ଗୁହାଳରେ ନିଆଁ ଲାଗି ୩୦ ଛେଳି, ୪ ଗୋରୁ ଜୀବନ୍ତ ଦଗ୍ଧ

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଶ୍ରୀରାମପୁର ପଞ୍ଚାୟତ ଦଳବୁଦ୍ଧି ଗାଁରେ ଅଗ୍ନିକାଣ୍ଡ ଘଟିଛି।

ପୂର୍ବ ଶତ୍ରୁତାରୁ ଗୁହାଳରେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

ବିଜେଡିରୁ ଇସ୍ତଫା ଦେଲେ ସୁଦର୍ଶନ ଜେନା

ବାଲେଶ୍ୱର ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଇସ୍ତଫା ଦେଇଛନ୍ତି।

ଏକାଧିକ କାରଣ ଦର୍ଶାଇ ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଲେ।

ସୋର ଥାନା ଅଞ୍ଚଳରେ ୬ଟି ମନ୍ଦିରରୁ ଚୋରି ଅଭିଯୋଗ

ଖରିଦା ଓ ମାଣତ୍ରୀ ଗାଁରେ ୨ଟି ମନ୍ଦିରରୁ ରୁପା ମୂର୍ତ୍ତି ଓ ବଂଶୀ ଚୋରି ହୋଇଥିବା ବେଳେ ଅନ୍ୟ ୪ଟି ମନ୍ଦିରରୁ ମୂର୍ତ୍ତି ଓ ଦାନବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୋର ଥାନାରେ ଏତଲା ପରେ ଘଟଣାସ୍ଥଳରେ ପୁଲିସ ଛାନଭିନ୍ କରୁଛି।

ନିଆଁ ଲିଭାଇବା ବେଳେ ପୋଡ଼ି ହୋଇ ଦମ୍ପତି ଗୁରୁତର

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସୀତାଡିହା ଗାଁରେ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ୧୦ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ନିଆଁ ଲିଭାଇବା ବେଳେ ପୋଡ଼ିଗଲେ ଦମ୍ପତି। ଗୁରୁତର ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି।

ବାପା ତାଗିଦ୍ କରିବାରୁ ୧୭ ବର୍ଷୀୟ ପୁଅର ଆତ୍ମହତ୍ୟା

ବାଲେଶ୍ଵର ଜିଲ୍ଲା ଆର୍ତ୍ତପୁର ପଞ୍ଚାୟତ ହଂସପାଟଣା ଗାଁରେ ଏହି ଘଟଣା ଘଟିଛି।

ସାନ ଭାଇ ସହ ବଲ୍ ପାଇଁ ଝଗଡ଼ା କରିବାରୁ ବାପା ତାଗିଦ କରିଥିଲେ। କିଛି ସମୟ ପରେ ଗାଁ ପାଖ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ନାବାଳକ।

ମନ୍ମଥ ମନୋଜ ସ୍ମୃତି ପୀଠ ଉଦଘାଟିତ

ବାଲେଶ୍ବରର ଶଙ୍ଖାରିରେ ମନ୍ମଥ ମନୋଜ ସ୍ମୃତି ପୀଠ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ।

ଏହା ସହ ଜିଲ୍ଲାରେ ୨୨୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବର ସହରରେ ସିଟି ବସ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବାଲିଆପାଳକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ

ସ୍ୱାଭିମାନ ମଞ୍ଚ ପକ୍ଷରୁ ସକାଳ ୭ରୁ ଅପରାହ୍ନ ୨ଟା ଯାଏଁ ବନ୍ଦ ପାଳନ କରାଯାଉଛି।

ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି।

Nuakhai wishes