ବାଲୁକା କଳାରେ ପ୍ରଧାନମନ୍ତ୍ରୀ

ଆଜି ବିଶ୍ୱ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଫଟୋ ଆଙ୍କି ଶୁଭେଚ୍ଛା ଜଣାଇଛନ୍ତି ।

ଏହି ସ୍ଥାନରେ ଆଜି ସକାଳୁ ବହୁ ପର୍ଯ୍ୟଟକ ଯୋଗ ଅଭ୍ୟାସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ବିରାଟ ବାଲୁକକଳାରେ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ବିଶ୍ୱ ଯୋଗ ଦିବସ ଉପଲକ୍ଷେ ବଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବିଶ୍ୱର ସବୁଠୁ ବଡ଼ ବାଲୁକା କଳା କରି ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି ।

ଶ୍ରୀ ପଟ୍ଟନାୟକ ପ୍ରାୟ ୩୫ଶହ ବର୍ଗ ଫୁଟ ଜାଗାରେରେ ବିରାଟ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି ।

କୋଣାର୍କରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଶ୍ୱିନୀ ବୈଷ୍ଣବ

ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରମୁଖ ଐତିହ୍ୟସ୍ଥଳ କୋଣାର୍କରେ ଯୋଗ ଦିବସ ପାଳିତ ହୋଇଯାଇଛି ।

ଏଥରେ କେନ୍ଦ୍ର ରେଳ ମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ ଯୋଗଦେଇ ଆନୁଷ୍ଠାନିକ ଭାବେ ଯୋଗ ଦିବସର ଶୁଭାରମ୍ଭ କରିଥିଲେ ।

ବିଶ୍ୱ ସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ

ରେଳସେବା କ୍ଷେତ୍ରରେ ପୁରୀ ଅନ୍ତର୍ଜାତୀୟ ଗମନାଗମନର ହେବ ପ୍ରାଣକେନ୍ଦ୍ର ଏବଂ ଦୈନିକ ପ୍ରାୟ ୨୦ ହଜାର ରେଳ ଯାତ୍ରୀର ଗମନାଗମନ ସୁବିଧାର ମାର୍ଗ ପ୍ରଶସ୍ତ ହେବ ।

ରେଳ ଷ୍ଟେସନରେ ନବନିର୍ମିତ କୋଠା ଘଣ୍ଟା ପ୍ରତି ୨୫୦କିମି ବେଗରେ ବହୁଥିବା ପବନକୁ ପ୍ରତିହତ କରିବାର ସାମର୍ଥ୍ୟ ରଖିବ ।ଏହି କାମ ପିପିପି ମୋଡ଼ ରେ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭ୍ୟାନ ଧକ୍କାରେ ଦୁଇ ପର୍ଯ୍ୟଟକ ଆହତ

ପୁରୀ ବଡ଼ଦାଣ୍ଡ ରଥ ଖଳା ନିକଟରେ ଆଜି ଏକ ପିକ ଅପ ଭ୍ୟାନ ଧକ୍କାରେ ଅନୁଗୁଳଜିଲ୍ଲାରୁ ଆସିଥିବା ଦୁଇଜଣ ଦୁଇଜଣ ପର୍ଯ୍ୟଟକ ଆହତ ହୋଇଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l
ଭ୍ୟାନଟି ଦୁର୍ଘଟଣା ଘଟାଇବା ପରେ ନନ୍ଦିଘୋଷ ରଥ କର୍ଡନକୁ ଧକ୍କା ଦେଇଥିଲା l ଡ୍ରାଇଭରଙ୍କୁ ବାତ ମାରିବାରୁ ଏପରି ଦୁର୍ଘଟଣା ହୋଇଥିବା କୁହାଯାଉଛି l ପୁଲିସ ତାଙ୍କୁ ଅଟକ ରଖିଛି l

ତିନିରଥର ପୋଟଳ ନିର୍ମାଣ ଶେଷ

ପୁରୀ ତିନିରଥର ଅବଶିଷ୍ଠ ୧୨ ଗୋଟି ପୋଟଳ ନିର୍ମାଣ ଶେଷ ହେବା ସହ ତିନିରଥର ପାରା ଭାଡ଼ି ନିର୍ମାଣ ଶେଷ ହୋଇଅଛି।

ଏଥି ସହ ତିନିରଥର ବେଦି ସମୁଖ ଭାଗରେ
ତାଗ ବା ବଟନ ବାଡ଼ିଆ ଶେଷ ହୋଇଛି ।ଏହାପରେ ରଥ ତ୍ରୟର ବେଦି ଚାରି ପାର୍ଶ୍ୱରେ ପଟା ବାଡ଼ିଆଜିବ ।

ପୁରୀ ରଥ ଖଳାରେ ରଥ କାର୍ଯ୍ୟର ଯାଞ୍ଚ କଲେ ୧୦ ଜଣିଆ ଟିମ୍

ଆଞ୍ଚଳିକ ବନ ସଂରକ୍ଷକ ଓ ଡିଏଫ୍ଓ ସମେତ ୧୦ ଜଣିଆ ଟିମ ୩ ରଥର କାର୍ଯ୍ୟ ଓ ସ୍ଥିତି ଯାଞ୍ଚ କରିଛନ୍ତି।

୩ ରଥ ପାଇଁ ୨୯ ଖଣ୍ଡ କାଠ ଅଧିକ ଯୋଗାଯାଇଥିବା ସୂଚନା ମିଳିଛି।

ଚିଲିକାରେ ଯାତ୍ରୀ ପରିବହନ ବନ୍ଦ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ପଣାଯାତ୍ରା ଚାଲିଥିବା ବେଳେ ଆଳୁପାଟଣା ଗାଁ ଓ ତିତିପ ଗାଁ ର କିଛି ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ମାଡ଼ପିଟ ହୋଇଥିଲା ସେଥିପାଇଁ ୩୫ ମୌଜା ପରିଚାଳନା କମିଟି ଏକ ବୈଠକ କରି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଯାତ୍ରୀ ପରିବହନକୁ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି ।

ଏହି ଘଟଣାରେ ୩୫ମୌଜା ପରିଚାଳନା କମିଟି , ସ୍ଥାନୀୟ ପ୍ରଶାସନ ଓ ଉଭୟ ଗାଁ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନ ହୋଇନଥିଲା ।

ରଥ କନା କାର୍ଯ୍ୟ ଆରମ୍ଭ

ତିନିରଥର ତୃତୀୟ ଭୁଇଁ ସଂଯୋଗ ପରେ ବଡ ଧରା ପୋଟଳ ଉଠିବା ସହ ପ୍ରଥମ ଭୁଇଁରେ ବସିବା ପାଇଁ କନକ ମୁଣ୍ଡି ନିର୍ମାଣ ହୋଇ ବିନ୍ଧ ଖୋଦେଇ ଚାଲିଛି ଏବଂ ରଥ କନା କାର୍ଯ୍ୟ ଆରମ୍ଭ ହୋଇଛି ।

ତିନିରଥର ଦୁଆର ବେଢାରେ ଫିଟିଙ୍ଗ ହେବା ପାଇଁ ଗାରେଡି ସହ ମଗର ମୁଖ ପଟା ସଂଯୋଗ ହୋଇ ରହିଅଛି । ଏଥି ସହ ତିନିରଥର ଚକ, କୋଣ ଗୁଜ ଆଦିରେ ଧଳା ରଙ୍ଗର ଆସ୍ତରଣ ଦେବା ପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବା ସହ ପାର୍ଶ୍ୱ ଦେବ ଦେବୀଙ୍କ ରଙ୍ଗ କାର୍ଯ୍ୟ ଜାରି ରହିଛି ।

ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଦୁଇବର୍ଷ ପରେ ଏବଂ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଆଜି ହୋଇଥିବା ସମନ୍ୱୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି l
ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ l ଏଥିସହ କୋଭିଡ ସମୟରେ ରଥଯାତ୍ରାରେ ସହଯୋଗ ପାଇଁ ସେବାୟତ ମାନଙ୍କୁ ଧନ୍ୟବାଦ ଦେଇଥିଲେ l

Nuakhai wishes