ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ

୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବିଶାଖାପାଟଣାରୁ ୩ ଜଣଙ୍କୁ ଗିରଫ ସହ ୯୨ଟି ପାସ୍‌ପୋର୍ଟ ଓ ଭିସା ଜବତ କଲା ବ୍ରହ୍ମପୁର ପୁଲିସ।

ଚାକିରି କରାଇଦେବାକୁ କହି ଜଣଙ୍କ ପିଛା ୫୦ ହଜାର ନେଉଥିଲେ। ଖଲ୍ଲିକୋଟର ଜଣେ ଯୁବକଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ।

ଯୁଦ୍ଧ ପୋଷାକ କପଡ଼ା ବିକ୍ରି ଅଭିଯୋଗରେ ଚଢ଼ାଉ

ବ୍ରହ୍ମପୁରର ଗଞ୍ଜାମ ଗ୍ୟାଲେକ୍ସି ଦୋକାନରେ ସେନାର ଗୁଇନ୍ଦା ବିଭାଗ ଓ ପୁଲିସ ମିଳିତ ଚଢ଼ାଉ କରିଛନ୍ତି।

୪୮୮ ମିଟର ଯୁଦ୍ଧ ପୋଷାକର କପଡ଼ା ଜବତ କରିଛି। ଦୋକାନ ମାଲିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି। କୋଲକାତାରୁ ଆଣି ବ୍ରହ୍ମପୁରରେ ଚାଲିଥିଲା ବିକ୍ରି। ଜବତ ପୋଷାକର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ।

ରାଗିଂ ଘଟଣା: ୪ ଛାତ୍ରଙ୍କୁ କ୍ୟାମ୍ପସ ବ୍ୟାନ

ଏମକେସିଜି ମେଡିକାଲ କଲେଜରେ ଗତ ୯ରେ ଦ୍ବିତୀୟ ବର୍ଷର ଛାତ୍ରକୁ ହୋଇଥିବା ରାଗିଂ ଘଟଣାରେ ସିନିୟର ଛାତ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଅଭିଯୁକ୍ତ ୪ ସିନିଅର୍ ଛାତ୍ରଙ୍କୁ କ୍ୟାମ୍ପସ୍‌ରୁ ବ୍ୟାନ୍ କରାଯାଇଛି। ଏନେଇ ମେଡିକାଲ କଲେଜ ଡିନ୍‌ ସୂଚନା ଦେଇଛନ୍ତି।

ବ୍ରହ୍ମପୁର ଏମକେସିଜିରେ ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ

୨ୟ ବର୍ଷର ଛାତ୍ରଙ୍କୁ ୨ ସିନିୟର୍ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଆହତ ଛାତ୍ରଙ୍କ ବାପାଙ୍କ ଅଭିଯୋଗକୁ ନେଇ ଡିନ୍‌ ପ୍ରତିକ୍ରିୟା ଦେଇଛନ୍ତି।ଆଣ୍ଟି ରାଗିଂ ସେଲ୍ ଘଟଣାର ତଦନ୍ତ କରୁଥିବା ଡିନ୍‌ ସୂଚନା ଦେଇଛନ୍ତି।

ବୃଦ୍ଧ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଟାଉନ୍ ଥାନା ଗାନ୍ଧି ନଗର ଦ୍ବିତୀୟ ଲାଇନ୍‌ରୁ ମୃତଦେହ ଉଦ୍ଧାର ହୋଇଛି।

ମୃତକ ବିଜିପୁର ଅମ୍ବିକା ନଗରର, ଭୋର୍ ୪ଟାରୁ ଘରୁ ବାହାରିଥିଲେ। ବେକ କାଟି ବୃଦ୍ଧଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କର ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ଆସିକା, ଭଞ୍ଜନଗର, ବ୍ରହ୍ମପୁର ଓ ଭୁବନେଶ୍ୱର ସ୍ଥିତ ଘରେ ରେଡ୍‌ ଚାଲିଛି।

ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କର ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ଆସିକା, ଭଞ୍ଜନଗର, ବ୍ରହ୍ମପୁର ଓ ଭୁବନେଶ୍ୱର ସ୍ଥିତ ଘରେ ରେଡ୍‌ ଚାଲିଛି।

ଏକ ଲଜ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ଲଜ୍‌ରୁ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବତୀ କେରଳର ହୋଇଥିବା ସୂଚନା ମିଳିଛି। ପୁରୁଷବନ୍ଧୁ ସହ ଆସି ରହୁଥିଲେ। ପୁରୁଷବନ୍ଧୁ ଫେରାର ଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର; ୨ ମୃତ

ବ୍ରହ୍ମପୁର ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ରାସ୍ତାରେ ଓଲଟିଲା ଟ୍ରାକ୍ଟର।

ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ଅଛନ୍ତି।ଏକ ରାଜନୈତିକ କାର୍ଯ୍ୟକ୍ରମକୁ ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Nuakhai wishes