ପୁରୀ ଜିଲ୍ଲା ଗୋପର ବାଳିକନ୍ଦଳ ଗ୍ରାମରେ ଡିଜେ ଗାଡ଼ି ଟେଣ୍ଟ କପଡା ଚିରିବାରୁ ବଚସା, ପରେ ଡିଜେ ଗାଡ଼ି ରୋକିବାରୁ ଟେଣ୍ଟ ମାଲିକଙ୍କୁ ଆକ୍ରମଣ ହୋଇଥିଲା।
ଏହା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଟେଣ୍ଟ ମାଲିକ କାଳନ୍ଦୀ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଟେଣ୍ଟ ମାଲିକଙ୍କୁ ପିଟିପିଟି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ କରି ଆଜି ସକାଳୁ ଉତ୍ତ୍ୟକ୍ତ ଲୋକ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।