ନାବାଳିକାକୁ ଅସଦାଚରଣ ଅଭିଯୋଗରେ ସେନା କର୍ମଚାରୀ ଅଟକ

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ବାଲେଶ୍ଵର ଜିଲ୍ଲା ନୀଳଗିରି ବରହମ୍ପୁର ଥାନା ପୁଲିସ ଅବସରପ୍ରାପ୍ତ ସେନାକର୍ମଚାରୀଙ୍କୁ ଅଟକ ରଖିଛି।

ପଡ଼ୋଶୀ ଘର ୧୨ ବର୍ଷର ଝିଅକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ସେବା ସମବାୟ ସମିତି ବୋର୍ଡ ସଭ୍ୟ ପାଇଁ ନାମାଙ୍କନ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ଥିବା ୮ଟି ସେବା ସମବାୟ ସମିତିର ଆଜି ମଧ୍ୟାହ୍ନରେ ବୋର୍ଡ ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କଲେଜ ବାର୍ଷିକ ଉତ୍ସବକୁ ଉଦଘାଟନ କଲେ ମନ୍ତ୍ରୀ

ବାଲେଶ୍ଵର ଜିଲ୍ଲା ଖଇରା କଲେଜରେ ବାର୍ଷିକ ଉତ୍ସବକୁ ଆଜି ମଧ୍ୟାହ୍ନରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

ଏଥିରେ କଲେଜର ଅଧ୍ୟକ୍ଷ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ନାବାଳିକା ଦୁଷ୍କର୍ମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୧୧ ହଜାର ଜରିମାନା

ବାଲେଶ୍ୱର ସ୍ୱତନ୍ତ୍ର ପୋକ୍ସ କୋର୍ଟ ଦୋଷୀ କୃଷ୍ଣଚନ୍ଦ୍ର ଶନିବାଗ୍ରହକୁ ଦଣ୍ଡାଦେଶ କରିଛନ୍ତି।

ଗତ ୨୦୧୫ରେ ଖଇରା ଥାନା ଅଞ୍ଚଳରେ ୮ ବର୍ଷର ଶିଶୁକନ୍ୟାକୁ ପଡ଼ୋଶୀ କୃଷ୍ଣ ଦୁଷ୍କର୍ମ କରିଥିଲା।

ବିଦ୍ୟୁତ ଆଘାତରେ ୨ଟି ଗାଈ ସହିତ ଷଣ୍ଢର ମୃତ୍ୟୁ

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଉଲାଡୀ ଗ୍ରାମରରେ ବିଦ୍ୟୁତ ଆଘାତରେ ୨ଟି ଗାଈ ସହିତ ଷଣ୍ଢର ମୃତ୍ୟୁ ଘଟିଛି।

ଗୋଟିଏ ବାଛୁରୀ ଛୁଆ ଗୁରୁତର ହୋଇଥିବା ବେଳେ ଗ୍ରାମବାସୀ ଜାଣିପାରି ଡାକ୍ତରଖାନା ନେଇ ଚିକିତ୍ସା ପରେ ସେ ସୁସ୍ଥ ଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତକାଲି କାଳବୈଶାଖୀ ଯୋଗୁଁ ବିଦ୍ୟୁତ ତାର ଛିଡି ଥିଲା। ଆଜି ସକାଳେ ଗୋରୁ ଗୁଡ଼ିକ ଜମିକୁ ଚରିବାକୁ ଯାଇଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଜୟଦେବକସବାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ବାଲେଶ୍ଵର ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟଦେବକସବା ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଆଜି ଶିଳାନ୍ୟାସ କରିଛନ୍ତି ବିଧାୟକ ସୁଧାଂଶୁ ଶେଖର ପରିଡା।
ସାଥିରେ ଅନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ସିମୁଳିଆ ପୁଲିସ ଦ୍ଵାରା ଟ୍ରକ ସମେତ ଗୋରୁ ଜବତ

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥରେ ଆଜି ସିମୁଳିଆ ପୁଲିସ ପକ୍ଷରୁ ଚଢାଉ କରି ବେଆଇନ ଗୋଚାଲାଣ ଗାଡିକୁ ଅଟକ ରଖି ସେଥିରେ ଥିବା ୪୧ଟି ଗୋରୁକୁ ଉଦ୍ଧାର କରି ଗୋଶାଳାରେ ଛାଡିଥିବାବେଳେ ୧୧ଜଣ ଗୋମାଫିଆକୁ ଗିରଫ କରିଛି ।

ବିଧାୟକଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ

ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ,ସୋର ବ୍ଲକ ଉପାଧ୍ୟକ୍ଷ ଏବଂ ଗ୍ରାମବାସୀ ମାନଙ୍କ ସହ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ପରିଦର୍ଶନ ଓ ସମିକ୍ଷା କରିଛନ୍ତି ବିଧାୟକ ପର୍ଶୁରାମ ଧଡ଼ା।

Nuakhai wishes