୬ଟି ବାଲି ଖାଦାନ ଉପରେ ୧୪୪ ଧାରା ଜାରି

ସରକାରଙ୍କ ନିୟମକୁ ଉଲଙ୍ଘନ କରି ବାଲି ଉତ୍ତୋଳନ କରିବା ଅଭିଯୋଗରେ ୬ଟି ବାଲି ଖାଦାନରେ ନାଲି ପତାକା ଲଗାଇ ୧୪୪ ଧାରା ଜାରି କରିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ।

ବସ୍ତା ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ଆମ୍ବକୁଡୁଚି, ଦେଭୋଗ, କଦରାୟା, ଧୁତିପୂରା, ବେଣାପୁରା ଓ ଜଳକା ନଦୀର ବାଲି ଖାଦାନ ଉପରେ ୧୪୪ ଧାରା ହୋଇଛି।

10 ଲକ୍ଷର ଗଞ୍ଜେଇ ଜବତ, ଦୁଇ ଗିରଫ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ଲର ଚାଲନ୍ତି ଛକ ନିକଟରୁ ଏକ ସ୍ବିଫ୍ଟ କାରରୁ ଆଜି ପୁଲିସ ପ୍ରାୟ ଦଶ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି l

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବାଲେଶ୍ଵର ଶାଖା ପକ୍ଷରୁ ବିଭିନ୍ନ ବିଦ୍ୟୁତ୍ ସମସ୍ୟାର ସମାଧାନ ଦାବିରେ ରେଳ ଷ୍ଟେସନ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ୩ ଜୁଆଡ଼ି ଗିରଫ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ଠାରେ ଚାଲିଥିବା ଜୁଆଖେଳ ଉପରେ ଖଇରା ପୁଲିସର ଏକ ଟିମ୍ ଆଜି ସକାଳେ ଅଚାନକ ଚଢ଼ାଉ କରି ୩ଜଣ ଜୁଆଡ଼ିକୁ ଗିରଫ କରିବା ସହିତ ୧୮୭୦ ଟଙ୍କା ଜବତ କରିଛି ଖଇରା ପୁଲିସ ।

ଚିଟଫଣ୍ଡ ଠକ ପ୍ରିନ୍ସ କୁମାରକୁ କୋର୍ଟରେ ହାଜର କରାଗଲା

ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ନିବେଶକଙ୍କୁ ପ୍ରାୟ ଦେଢ଼ କୋଟି ଟଙ୍କା ଠକିଥିବା ଅଭିଯୋଗରେ ମଥୁରାରୁ ଗିରଫ ହୋଇଥିବା ଡିଜିଟାଲ ରିଭୋଲ୍ୟୁସନ ଟେକ୍ନୋଲୋଜି ଲିମିଟେଡ଼ର ମୁଖ୍ୟ ପ୍ରିନ୍ସ କୁମାରକୁ ଆଜି କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଅଧିକାରୀ ମାନେ ବାଲେଶ୍ୱର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର କରାଇଛନ୍ତି l

ପାଚେରିରେ ରଙ୍ଗ ମରାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ

କମର୍ଦା ଥାନା ଅନ୍ତର୍ଗତ ନହରା ଗ୍ରାମ ପଂଚାୟତ ସାତସୁଳିଆ ଗ୍ରାମର ଶଶିକାନ୍ତ ପ୍ରମାଣିକ ସହିତ ଦିର୍ଘଦିନ ଧରି ଜମିବାଡି ବିବାଦକୁ ନେଇ ପାରିବାରିକ ଅସନ୍ତୋଷ ଥିବା ବେଳେ ଆଜି ଶଶିକାନ୍ତ ପାଚେରିରେ ରଙ୍ଗ ଦେଉଥିବା ସମୟରେ ରବିନ୍ଦ୍ର ପ୍ରମାଣିକ, ସୁଧାଶୁ ପ୍ରମାଣିକ , ହିମାଂଶୁ ପ୍ରମାଣିକ ମିଳିତ ସଂଘବଧ ଭାବରେ ରଡ଼ ଏବଂ ବାଉଁଶ ବାଡ଼ିରେ ଆକ୍ରମଣ କରିଥିଲେ ଫଳରେ ଶଶିକାନ୍ତର ମୁଣ୍ଡରେ ଲୁହା ରଡ଼ରେ ମାଡ଼ ହଇଥିଲା ।

ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନlନ୍ତର କରାଯାଇଛି ।

ବେଆଇନ କାଠ ନେଇଯାଉଥିବା ବେପାରୀ ଗିରଫ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରି ପଞ୍ଚାୟତ ହାଣ୍ଡିଆ ହାଟ ନିକଟରେ ବେଆଇନ ଶାଳ କାଠ ନେଉ ଯାଉଥିବା ବେଳେ ଆଜି ମଧ୍ୟାହ୍ନରେ କୁପାରି ବନ ବିଭାଗ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କାର କାଠ ଓ ୩ଟି ସାଇକେଲ ଜବତ କରିଛି ।

Nuakhai wishes