ଜମିବାଡି ପାଇଁ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି।

ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କର ଅବସ୍ଥା ଗୁରୁତର ଅଛି।

ପମ୍ପ ହାଉସରେ ତାଲା ପକାଇଲେ ସହରବାସୀ

ଢେଙ୍କାନାଳ ସହରରେ ପାନୀୟଜଳ ଏକ ଉତ୍କଟ ସମସ୍ୟା ଓ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ଥିବା ପ୍ରତିବାଦରେ ଆଜି ସହରବାସୀ ଭାଗୀରଥି ସାଗର ସ୍ଥିତ ପମ୍ପ ହାଉସରେ ତାଲା ପକାଇ ଦେଇଥିଲେ ।

କିଛି ଅଞ୍ଚଳକୁ ଦୀର୍ଘ ଦିନ ଧରି ପାନୀୟ ଜଳଯୋଗାଣ ବନ୍ଦ ଥିବା ବେଳେ ଉପଭୋକ୍ତାଙ୍କ ନିକଟକୁ କିନ୍ତୁ ବିଲ୍ ଆସିବାର ମଧ୍ୟ ଅଭିଯୋଗ ହୋଇଛି ।

ରଥ ଯାତ୍ରା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦରର ରଥଖଳାରେ ଆଜି ରଥ ଯାତ୍ରା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରାଯାଇଛି।

ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅପରାହ୍ନ ଗୋଟାଏ ୫ମିନିଟରେ ରଥଟଣା ଆରମ୍ଭ ହେବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ସିଦ୍ଧ ବଳରାମଜୀଉଙ୍କ ନବଯୌବନ ଦର୍ଶନ

ଢେଙ୍କାନାଳ ଜିଲ୍ଲା ସଦରରେ ଥିବା ସିଦ୍ଧ ବଳରାମଜୀଉ ଆଜି ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି।

ପନ୍ଦର ଦିନର ଅଣସର ଶେଷ ପରେ ଭକ୍ତମାନେ ପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି।

ଜିଲ୍ଲା ଉନ୍ନୟନ ସମନ୍ବୟ କମିଟି (ଦିଶା) ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ସାଂସଦ ମହେଶ ସାହୁ, ବିଧାୟକ ସୁଧିର କୁମାର ସାମଲ ଓ ଜିଲ୍ଲା ପାଳ ସରୋଜ କୁମାର ସେଠୀ ଯୋଗଦେଇ ଥିଲେ ।

ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ଏକ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।

ଏହି ଶୁଣାଣୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ଆରକ୍ଷୀ ଅଧକ୍ଷକ ଯୋଗ ଦେଇଥିଲେ।

ବୄକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଆଜି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ବୄକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ହାତୀ ଆକ୍ରମଣରେ ମଇଁଷି ମୃତ, ଚରାଳୀ ଗୁରୁତର

ଢେଙ୍କାନାଳ ଜିଲ୍ଲା ସଦର ବନାଞ୍ଚଳର ବୋରାପଦା ଖମାର ଅଂଚଳରେ ଆଜି ମଇଁଷି ଚରାଉଥିବା ବେଳେ ଚରାଳୀଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି ।

ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଜଣଙ୍କ ସ୍ଥାନୀୟ ଗହମଖୁଣ୍ଟି ଗ୍ରାମର ଶରତ ଖିଲାର ବୋଲି ଜଣାପଡିଛି । ତେବେ ଦନ୍ତା ଆକ୍ରମଣରେ ଗୋଟିଏ ମଇଁଷିର ମୃତ୍ୟୁ ଘଟିଛି ।

Nuakhai wishes