ପୁରୀରେ ପହଞ୍ଚିଲା ତାଳକାଠ
ରଥ ଚାରମାଳ ନିର୍ମାଣ ପାଇଁ ପୁରୀରେ ତାଳକାଠ ପହଞ୍ଚିଛି। ଟ୍ରକ୍ ଯୋଗେ ଢେଙ୍କାନାଳରୁ ଆସି ତାଳକାଠ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ୧୮ ଖଣ୍ଡ ତାଳକାଠ ଆସି ପହଞ୍ଚିଛି। ଭୋଇ ସେବକମାନେ ଚାରମାଳ ନିର୍ମାଣରେ ବ୍ୟବହାର କରିବେ, ପହଣ୍ଡି ସମୟରେ ୩ ରଥରେ ୧୬ ଗୋଟି ଚାରମାଳ ଲାଗିବ।
Credible Local News of Odisha
ରଥ ଚାରମାଳ ନିର୍ମାଣ ପାଇଁ ପୁରୀରେ ତାଳକାଠ ପହଞ୍ଚିଛି। ଟ୍ରକ୍ ଯୋଗେ ଢେଙ୍କାନାଳରୁ ଆସି ତାଳକାଠ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ୧୮ ଖଣ୍ଡ ତାଳକାଠ ଆସି ପହଞ୍ଚିଛି। ଭୋଇ ସେବକମାନେ ଚାରମାଳ ନିର୍ମାଣରେ ବ୍ୟବହାର କରିବେ, ପହଣ୍ଡି ସମୟରେ ୩ ରଥରେ ୧୬ ଗୋଟି ଚାରମାଳ ଲାଗିବ।
ପୁରୀ ଡେଲାଙ୍ଗ ବ୍ଲକ ଯମୁନା ଝାରପଡ଼ା ଅଞ୍ଚଳରେ ଥିବା ଖଣିରେ ଚଢ଼ାଉ କରିଥିଲେ ପିପିଲି ଏସଡିପିଓ, ଡେଲାଙ୍ଗ IIC ଓ ପୁରୀ ଖଣି ଅଧିକାରୀ।
ଚଢ଼ାଉରେ ୩ କଟର ମେସିନ,୨ ହାଇୱା, ଗୋଟିଏ ଜେସିବି ମେସିନ ଓ ଟ୍ରାକ୍ଟର ଜବତ କରିଛନ୍ତି।
ଭଣ୍ଡାର ଘରେ ଦୁଇ ମେକାପ ସେବକଙ୍କ ମଧ୍ୟରେ ମାଡ଼ପିଟ୍ ଘଟଣାରେ କିଶାନ ମେକାପଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଅନ୍ୟାଦେଶ ପର୍ଯ୍ୟନ୍ତ ସେବା ଓ ପୂଜାରୁ ନିଲମ୍ବିତ ରହିବେ ମେକାପ ସେବକ।ଗତକାଲି ରତ୍ନଭଣ୍ଡାର ପ୍ରବେଶକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା।
ପୁରୀ କୃଷ୍ଣପ୍ରସାଦ ତହସିଲ୍ ଅଧୀନ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କରିଛି ପ୍ରଶାସନ।୪ ଦିନ ଧରି ଚିଲିକାରେ ଚାଲିବ ବେଆଇନ ଘେରି ଉଚ୍ଛେଦ।
ଅପରାହ୍ନ ୩ଟା ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ହେବ। ମଧ୍ୟାହ୍ନ ଧୂପ ପରେ ରତ୍ନଭଣ୍ଡାର ଗଣତି ପାଇଁ ବାହାରିବ ଟିମ୍। ସଂଧ୍ୟା ଆଳତି ଶେଷ ପର୍ଯ୍ୟନ୍ତ ହେବ ରତ୍ନଭଣ୍ଡାର ଗଣତି ହେବ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସୁଦୁ ସୁଆର ଓ ସିଂହାରୀଙ୍କ ମଧ୍ୟରେ ବିବାଦ ଯୋଗୁ ଚାପ ଖେଳ ବନ୍ଦ ରହିଛି। ଡଙ୍ଗାରେ ଚଢିବାକୁ ନେଇ ୨ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।
ବିଳମ୍ବିତ ରାତି ଯାଏ ସମାଧାନ ପ୍ରୟାସ କରି ଜିଲ୍ଲାପାଳ ବିଫଳ ହୋଇଛନ୍ତି।
ଅପରାହ୍ଣରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ପରେ ରଥଖଳାରେ ୩ ଧଉରା କାଠରେ ବାଜିବ କୁରାଢି। ଆଜ୍ଞାମାଳ ବିଜେ ପରେ ରଥ ନିର୍ମାଣର ହେବ ଅନୁକୂଳ।
ପୁରୀ ଚନ୍ଦନ ଯାତ୍ରାକୁ ନେଇ ଏସ୍ପି ପ୍ରତୀକ ସିଂ ଏହି ବଡ଼ ସୂଚନା ଦେଇଛନ୍ତି। ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି। ନରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରହିବ ନରେନ୍ଦ୍ର ପୁଷ୍କରିଣୀ। ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ୍ପିଙ୍କ ସହ ୫ ଡିଏସପି ରହିବେ କହିଛନ୍ତି ଏସପି।
୨୦୨୪ ଶ୍ରୀକ୍ଷେତ୍ର ଭଉଁରୀରେ ବାଣ ବିସ୍ଫୋରଣ ୧୭ଜଣଙ୍କ ଜୀବନ ଯାଇଥିଲା।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ୧୯୭୮ ତାଲିକା ଠାରୁ ଅଧିକ ଅଳଙ୍କାର ସେବକ ଗଣତି କରି ଦେଇଛନ୍ତି, ଭଣ୍ଡାର ମେକାପ ଦେଇଥିବା ଅଳଙ୍କାର ମିଶାଇଲେ ୧୯୭୮ ତାଲିକା ଠାରୁ ଅଧିକ ହେବ। ୨୦୨୬ ଗଣତି ତାଲିକାରେ ଏସବୁ ଅଳଙ୍କାରକୁ ସାମିଲ୍ କରିଛୁ, ସୋମବାର ଠାରୁ ଭିତର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଭିତର ରତ୍ନଭଣ୍ଡାର ଗଣତି ବେଳେ ଜିଲ୍ଲା ଟ୍ରେଜେରୀରୁ ଚାବି ଆସିବ, ମାଜିଷ୍ଟ୍ଟେଟଙ୍କ ଉପସ୍ଥିତିରେ ଖୋଲିବା ପରେ ଗଣତି ମଣତି ଆରମ୍ଭ ହେବ। ପ୍ରକ୍ରିୟା ସରିବା ପରେ ପ୍ରତିଦିନ ସଂଧ୍ୟାରେ ତାଲାକୁ ଜଉମୁଦରେ ସିଲ୍ କରାଯିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଗୋଟିଏ ମହାନଗର ନିଗମ ଓ ୫ ପୌରପାଳିକା ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବୌଦ୍ଧଗଡ଼, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର ଓ ଆସିକା ପୌରପାଳିକା ହେବ।