ନାଟ ମଣ୍ଡପକୁ ଚଢ଼ିବାକୁ ଉଦ୍ୟମ କରୁଥିବା ଯୁବକ ଅଟକ
ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିବା ବେଳେ ବଙ୍ଗୀୟ ଭକ୍ତଙ୍କୁ ଅଟକାଇଲେ ଜେଟିପି।
ଭକ୍ତ ଜଣକ ପଶ୍ଚିମବଙ୍ଗ ହଳଦିଆପଡ଼ାର ରାକେଶ ହାଜରା । ତାଙ୍କୁ ସିଂହଦ୍ବାର ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।
Credible Local News of Odisha
ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିବା ବେଳେ ବଙ୍ଗୀୟ ଭକ୍ତଙ୍କୁ ଅଟକାଇଲେ ଜେଟିପି।
ଭକ୍ତ ଜଣକ ପଶ୍ଚିମବଙ୍ଗ ହଳଦିଆପଡ଼ାର ରାକେଶ ହାଜରା । ତାଙ୍କୁ ସିଂହଦ୍ବାର ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା କରିଛନ୍ତି।
ମାଟି ଖନନ ବେଳେ କାରୁକାର୍ଯ୍ୟପୂର୍ଣ୍ଣ ଏହି ସିଂହ ମୂର୍ତ୍ତି ବାହାରିଛି।
ହେଲେ ଖନନ ବେଳେ ବିରଳ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ସୂଚନା ମିଳିଛି।
ବାଲେଶ୍ୱର ଜିଲ୍ଲା ବସ୍ତା ସଦାନନ୍ଦପୁରର ମହିଳା ସୁପ୍ରଭା ପଣ୍ଡା ସ୍ୱାମୀଙ୍କ ଇଚ୍ଛା ପୂରଣ କରିବାକୁ ଯାଇ କଟକରେ ଥିବା ଏକ ଜମିକୁ ବିକ୍ରି କରି ଉପଜିଲ୍ଲାପାଳଙ୍କ ସହଯୋଗ କ୍ରମେ ପୁତୁରା ଚିନ୍ମୟ କୁମାର ଶତପଥିଙ୍କ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚି ଚେକ ଆକାରରେ ଏହି ଟଙ୍କା ଦାନ କରିଛନ୍ତି ।
ସେହିପରି ନିଜ ଗାଁ ସ୍କୁଲକୁ ମଧ୍ୟ ୧୫ଲକ୍ଷ ଦାନ କରିଛନ୍ତି ।
ଆଜି ପୁରୀ ସହରରେ ଦିନବେଳା ତାପମାତ୍ରା ଥିଲା 33.4 ଡିଗ୍ରୀ l
ପୁରୀ ସହରର ବାସେଳୀ ସାହିରୁ ଆଜି 3 କିଲୋ 192 ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲା l ଏହି କାରବାରର ମାଷ୍ଟର ମାଇଣ୍ଡ ସୁଶାନ୍ତ ପଟ୍ଟନାୟକକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସପି କେ ବି ସିଂ l
ଆଜି ବ୍ରାଉନସୁଗର ସହ 20 ହଜାର ଟଙ୍କା, 4 ଟି ମୋବାଇଲ ଫୋନ, ଏକ କାର ଏବଂ ଟଙ୍କା ଗଣିବା ମେସିନ ଜବତ ହୋଇଥିଲା l
କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଦି ଇଣ୍ଡିଆନ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲ୍ଚରାଲ ହେରିଟେଜ।
ଚିଠିରେ ଉଲ୍ଲେଖ ଅଛି ଯେ, ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ। ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ ସ୍ଥଗିତ ରହିଲେ ପ୍ରକଳ୍ପ ପାଇଁ ଅସୁବିଧା ନାହିଁ।
ଆଜି ସକାଳେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5ଟି ସଚିବ ଭି.କେ ପାଣ୍ଡିଆନ।
ଦର୍ଶନ ପରେ ସେ ବ୍ୟାଟେରୀ ଗାଡ଼ିରେ ବୁଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୟରେ ପୁରୀ ଜିଲ୍ଲାପାଳଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ପୁରୀ ଜିଲ୍ଲା ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଏଥିରେ ଜଣେ ଗିରଫ ହୋଇଥିବା ସହ ଦୁଇ ଜଣ ଅଟକ ଅଛନ୍ତି ।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପୁରୀ ଓକିଲ ସଂଘ ପକ୍ଷରୁ ଆଗତ ଏକ ପିଟିସନକୁ ମାମଲା ଭାବେ ଗ୍ରହଣ କରି ପୁରୀ ସିଭିଲ ଜଜ ସିନିଅର ଡିଭିଜନ କୋର୍ଟ ଆଜି ପୁରୀ ଜିଲ୍ଲାପାଳ, ପୁରୀ ପୌର କର୍ତ୍ତୃପକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ, ଏନଏମଏ, ଟାଟା ପ୍ରୋଜେକ୍ଟ, ଓବିସିସିକୁ ଜବାବ ପାଇଁ ନୋଟିସ ଜାରି କରିଛନ୍ତି l
ଜୁନ 28 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ l