ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଆହତ

ଢେଙ୍କାନାଳ ଜିଲ୍ଳାର ହିନ୍ଦୋଳ ଉପଖଣ୍ଡ ଡୁଡୁରକୋଟ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ବେଳେ ସଦର ରେଞ୍ଜ କାଇମାଟିରେ ଜଣେ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି l

ବନ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି l

ବିଦ୍ୟୁତ କରେଣ୍ଟ ଲାଗି ଦନ୍ତାହାତୀ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅସରଡ଼ା ଜଙ୍ଗଲରେ ବିଦ୍ୟୁତ କରେଣ୍ଟ ଲାଗି ଏକ ଦନ୍ତାହାତୀ ପ୍ରାଣ ହରାଇଥିବା ଆଜି ଜଣାପଡିଛି l ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି l

ଡିଜିଟାଲ ମିଡିଆ ଆସୋସିଏସନ ର ଦ୍ୱିତୀୟ ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଡିଜିଟାଲ ମିଡିଆ ଆସୋସିଏସନ ପକ୍ଷରୁ ଆଜି ଦ୍ୱିତୀୟ ବାର୍ଷିକ ଉତ୍ସବ ବିଧାରପୁର ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଗଁଦିଆ ପ୍ରେସ କ୍ଲବ, ଭୁବନ ତୃପ୍ତି ପାଠାଗାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।ମୁଖ୍ୟଅତିଥି ଭାବେ ବିଧାୟକ ସୁଧିର କୁମାର ସାମଲ ଯୋଗ ଦେଇଥିଲେ।

ଭୁବନ ଥାନାରେ ନୁତନ ଥାନାଧିକାରୀଙ୍କ ଯୋଗଦାନ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଧିକାରୀ ପ୍ରଶାନ୍ତ ପାତ୍ରଙ୍କର ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଆଜି ସୌଭାଗ୍ଯ କୁମାର ସ୍ବାଇଁ ନୂତନ ଥାନାଧିକାରୀ ଭାବେ ଯୋଗଦାନ କରିଛନ୍ତି।

ଏହି ଅବସରରେ ଏସଡିପିଓ ରଞ୍ଜନ କୁମାର ଦେଙ୍କ ଉପସ୍ଥିତରେ କାର୍ଯ୍ୟଭାର ଅଧିଗ୍ରହଣ କରିଥିଲା ବେଳେ ନଗରପାଳ ତାଙ୍କୁ ସ୍ଵାଗତ ଜଣାଇଥିଲେ।

ଗାଁରେ ପଶି ଘର ଭାଙ୍ଗିଲା ବଣୁଆ ହାତୀ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବମ୍ପା ଗ୍ରାମରେ ଆଜି ବଣୁଆ ହାତୀ ଉପଦ୍ରବ କରି ଗାଁରେ ପଶି ଅବନୀ କୁମାର ସାମଲଙ୍କ ଘର ଭାଙ୍ଗି ଦେଇଛି।

ଜମିବାଡି ପାଇଁ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି।

ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କର ଅବସ୍ଥା ଗୁରୁତର ଅଛି।

ପମ୍ପ ହାଉସରେ ତାଲା ପକାଇଲେ ସହରବାସୀ

ଢେଙ୍କାନାଳ ସହରରେ ପାନୀୟଜଳ ଏକ ଉତ୍କଟ ସମସ୍ୟା ଓ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ଥିବା ପ୍ରତିବାଦରେ ଆଜି ସହରବାସୀ ଭାଗୀରଥି ସାଗର ସ୍ଥିତ ପମ୍ପ ହାଉସରେ ତାଲା ପକାଇ ଦେଇଥିଲେ ।

କିଛି ଅଞ୍ଚଳକୁ ଦୀର୍ଘ ଦିନ ଧରି ପାନୀୟ ଜଳଯୋଗାଣ ବନ୍ଦ ଥିବା ବେଳେ ଉପଭୋକ୍ତାଙ୍କ ନିକଟକୁ କିନ୍ତୁ ବିଲ୍ ଆସିବାର ମଧ୍ୟ ଅଭିଯୋଗ ହୋଇଛି ।

ରଥ ଯାତ୍ରା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦରର ରଥଖଳାରେ ଆଜି ରଥ ଯାତ୍ରା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରାଯାଇଛି।

ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅପରାହ୍ନ ଗୋଟାଏ ୫ମିନିଟରେ ରଥଟଣା ଆରମ୍ଭ ହେବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ସିଦ୍ଧ ବଳରାମଜୀଉଙ୍କ ନବଯୌବନ ଦର୍ଶନ

ଢେଙ୍କାନାଳ ଜିଲ୍ଲା ସଦରରେ ଥିବା ସିଦ୍ଧ ବଳରାମଜୀଉ ଆଜି ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି।

ପନ୍ଦର ଦିନର ଅଣସର ଶେଷ ପରେ ଭକ୍ତମାନେ ପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି।

Nuakhai wishes