ଗୋପାଳପୁର ଥାନା ସମ୍ମୁଖରେ କୀଟ ନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ମୃତ

ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ସମ୍ମୁଖରେ ଗତକାଲି ସନ୍ଧ୍ୟାରେ ମlଣ୍ଡିଆପଲ୍ଲି ଜ୍ୟୋତି ନଗରର ଟିକୀନା ଦାସ କୌଣସି କାରଣ ନେଇ ଥାନାକୁ ଯାଇଥିଲା ।

କାହା ସହ କିଛି କଥା ବାର୍ତ୍ତା ନ କରି ସେଠାରେ କୀଟ ନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା।ପୁଲିସ ବ୍ରହ୍ମପୁର ମେଡିକାଲକୁ ନେଇ ଚିକିତ୍ସା କରିଥିଲା।ଆଜି ଭୋର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। କୀଟ ନାଶକ ପିଇବାର କାରଣ ଅସ୍ପଷ୍ଟ ରହିଛି।

ଏମକେସିଜିରେ ଇଞ୍ଜେକ୍ସନ ନେବା ପରେ ରୋଗୀ ଅସୁସ୍ଥ ହୋଇଥିବା ଅଭିଯୋଗ

ବ୍ରହ୍ମପୁରର ଏମକେସିଜି ମେଡ଼ିକାଲର ମେଡ଼ିସିନ ୱାର୍ଡରେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିବା 21 ଜଣ ରୋଗୀଙ୍କୁ ଆଜି ଇଞ୍ଜେକ୍ସନ ଦେବାପରେ ସେମାନେ ବେଶୀ ଅସୁସ୍ଥ ହୋଇପଡିଥିବା ଅଭିଯୋଗ କରିଛନ୍ତି l ପରେ ସେମାନଙ୍କୁ ଅକ୍ସିଜେନ ଦିଆଯାଇଥିବା ଜଣାପଡିଛି l
ଟେବେ ଆବଶ୍ୟକତା ଅନୁଯାୟୀ ଇଞ୍ଜେକ୍ସନ ଦିଆଯାଇଥିବା ଡାକ୍ତର କହିଛନ୍ତି l

ଜାହାଙ୍ଗୀର ରତନ ଦାଦାଭାଇ ଟାଟାଙ୍କ ୧୧୮ ତମ ଜନ୍ମ ଜୟନ୍ତୀ ପାଳିତ

ଗୋପାଳପୁର ଟାଟା ଷ୍ଟିଲ ପକ୍ଷରୁ ଆଜି ଜାହାଙ୍ଗୀର ରତନ ଦାଦାଭାଇ ଟାଟାଙ୍କ ୧୧୮ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା।

ଏହି ଅବସରରେ ଏକ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ପୁଲିସ୍ ପକ୍ଷରୁ ଚଢାଉ ୧୮.୯୪୫ ଲିଟର ମଦ ଜବତ

ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ଥିବା ହାଇୱେ ଢ଼ାବାରେ ଆଜି ରାତ୍ର ପ୍ରାୟ ସାଢେ଼ ୯ ଟା ବେଳେ ଚଢ଼ାଉ କରି ୧୮.୯୪୫ ଲିଟର ମଦ ଜବତ କରିବା ସହ ନଗଦ ୨୧୬୦ ଟଙ୍କା ଜବତ କରି ଢ଼ାବା ମାଲିକ ମିନାକୁ ଗିରଫ କରିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ କହିଛନ୍ତି।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଗଷ୍ଟ ୧ରୁ ପିଜି ପ୍ରବେଶିକା ପରୀକ୍ଷା

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଶିକ୍ଷାବର୍ଷ ୨୦୨୨ – ୨୩ ନିମନ୍ତେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ ପିଜି ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଆସନ୍ତା ଅଗଷ୍ଟ ୧ରୁ୧୩ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା( ଏଣ୍ଟ୍ରାନ୍ସ) ଅନୁଷ୍ଠିତ ହେବ ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏ ନେଇ ଆଜି ଅପରାହ୍ନରେ ପିଜି କାଉନସିଲ ପରିସର ରେ ଥିବା ମିଟିଂ ହଲ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ନୂତନ ପେ ଆକାଉଣ୍ଟ ଅଫିସ ଉଦଘାଟନ

ଧବଳେଶ୍ଵର ନିକଟରେ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ପେ ଆକାଉଣ୍ଟସ ଅଫିସ ଶାଖା ଉଦଘାଟନ ହୋଇଛି।

ମୁଖ୍ୟ ଅତିଥି ଭାବେ କଣ୍ଟ୍ରୋଲର ଜେନେରାଲ ଅଫ ଡିଫେନ୍ସ ଆକାଉଣ୍ଟସ ମୁଖ୍ୟ ଶ୍ରୀ ଅଭିନାସ ଦୀକ୍ଷିସତ୍ ଯୋଗ ଦେଇ ନୂତନ କର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ।ଏହି କାର୍ଯ୍ୟାଳୟରେ ରକ୍ଷା କର୍ମଚାରୀଙ୍କ ଆର୍ଥିକ ଦେଣେ ନେଣ ହୋଇପାରିବ।ଏଥିରେ ପ୍ରାୟ ୪୦ ହଜାର ସେନା କର୍ମଚାରି ସୁବିଧା ପାଇପାରିବେ ।

ଗୋପାଳପୁରରେ ବିଜେପି ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ

ଗୋପାଳପୁରସ୍ଥିତ ମା’ ତୋଟାମ୍ମା ମନ୍ଦିରରେ ଆଜି ଗୋପାଳପୁର ମଣ୍ଡଳର ସଭାପତି ପଞ୍ଚୁ ବେହେରାଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଜେପିର ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଯୋଗ ଦେଇ ବିଜେପି କିଭଳି ଦୃଢ଼ ହେବ ସେ ନେଇ ପରାମର୍ଶ ଦେଇଥିଲେ।ତାହା ସହ ବିଜେଡି ସରକାରଙ୍କ ମନମୁଖୀ କାର୍ଯ୍ୟ କଳାପ ଉପରେ ଆଲୋକପାତ କରିଥିଲେ।ଏଥିରେ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ।

ଓଏସଇବିର ଟେକ୍ନିକାଲ କର୍ମଚାରୀ ସଂଘର ବୈଠକ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଆଜି ଓଏସଇବି lର ଟେକ୍ନିକାଲ କର୍ମଚାରୀ ସଂଘର ଗୋପାଳପୁର ଶାଖାର ସହ ସମ୍ପାଦକ ସୀମାଞ୍ଚଳ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ସଂଘର ସଭାପତି ନୃଷିଂହ ନାଥ ଦାସ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାନ୍ତିଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ସଂଘର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସ୍ବାସ୍ଥ୍ୟ ସଚେତନତା ଶିବିର ଉଦଘାଟିତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ନିୟୁ କନ୍ଫେରେନ୍ସ ହଲ ଠାରେ ଆଜି ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧,୨ଓ ୩ ପକ୍ଷରୁ ହେବାକୁ ଥିବା ତିନିଦିନିଆ ସ୍ବାସ୍ଥ୍ୟ ସଚେତନତା ଓ ପରୀକ୍ଷା ଶିବିର ଉଦଘାଟନ ହୋଇଛି।

ଏଥିରେ ମୁଖ୍ୟ ଅତିଥି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ବିଶିଷ୍ଟି ଚିକିତ୍ସାବିତ ଡାକ୍ତର ସୁନିଲ କୁମାର କୋଟା ଯୋଗଦେଇ ସୁସ୍ଥ ଜୀବନ ଏକ ସୁଖମୟ ଜୀବନ ଉପରେ ଆଲୋକପାତ କରିଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ଆଇଜର ମଧ୍ୟରେ ଏମ.ଓ.ୟୁ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ଆଇଜର ମିଳିତରେ ଗବେଷଣା ଓ ଶିକ୍ଷା ଭିତ୍ତିକଙ୍କୁ ନେଇ ବ୍ରହ୍ମପୁର ସ୍ଥିତ ଆଇଜରରେ ୭ଟି ବିଷୟ ଉପରେ ଚୁକ୍ତି କରାଯାଇଛି।

ଚୁକ୍ତିନାମା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ସଂଯୋଜକ ରାସାୟନିକ ବିଜ୍ଞାନ ବିଭାଗର ଏବଂ ସି ଆଇ ସି ର ଉପନିର୍ଦେଶକ ପ୍ରଫେସର ଲକ୍ଷ୍ମୀ ଧର ରାଉତ ,ସି ଆଇ ସିର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ l

Nuakhai wishes