କିମ୍ବଦନ୍ତୀ ଟଲ୍ ମ୍ୟାନଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

କିମ୍ବଦନ୍ତୀ ଟଲ୍ ମ୍ୟାନଙ୍କ ଶ୍ରାଦ୍ଧ ଦିବସରେ ପୁରୀ ବେଳାଭୂମିରେ ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଣାଇଲେ ଶ୍ରଦ୍ଧାଞ୍ଜଳି l

ଏହି ଅବସରରେ ସୁଦର୍ଶନ କହିଛନ୍ତି, ବିଜୁ ପଟ୍ଟନାୟକ ଆଧୁନିକ ଓଡିଶାର ଜଣେ ସ୍ଥପତି, ମୂର୍ତ୍ତିକାର, ଷ୍ଟେଟମ୍ୟାନ୍, ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ l ଆଜି ତାଙ୍କ ପୂଣ୍ୟ ତିଥିରେ ତାଙ୍କୁ ପ୍ରଣାମ l

ଶ୍ରୀମନ୍ଦିରରେ ଦର୍ଶନ ବେଳେ ଭକ୍ତ ଅସୁସ୍ଥ, ପରେ ମୃତ

ଛତିଶଗଡ଼ର ଜଣେ 72 ବର୍ଷର ପର୍ଯ୍ୟଟକ ଆଜି ଶ୍ରୀମନ୍ଦିର ଭିତରେ ମା ବିମଳାଙ୍କ ଦର୍ଶନ କରୁଥିବା ବେଳେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ l

ତାଙ୍କୁ ତୁରନ୍ତ ପୁରୀ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ମୃତ୍ୟୁ ହୋଇଯାଇଥିଲା l

ଗୁହାଳରେ ଅଗ୍ନିକାଣ୍ଡ, ୨ ଗୋରୁ ମୃତ, ୨୦ ଆହତ

କୃଷପ୍ରସାଦ ବ୍ଲକର ସିଆଣ୍ଡି ଗ୍ରାମର ଏକ ଗୁହାଳରେ ଗତକାଲି ରାତିରେ ଅଚାନକ ଅଗ୍ନିକାଣ୍ଡ ହେବାରୁ 2 ଟି ଗୋରୁଙ୍କ ମୃତ୍ୟୁ ହୋଇଛି ଏବଂ 20 ଟି ଗୋରୁ ଆହତ ହୋଇଛନ୍ତି l

ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି l

ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନରେ ୧୫ଫୁଟର ବ୍ରୋଞ୍ଚ ମୂର୍ତ୍ତି

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମ ଏକ ପର୍ଯ୍ୟଟନସ୍ଥଳୀ ନୁହଁ ଏହାକୁ ଜ୍ଞାନକେନ୍ଦ୍ରରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କାମ ଆରମ୍ଭ ହୋଇଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଗତକାଲି ସୁଆଣ୍ଡୋ ଯାଇ ଚାଲିଥିବା କାମର ତଦାରଖ କରିଥିଲେ ଏବଂ ଗୋପବନ୍ଧୁଙ୍କ ୧୫ଫୁଟର ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଆଲୋଚନା କରିଥିଲେ ।

ଏହା ଉତ୍କଳମଣିଙ୍କ ତ୍ୟାଗପୂତ ଜୀବନାଦର୍ଶର ପ୍ରଚାର ପ୍ରସାରରେ ସାହାୟକ ହେବ ।

ପୁଅ ଆଗରେ ସମୁଦ୍ରରେ ଭାସି ଗଲେ ବାପା

ପୁରୀ ବେଳାଭୂମିରେ ଆଜି ସକାଳେ ବାଲେଶ୍ୱରରୁ ଆସିଥିବା ପର୍ଯ୍ୟଟକ ବାପା -ପୁଅ ବେଳାଭୂମିରେ ଗାଧୋଇବା ବେଳେ ପୁଅ ସମ୍ମୁଖରେ ବାପା ସମୁଦ୍ରରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି l

ତାଙ୍କୁ ଉଦ୍ଧାର କରିବାକୁ ଲାଇଫ ଗାର୍ଡ ମାନେ ଉଦ୍ୟମ ଜାରି ରଖିଛନ୍ତି l

ଗୋପବନ୍ଧୁଙ୍କ ଜନ୍ମ ପୀଠ ସୁଆଣ୍ଡୋରେ ୫-ଟି ସଚିବ

୫-ଟି ସଚିବ ଭିକେ ପଣ୍ଡିଆନ ଆଜି ସକାଳେ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋରେ ପହଞ୍ଚି ବିକାଶ କାମର ସମୀକ୍ଷା କରିଛନ୍ତି।

ମାର୍ଚ୍ଚ ୨୦୨୨ ଶେଷ ସୁଦ୍ଧା ବିକାଶ କାମ ସାରିବାକୁ ତାରିଖ ଧାର୍ଯ୍ୟ ହୋଇଛି। ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ ସରକାର ୧୫ କୋଟି ୧୬ ଲକ୍ଷର ବ୍ୟୟ ଅଟକଳ କରିଛନ୍ତି।

ସତ୍ୟସାଇ ସେବା ସମିତି ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ

ପୁରୀ ଜିଲ୍ଲା ସତ୍ଯସାଇ ସେବା ସମିତିର ନିର୍ଦ୍ଦେଶ କ୍ରମେ ବିଗତ ବର୍ଷମାନଙ୍କ ଭଳି ଚଳିତବର୍ଷ କୋଣାର୍କ ସ୍ଥିତ ଥାନାଛକ ଠାରେ ଆଜି ଠାରୁ ଜଳଛତ୍ରର ଶୁଭାରମ୍ଭ ହୋଇଛି।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିଥି ଭାବରେ କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବିନ୍ଦ୍ରନାଥ ବାହିନୀପତି, କୋଣାର୍କ ଥାନା ସବଇନ୍ସିପେକ୍ଟର ଦୀପକକୁମାର ସାମନ୍ତରାୟ, ରାମଚଣ୍ଡୀ ଅଗ୍ନିସମ ପ୍ରଶିକ୍ଷଣକେନ୍ଦ୍ରର ଅଧିକାରୀ ବିଚିତ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

ବାଲୁକା କୃତିରେ ନବବର୍ଷର ଅଭିନନ୍ଦନ

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ଓଡ଼ିଆ ନବ ବର୍ଷ ଉପଲକ୍ଷେ ଅଭିନନ୍ଦନ ଜଣାଇ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କୃତି ପ୍ରସ୍ତୁତ କରିଛନ୍ତି l

Nuakhai wishes