ପାର୍ଶ୍ଵ ଦେବତାଙ୍କୁ ରଥ ସହ ସଂଯୋଗ

ତିନିରଥର ପାର୍ଶ୍ଵ ଦେବତାଙ୍କୁ ଆଜି ରଥ ସହ ସଂଯୋଗ କରା ଯାଇଛି ।

ହାତିଆଳ ମାଳ ଏବଂ କଣ ବତାଗୁଡିକ ସେଟିଙ୍ଗ କରାଯାଇ କଣ୍ଟା ବାଡ଼ିଆ ସମ୍ପୂର୍ଣ ହୋଇଛି ଏବଂ ତିନିରଥର ବେଦି ପାର୍ଶ୍ୱ ପଟା ତଳେ ହଂସ ପଟା ବାଡ଼ିଆ ସମ୍ପୂର୍ଣ ହୋଇଛି ଓ ତିନିରଥର ଘୋଡା ସେଟିଙ୍ଗ ପାଇଁ ଜୁଆଳି ଏବଂ ଇଶ ନିର୍ମାଣ ଶେଷ ହୋଇଅଛି ।

ରଥଯାତ୍ରାରେ ମୁତୟନ ହେବେ 180 ପ୍ଲାଟୁନ ପୁଲିସ :ଡିଜିପି

ରଥଯାତ୍ରା ପାଇଁ ଆଜି ପୁରୀରେ ଅନୁଷ୍ଠିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ବୈଠକରେ ପୁଲିସ ଡିଜି ସୁନୀଲ ବଂଶଲ ଯୋଗଦେଇ ଯାତ୍ରାରେ 180 ପ୍ଲାଟୁନ ଫୋର୍ସ ଏବଂ 1000 ଅଫିସର ମୁତୟନ ହେବେ ବୋଲି କହିଛନ୍ତି l
ଶ୍ରଦ୍ଧାଳୁ ମାନେ ଯେପରି ସୁରୁଖୁରୁରେ ଠାକୁର ଦର୍ଶନ କରିପାରିବେ ତାହା ପୁଲିସ ବାହିନୀ ଯତ୍ନବାନ ହେବ ବୋଲି ସେ କହିଛନ୍ତି l

୮ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ଡିଇଓ ଓ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ଏହା ସହ କାରଣଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି ମନ୍ତ୍ରୀ।
ସ୍କୁଲରେ ବିଭିନ୍ନ ଅବ୍ୟବସ୍ଥା ଓ ଅନିୟମିତତାକୁ ନେଇ ନୋଟିସ କରିଛନ୍ତି।

ତିନିରଥର ପୋଟଳ ଉପରେ କଳସ ସଂଯୋଗ

ଆସନ୍ତା ୧ତାରିଖରେ ରଥଯାତ୍ରା ଥିବା ବେଳେ ପୁରୀ ରଠାନିର୍ମାଣରେ ତିନିରଥର ପୋଟଳ ଉପରେ କଳସ ସଂଯୋଗ ହୋଇଛି ।

ଦୁଆର ବେଢ଼ା ଉପର ଭାଗରେ ଚନ୍ଦ୍ରଶାଳୀରେ ଧ୍ୱଜ-ବତା ସଂଯୋଗ ହୋଇଛି l ସେହିପରି ତିନି ରଥ ପ୍ରଭାରେ ରଙ୍ଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି l

ତିନିରଥର ବିଜେ ଚକା ନିର୍ମାଣ ଶେଷ

ଆସନ୍ତା ୧ତାରିଖରେ ରଥଯାତ୍ରା ଥିବାବେଳେ ପୁରୀ ତିନିରଥର ୨୪ ଗୋଟି ନାଟଗୋଡ଼ ସମସ୍ତ ଦୁଆର ବେଢାରେ ସଂଯୁକ୍ତ ହୋଇଛି ଏବଂ ତିନିରଥର ବିଜେ ଚକା ନିର୍ମାଣ ଶେଷ ହୋଇଛି ।

ପ୍ରଭାରେ ରୂପ ଖୋଦେଇ ଜାରୀ ରହିଥିବା ବେଳେ କନ୍ୟା ପଟାରେ ଚିତ୍ର ଅଙ୍କନ ଚାଲିଛି ।

ରଥଯାତ୍ରା ସମୟରେ ରୂପାଛାଉଣୀ ହେବ କଳାହାଟ ଦ୍ୱାର

ଏନେଇ ଜିଲ୍ଲା କୋଷାଗାରରେ ରଖାଯାଇଥିବା ୫୦୦ କେଜି ରୂପାକୁ ଅଣାଯାଇଛି।

ଭକ୍ତନିବାସରେ କରାଯାଇଥିବା ଷ୍ଟ୍ରଙ୍ଗ ରୁମରେ ଏହି ରୂପାକୁ ରଖାଯିବ।ଉଲ୍ଲେଖଯୋଗ୍ୟ, ପୂର୍ବରୁ ସାତଟି ଦୁଆରକୁ ରୂପାଛାଉଣୀ କରାଯାଇଥିଲା।

ରଥନିର୍ମାଣ ସମୟରେ ଆହତ ହେଲେ ବିଶ୍ୱକର୍ମା ମହାରଣା

ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ନରସିଂହ ମହାପାତ୍ର ରଥ ପଟାବାଡ଼ିଆ ବେଳେ ଏକ କାଠଖଣ୍ଡ ମୁଣ୍ଡ ଉପରେ ପଡିଯିବାରୁ ଆହତ ହୋଇଛନ୍ତି।

ରଥଖଳାରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ତାଙ୍କର ଚିକିତ୍ସା କରାଯାଇଛି।

ଆଗେଇ ଚାଲିଛି ତିନିରଥର ରଙ୍ଗ କାମ

ତିନି ରଥର ବାର ଗୋଟି ଦୁଆର ବେଢ଼ାରେ ରୂପ ଅଙ୍କନ କାର୍ଯ୍ୟ ଶେଷ ହୋଇ ରଥ ଉପରକୁ ଉଠିଛି ଏବଂ ତିନିରଥର ରଙ୍ଗ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି ।

ସେହିପରି ତିନିରଥର ବେଦି ଚାରିପାର୍ଶ୍ୱରେ ପଟା ବାଡିଆ କାର୍ଯ୍ୟ ଶେଷ ହୋଇଛି l

ବ୍ୟବସାୟୀଙ୍କ ଘରକୁ ବୋମା ମାଡ଼, ଜଣେ ଆହତ

ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ସନ୍ଧ୍ୟାରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଘର ଉପରକୁ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି l
ବୋମାମାଡ଼ରେ ଜଣେ ଆହତ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

Nuakhai wishes