ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଉଲାଡୀ ଗ୍ରାମରରେ ବିଦ୍ୟୁତ ଆଘାତରେ ୨ଟି ଗାଈ ସହିତ ଷଣ୍ଢର ମୃତ୍ୟୁ ଘଟିଛି।
ଗୋଟିଏ ବାଛୁରୀ ଛୁଆ ଗୁରୁତର ହୋଇଥିବା ବେଳେ ଗ୍ରାମବାସୀ ଜାଣିପାରି ଡାକ୍ତରଖାନା ନେଇ ଚିକିତ୍ସା ପରେ ସେ ସୁସ୍ଥ ଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତକାଲି କାଳବୈଶାଖୀ ଯୋଗୁଁ ବିଦ୍ୟୁତ ତାର ଛିଡି ଥିଲା। ଆଜି ସକାଳେ ଗୋରୁ ଗୁଡ଼ିକ ଜମିକୁ ଚରିବାକୁ ଯାଇଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।