ରେମୁଣା ବିଜେପିର ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର ଜିଲ୍ଲା ରେମୁଣା ଠାରେ ବିଜେପିର ୮ ବର୍ଷର ସୁଶାସନ, ସେବା ଓ ଗରିବୀ କଲ୍ୟାଣର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ନେଇ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଛି।

ଏଥିରେ ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମହିଳାମାନଙ୍କ ସଶକ୍ତିକରଣ ଦିଗରେ ଉଦବୋଧନ ଦେଇଥିଲେ।

ସୋରରେ ଜଗନ୍ନାଥ ଓ ଉତ୍କଳ ଏକ୍ସପ୍ରେସ୍‌ ରହଣି ଦାବିରେ ରେଳରୋକ

ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନ୍ ନିକଟରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରେଳରୋକ କରାଯାଇଛି।

ସୋର ଷ୍ଟେସନ୍ ନିକଟ ଉଡ଼ନ୍ତା ପୋଲଠାରେ ପୂର୍ବରୁ ଏହି ୨ ଏକ୍ସପ୍ରେସ୍ ଅଟକୁଥିଲା। ହେଲେ ଏବେ ରହୁ ନ ଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ପୁନଃ ରହଣି ଦାବି କରାଯାଇଛି।

ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ବିଦ୍ୟାଳୟ ରାସ୍ତା କଡରେ ଆଜି ଅଞ୍ଚଳବାସୀ ମାନେ ବିଶ୍ୱ ପରିବେଶ ଦିବସ ଅଵସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ ।

ପ୍ରଥମ ଥର ମନ୍ତ୍ରୀ ହେଲେ ବିଧାୟକ ଅଶ୍ୱିନୀ ପାତ୍ର

ଚାରିଥର ଜଳେଶ୍ୱରରୁ ବିଧାୟକ ହୋଇଥିବା ଅଶ୍ୱିନୀ ପାତ୍ର ଆଜି ପ୍ରଥମ ଥର ପାଇଁ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି l

ଗଛମାଳିଆ ନିକଟରେ ଯୁବକଙ୍କୁ ବିଭତ୍ସ ହତ୍ୟା

ବାଲେଶ୍ଵର ଚାନ୍ଦିପୁର ଡିଫେନ୍ସ ରୋଡ ଗଛମାଳିଆ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ବିଭତ୍ସ ହତ୍ୟା କରାଯାଇଛି।

ମୃତଦେହ ନିକଟସ୍ଥ ନାଳ ମଧ୍ଯରେ ପଡିଥିବା ଦେଖାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଚାରୁ ଓ କାରୁକଳା ମହାବିଦ୍ୟାଳୟରେ କଳାମେଳା ଉଦଘାଟିତ

ଆଜି ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ କଳା ମେଳା ଉଦଘାଟିତ ହୋଇଛି।

ଏହାକୁ ରେମୁଣା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ମେଳା ଆସନ୍ତା ୫ ଜୁନ ଯାଏ ଜାରି ରହିବ।

ଦୁର୍ଗାଦେବୀ ସେବା ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ଧାରଣା

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ଦୁର୍ଗାଦେବୀ ସେବା ସମବାୟ ସମିତି ସମ୍ମୁଖରେ ଭୋଟର ତାଲିକାରେ ଚଞ୍ଚକତା ଅଭିଯୋଗ କରି ଚାଷୀମାନେ ଧାରଣାରେ ବସିଛନ୍ତି।

ପରେ ନିର୍ବାଚନ ଅଧିକାରୀ ସେଠାରେ ପହଁଚି ବୁଝାସୁଝା ସହ ତାଲିକା ଯାଞ୍ଚ କରିଛନ୍ତି।

Nuakhai wishes