ପରିକ୍ରମା ପ୍ରକଳ୍ପ ସପକ୍ଷରେ ମତ ଦେଲେ ଗଜପତି ମହାରାଜ

ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି କହିଛନ୍ତି, ଶ୍ରୀମନ୍ଦିର ପରୀକ୍ରମା ପ୍ରକଳ୍ପ ନିର୍ମାଣ ଚାଲୁ ରହିବ ଉଚିତ ଏବଂ ଏହା ଶେଷ ହେଲେ ଆନ୍ତର୍ଜାତିକ ସ୍ତରରେ ସୁନାମ ବଢିବ l

ଶ୍ରଦ୍ଧାଳୁଙ୍କ ଉପକାର ପାଇଁ ହେଉଥିବା ଏହି ପ୍ରକଳ୍ପକୁ ସମସ୍ତେ ସମର୍ଥନ କରିବା ଉଚିତ l ଏ ନେଇ କାହାର କିଛି ସମସ୍ୟା ଥିଲେ ଆପୋସ ଆଲୋଚନାରେ ସମାଧାନ କରାଯାଉ l

ଡାକ ବିଭାଗ ପକ୍ଷରୁ ସୂର୍ଯ୍ୟ ମନ୍ଦିରରେ ଯୋଗ କାର୍ଯ୍ୟକ୍ରମ

ଭାରତୀୟ ଡାକ ବିଭାଗ ପକ୍ଷରୁ ଆଜି କୋଣାର୍କ ସୂର୍ଯ୍ୟମନ୍ଦିରରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇ ଯୋଗ କରିଥିଲେ l

ଆଜି ୪ଘଣ୍ଟା ବନ୍ଦ ରହିବ କାଳିଆ ଦର୍ଶନ

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ଦଶମୀ ତିଥିରେ ଦାରୁବ୍ରହ୍ମଙ୍କୁ ପଇତା ଲାଗି କରାଯିବ ଏଥିପାଇଁ ଆପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ପରମ୍ପରା ଅନୁଯାୟୀ ଦ୍ଵିତୀୟ ଭୋଗ ମଣ୍ଡପ ସରିବା ପରେ ଦଇତାପତି ସେବକମାନେ ଗର୍ଭଗୃହକୁ ଯାଇ ଶ୍ରୀଜୀଉଙ୍କୁ ପଇତା ଲାଗି କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିବ ।

ପ୍ରାଚୀ ବିହାର ବିକାଶ ପରିଷଦ ପକ୍ଷରୁ ସରପଞ୍ଚଙ୍କୁ ଦାବିପତ୍ର

ଆଜି ପୁରୀ ଜିଲ୍ଲା କାକଟପୁର ପଞ୍ଚାୟତ ପରିସରରେ ଆୟୋଜିତ ଗ୍ରାମସଭାରେ ୧୩ନଂ ଓ୍ବାର୍ଡ଼କୁ ନେଇ ଗଠିତ ପ୍ରାଚୀ ବିହାର ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ସରପଞ୍ଚ ଅଭୟ ସେଠୀଙ୍କୁ ମୌଳିକ ସମସ୍ୟା ସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଛି।

ଏଥିରେ ମୁଖତଃ ରାସ୍ତା, ଆଲୋକୀକରଣ ଆବଶ୍ୟକତା ରହିଛି ବୋଲି ପ୍ରାଚୀ ବିହାର ବିକାଶ ପରିଷଦର କର୍ମକର୍ତ୍ତାମାନେ ନିଜ ଦାବିପତ୍ରରେ ଉଲ୍ଲେଖ କରିଥିଲେ।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାମାଭିଷେକ ନୀତି

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ l ଏଥିସହ ଶ୍ରୀକ୍ଷେତ୍ର ସାହିଯାତର ଶେଷ ପର୍ବ ଅନୁଷ୍ଠିତ ହେବ l

ଆଜି ଶ୍ରୀମନ୍ଦିରରୁ ଏକ ପଟୁଆର ବାହାରି ନନ୍ଦିଗ୍ରାମରେ ପହଞ୍ଚିବ ଏବଂ ଜାଗା ସଦସ୍ୟ ମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ l

କାକଟପୁର ପଞ୍ଚାୟତ ପରିସରରେ ସ୍ବତନ୍ତ୍ର ଗ୍ରାମସଭା ବୈଠକ

ଜାତୀୟ ପଞ୍ଚାୟତ ଦିବସ ଉପଲକ୍ଷେ ପୁରୀ ଜିଲ୍ଲା କାକଟପୁର ପଞ୍ଚାୟତ ପରିସରରେ ସ୍ବତନ୍ତ୍ର ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଛି।

ସରପଞ୍ଚ ଅଭୟ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମିତସଭ୍ୟ ସୌମେନ୍ଦ୍ର ଦୀକ୍ଷିତ ସହ ସମସ୍ତ ଓ୍ବାର୍ଡ଼ମେମ୍ବର,ପଞ୍ଚାୟତବାସୀ ଉପସ୍ଥିତ ଥିଲେ। ଏହି ଗ୍ରାମସଭାରେ ପରିମଳ, ପାନୀୟ ଜଳ ଉପରେ ପ୍ରସ୍ତାବ ଦିଆଯାଇଥିଲା।

ବାହାଘର ପ୍ରୋସେସନ ବଚସାରୁ ଟେଣ୍ଟ ମାଲିକଙ୍କୁ ହତ୍ୟା

ପୁରୀ ଜିଲ୍ଲା ଗୋପର ବାଳିକନ୍ଦଳ ଗ୍ରାମରେ ଡିଜେ ଗାଡ଼ି ଟେଣ୍ଟ କପଡା ଚିରିବାରୁ ବଚସା, ପରେ ଡିଜେ ଗାଡ଼ି ରୋକିବାରୁ ଟେଣ୍ଟ ମାଲିକଙ୍କୁ ଆକ୍ରମଣ ହୋଇଥିଲା।

ଏହା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଟେଣ୍ଟ ମାଲିକ କାଳନ୍ଦୀ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଟେଣ୍ଟ ମାଲିକଙ୍କୁ ପିଟିପିଟି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ କରି ଆଜି ସକାଳୁ ଉତ୍ତ୍ୟକ୍ତ ଲୋକ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।

Nuakhai wishes