ଏବେ ବି ବଞ୍ଚି ରହିଛି ଶହ ଶହ ବର୍ଷର ଲୋକକଳା ମୁଣ୍ଡ ରାମଲୀଳା

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରସିଦ୍ଧ ଶୈବ ପୀଠ ଶରଣକୁଳ ଠାରେ ଶହ ଶହ ବର୍ଷର ବିଲୁପ୍ତ ଲୋକକଳା ମୁଣ୍ଡ ରାମଲୀଳା ଏବେ ବି ବଞ୍ଚି ରହିଛି ।

ଏହା ପ୍ରତିବର୍ଷ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ । ଏହାକୁ ଅଞ୍ଚଳବାସୀ ଚାନ୍ଦା ସଂଗ୍ରହ କରି ଏହି ଲୋକକଳା ବଞ୍ଚାଇ ରଖିଥିବା ଅନୁଷ୍ଠାନର ଜଣେ ସଦସ୍ୟ ସୂଚନା ଦେଇଛନ୍ତି । ଏହି ରାମଲୀଳାର ବିଶେଷତ୍ଵ ହେଲା ରାମ ,ଲକ୍ଷ୍ମଣ ଓ ସୀତା କୁ ଛାଡି ସବୁ ଚରିତ୍ର କାଠରେ ନିର୍ମିତ ମୁଣ୍ଡ ଲଗାଇ ଅଭିନୟ କରିଥାନ୍ତି ।

ନାବାଳିକା ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ

2019 ମସିହାରେ ନୟାଗଡ଼ ଜିଲ୍ଲାର ଫତେଗଡ଼ ଅଞ୍ଚଳରେ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାରେ ଆଜି ନୟାଗଡ଼ ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟ ଅଭିଯୁକ୍ତ ଜିତେନ୍ଦ୍ର ମହାରଣାକୁ 20 ବର୍ଷ ଜେଲ ଓ 20 ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି l

ଏଥି ସହ ପୀଡ଼ିତାଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ ଜିଲ୍ଲା ଲ ତୁଳସୀପୁର ଗାଁର ଏକ ଭଡା ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବକ ଗଞ୍ଜାମ ପୋଲସରା ଥାନା ମନ୍ଦାର ଗାଁର ନିଳାଞ୍ଚଳ ପଣ୍ଡା ବୋଲି ଜଣାପଡିଛି। ଘର ଭିତରୁ ରକ୍ତଧାର ବୋହୁଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

୧୪ଗ୍ରାମର ବ୍ରାଉନ୍ ସୁଗର ଜବତ, ଜଣେ ଗିରଫ

ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳର ଡିମିସର ବ୍ରିଜ୍ ନିକଟରେ ବ୍ରାଉନ ସୁଗର ଡିଲ୍ ବେଳେ ପୁଲିସ ଚଢ଼ାଉ କରି ବ୍ରାଉନ ସୁଗର ବ୍ୟବସାୟୀ ପ୍ରଭାତ କୁମାର ସ୍ବାଇଁକୁ ଗିରଫ କରିଛି।

ପୁଲିସ ବ୍ରାଉନ ସୁଗାର ସହ ବାଇକ, ମୋବାଇଲ୍ ଫୋନ ଓ ଟଙ୍କା ଜବତ କରିଛି।

Nuakhai wishes