ବିଦ୍ୟୁତ୍‌ ତା’ର ଲାଗି ଚନ୍ଦ୍ରଭାଗା ବ୍ୟବସାୟୀ ସଂଘ ସଭାପତିଙ୍କ ମୃତ୍ୟୁ

କୋଣାର୍କ-ଚନ୍ଦ୍ରଭାଗା ହେଲିପ୍ୟାଡ୍‌ ରାସ୍ତାରେ ଝୁଲିଥିବା ବିଦ୍ୟୁତ୍‌ ତା’ର ଲାଗି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକ ରାସ୍ତା ରୋକ କରିଛନ୍ତି।

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ଖସାପଡ଼ା ଲାଗି ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।

ଦ୍ବିତୀୟ ଭୋଗ ମଣ୍ଡପରେ ଭୋଗ ଲାଗି ପରେ ନୀତି ଅନୁଷ୍ଠିତ ହେବ।

ଶ୍ରୀମନ୍ଦିରରେ ପୁଣି ପଶିଲେ ବିଦେଶୀ ପର୍ଯ୍ୟଟକ

ବେହରଣ ଦ୍ୱାର ନିକଟରୁ ବିଦେଶୀ ପର୍ଯ୍ୟଟକଙ୍କୁ ଧରିଲା ପୁଲିସ।

ଉକ୍ତ ପର୍ଯ୍ୟଟକ ପୂର୍ବରୁ ବେଳାଭୂମିରେ ନିଶାସକ୍ତ ଅବସ୍ଥାରେ ବୁଲିବା ବେଳେ ଧରାପଡ଼ିଥିଲେ। ଥାନାରେ ଅଣ୍ଡରଟେକିଂ ଲେଖି ଛାଡ଼ ପାଇଥିଲେ। ମାତ୍ର ଥାନାରୁ ଆସି ପୁଣି ମନ୍ଦିର ଭିତରେ ପଶି ଦୁର୍ବ୍ୟବହାର କରିଥିଲେ।

ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ପ୍ରବଳ ଭିଡ଼

ପଶ୍ଚିମ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ ବେଳେ ଠେଲାପେଲା ହୋଇଛି।

ପଶ୍ଚିମଦ୍ବାର ପଟେ କେବଳ ପୁରୀବାସୀଙ୍କୁ ପ୍ରବେଶ ଅନୁମତି ଥିଲା। ହେଲେ ଅନ୍ୟ ଶ୍ରଦ୍ଧାଳୁ ପ୍ରବେଶ କରିବାରୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କଲେ ଭକ୍ତ।

ବୁଧବାର ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ବନକଲାଗି ନୀତି ପାଇଁ କାଲି ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ।

ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଦର୍ଶନ ବନ୍ଦ ରହିବ ନେଇ ସୂଚନା ମିଳିଛି।

ଆଜି ମା’ଙ୍କ ରାଜରାଜେଶ୍ୱରୀ ବେଶ

ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ଚଳଚଞ୍ଚଳ ହୋଇପଡିଛି ମାଆଙ୍କ ପୀଠ।

କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ।

ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ସୁନାବେଶ

ଚାପରେ ମଧୁସୂଦନ ଓ ରଥରେ ବାମନ ରୂପରେ ଦର୍ଶନ ଦେବେ ମହାପ୍ରଭୁ।

ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି।

ଶ୍ରୀମନ୍ଦିରରେ ବିଦେଶିନୀ ଭକ୍ତ ପ୍ରବେଶ କରିଥିବା ଅଭିଯୋଗ

ବାଇଶି ପାହାଚ ନିକଟରେ ୨ ବିଦେଶୀ ଭକ୍ତଙ୍କୁ ଅଟକାଇଲେ ସେବାୟତ।

ଉଭୟଙ୍କୁ ସିଂହଦ୍ବାର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

ବ୍ୟାଙ୍କରେ ଜମା ହେଲା ଶ୍ରୀମନ୍ଦିରର ୩୯ କୋଟି ୨୧ ଲକ୍ଷ ଟଙ୍କା

୭.୮୦% ସୁଧ ହାରରେ ୩୬ କୋଟି ୩ ଲକ୍ଷ ଟଙ୍କା କାନାରା ବ୍ୟାଙ୍କରେ ଜମା ହୋଇଛି।

୩ କୋଟି ୧୮ ଲକ୍ଷକୁ ୭.୫୫% ସୁଧ ହାରରେ ନେଲା ବ୍ୟାଙ୍କ ଅଫ ବରୋଦା।

Nuakhai wishes