ଔଷଧ ଦୋକାନରେ ଚଢ଼ାଉ; ଜଣେ ଅଟକ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍‌ କଣ୍ଟାବଣିଆ ଗାଁରେ ଡ୍ରଗ୍ସ କଣ୍ଟ୍ରୋଲର ଟିମ ବିନା ଲାଇସେନ୍ସରେ ଚାଲିଥିବା ଔଷଧ ଦୋକାନରେ ଚଢ଼ାଉ କରି ଜଣକୁ ଅଟକ ରଖିଛି।

ଲାଇସେନ୍ସ ନ ଥାଇ ଗଚ୍ଛିତ ୨.୫ ଲକ୍ଷ ଟଙ୍କାର ଔଷଧ ସାମଗ୍ରୀ ଥିଲା।

ପୋଲିସ ହେପାଜତ୍‌ରୁ ବନ୍ଦୀ ଚମ୍ପଟ୍‌

ବାଲେଶ୍ୱର SC/ ST କୋର୍ଟ ପରିସରରୁ ଚମ୍ପଟ୍‌ ମାରିଲା ବନ୍ଦୀ ଶେଖ୍ ଇସ୍ତାଖାଦ୍। ପୋଲିସ ହେପାଜତ୍‌ରୁ ବିଚାରାଧୀନ ବନ୍ଦୀ ଚମ୍ପଟ୍‌ ମାରିଛନ୍ତି।
ଦୁଷ୍କର୍ମ ମାମଲାରେ ଇସ୍ତାଖାଦ୍‌ର ୧୪ ଦିନିଆ ରିମାଣ୍ଡ ତାରିଖ ଥିଲା।

ଶ୍ରୀରାମପୁର ଆର୍‌ଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଜଳେଶ୍ୱର ଶ୍ରୀରାମପୁର ଆର୍‌ଆଇ ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀ ପାଳପଡ଼ାରେ ଆକ୍ରମଣ କରିଛନ୍ତି। ବେଆଇନ ବାଲି ଉତ୍ତୋଳନ ରୋକିବାକୁ ଚଢ଼ାଉ ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ମାଫିଆଙ୍କ ବିରୋଧରେ ଆକ୍ସନ୍ ଦାବିରେ ଥାନାରେ ତହସିଲଦାର ଏତଲା ଦେଇଛନ୍ତି।

ହତ୍ୟାକାରୀକୁ ଫାଶି ଦଣ୍ଡାଦେଶ

୨୦୨୩ ଭୀମପୁରାରେ ଏସିଡ୍ ପକାଇ ଯୁବତୀଙ୍କୁ ହତ୍ୟା ମାମଲାରେ ଦୋଷୀ ଚନ୍ଦନ ରଣାକୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ସ୍ବତନ୍ତ୍ର ଏସ୍‌ସି ଏସ୍‌ଟି କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି। ଏସିଡ୍ ମାଡ଼ର ୬ ଦିନ ପରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

ଜିଲ୍ଲାପାଳଙ୍କ ଅଫିସ୍‌ରେ ଧସେଇ ପଶିଲେ କଂଗ୍ରେସ କର୍ମୀ

ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ୍‌ରେ ବନ୍ଦ କରିବାକୁ କର୍ମଚାରୀଙ୍କୁ କହିଲେ ଆନ୍ଦୋଳନକାରୀ। ଶେଷରେ କାର୍ଯ୍ୟ ବନ୍ଦ କରି ଘରକୁ ଫେରିଗଲେ କର୍ମଚାରୀ।

ଷ୍ଟେସନ୍ ଛକରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍

ବାଲେଶ୍ୱର ଷ୍ଟେସନ୍ ଛକରେ ଆନ୍ଦୋଳନ ଓ ପ୍ରତିବାଦ ବେଳେ ଗୌରାଙ୍ଗ ପାଣିଗ୍ରାହୀ ଗୁରୁତର ହୋଇଛନ୍ତି।

ନାକ ଓ ମୁହଁରେ ଆଘାତ ହୋଇଛି। ପୁଲିସ ଭ୍ୟାନ୍‌ ଯୋଗେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଚାଷୀଙ୍କୁ ମୁଖ୍ୟ ଯୋଗାଣ ଅଧିକାରୀ ‘ଅଭଦ୍ର’ କହିଥିବା ଅଭିଯୋଗ

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଏପରି କହିଥିବା ଅଭିଯୋଗ ହୋଇଛି। ରଣସାହି ଅଞ୍ଚଳର ଚାଷୀ ସମସ୍ୟା ଜଣାଇବା ବେଳେ ଅଧିକାରୀ ଏହା କହିଛନ୍ତି।

କାହିଁକି ଚାଷୀ ଭାଇଙ୍କୁ ଅଭଦ୍ର କହିଲ ତାର ଜବାବ ମାଗିଲେ ସରପଞ୍ଚ।ମୁଖ୍ୟ ଯୋଗାଣ ଅଧିକାରୀ ଅଭିଯୋଗର ଜବାବ ନ ରଖିବାରୁ ଚାଷୀ ଧାରଣା ଦେଇଛନ୍ତି।

ଛାତ୍ରଙ୍କୁ ଟିସି ଦେବାକୁ ଅଭିଭାବକ ଦାବି

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍‌ରୁ ବନ୍ଧୁକ ମିଳିବା ଘଟଣାରେ ସଂପୃକ୍ତ ଛାତ୍ରଙ୍କୁ ଟିସି ଦେବାକୁ ଅଭିଭାବକ ଦାବି କରିଛନ୍ତି। ଖନ୍ତପଡ଼ା ଶ୍ରୀଜଙ୍ଗ ଦାସମହାପାତ୍ର ବାଞ୍ଛାନିଧି ସ୍କୁଲ୍‌ରେ ତାଲା ପକାଇ ଧାରଣା ଦେଇଛନ୍ତି ଅଭିଭାବକ।

ପୂର୍ବରୁ ସଂପୃକ୍ତ ଛାତ୍ର ଆଉ ଜଣେ ଛାତ୍ରଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରିଥିଲେ।ଜଣେ ଛାତ୍ରୀଙ୍କୁ ମଧ୍ୟ ଖଣ୍ଡା ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଛି।

ଭିଜିଲାନ୍ସ ଜାଲରେ ଅନନ୍ତପୁର ଫାଣ୍ଡି ଏଏସ୍ଆଇ

୫ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲେଶ୍ବର ଜିଲ୍ଲା ଅନନ୍ତପୁର ଫାଣ୍ଡି ଏଏସ୍ଆଇ ହୃଷିକେଶ ବିଶ୍ବାଳ। ଦୁର୍ଘଟଣା ଘଟାଇଥିବା ବାଇକ୍‌ ରିଲିଜ୍ କରିବାକୁ ଲାଞ୍ଚ ନେଉଥିଲେ।

ପୋଲିସ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର ନେଇଗଲେ ଦୁର୍ବୃତ୍ତ

ବାଲେଶ୍ବର ଜିଲ୍ଲା ନୀଳଗିରି ଏପିଆର୍ ପୋଲିସ କନଷ୍ଟେବଲଙ୍କ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର ନେଇଗଲେ ଦୁର୍ବୃତ୍ତ। ସିଜ୍ ଟ୍ରାକ୍ଟର ଧରି ଆଣିବା ବେଳେ ଅଯୋଧ୍ୟା ଫାଣ୍ଡି ନିକଟରେ ବାଲି ମାଫିଆ ଉତ୍ପାତ କରିଛନ୍ତି।

ସୋନ ନଦୀରୁ ବେଆଇନ୍ ବାଲି ଉତ୍ତୋଳନ ବେଳେ ଜବତ ହୋଇଥିଲା ଟ୍ରାକ୍ଚର। ଖଣି ଅଧିକାରୀ ଚଢ଼ାଉ କରି ଧରିବା ପରେ ସିଜ୍‌ କରି ଆଣୁଥିଲା ପୋଲିସ।

Nuakhai wishes