ରଣା ଓ ମଧୁମେହ କାରଣରୁ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ଗତକାଲି ବିକ୍ରମ ପଣ୍ଡାଙ୍କୁ ମଧ୍ୟ MKCGରେ ଭର୍ତ୍ତି କରାଯାଇଥିଲା।

ମହିଳା ମେଡିକାଲ ଆଟେଣ୍ଡାଣ୍ଟଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଖଡ଼ାସିଂ ରେଲୱେ ଟ୍ରାକ୍‌ରୁ ଉଦ୍ଧାର କଲା ଜିଆର୍‌ପି। ରେଲୱେ ଟ୍ରାକରୁ ଆଉ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।ମୃତ ମହିଳା ଏମ୍‌କେସିଜିରେ ମେଡିକାଲ ଆଟେଣ୍ଡାଣ୍ଟ ଥିଲେ। ଟ୍ରେନ୍ ଧକ୍କାରେ ଉଭୟ ମୃତାହତ ହୋଇଥିବା ଅନୁମାନ କରାଯାଉଛି। କିପରି ଓ କେଉଁ ପରିସ୍ଥିତିରେ ଟ୍ରେନ୍ ଧକ୍କା ଦେଲା ଅସ୍ପଷ୍ଟ ରହିଛି।

ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ବ୍ରହ୍ମପୁର ଦୁର୍ଘଟଣାରେ CMRFରୁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଗଭୀର ଶୋକ ପ୍ରକାଶ ସହ ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା।

ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

୯ ନଂ କର୍ପୋରେଟର ସନ୍ତୋଷ ସେଠୀଙ୍କ ଘରକୁ ବୋମାମାଡ଼

ବ୍ରହ୍ମପୁର ଜିଲ୍ଲା ଲକ୍ଷ୍ମୀନୃସିଂହ ସାହି ସ୍ଥିତ ବାସଭବନ ଉପରେ ବୋମାମାଡ଼ ହୋଇଛି। ୩ ଜଣ ଦୁର୍ବୃତ୍ତ ବୁଲେଟ୍‌ରେ ଆସି ବୋମାମାଡ଼ କରି ଫେରାର୍ ହୋଇଯାଇଛନ୍ତି। ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତ ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି।

ବହୁ ପୁରୁଣା ଅପରାଧୀଙ୍କ ହାତ ଥିବା କର୍ପୋରେଟର୍‌ ଅଭିଯୋଗ କରିଛନ୍ତି।

ଏସଓଜି ଯବାନ ପ୍ରେମ ସିଂ ମାଝୀଙ୍କ ପେଟରୁ ବାହାରିଲା ଗୁଳି

ବ୍ରହ୍ମପୁର MKCG ମେଡିକାଲ୍‌ରେ ଅସ୍ତ୍ରୋପ୍ରଚାର ପରେ ଗୁଳି କଢାଯାଇଛି।ଏବେ MKCG ମେଡିକାଲ୍‌ ICUରେ ପ୍ରେମ ସିଂ ମାଝୀ ଚିକିତ୍ସିତ ହେଉଛନ୍ତି। ଇନ୍ଦ୍ରଗଡ଼ ଜଙ୍ଗଲରେ ମାଓ ଅପରେସନ୍ ବେଳେ ତାଙ୍କ ପେଟରେ ବାଜିଥିଲା ଗୁଳି।

Nuakhai wishes