ଜଙ୍ଗଲରୁ ଦନ୍ତା ହାତୀର ଗଳିତ ମୃତଦେହ ଠାବ

ଢେଙ୍କାନାଳ ସଦର ରେଞ୍ଜ କାଶିଆଡ଼ିହି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ଠାବ ହୋଇଛି।ଦନ୍ତା ହାତୀଟି ୩/୪ ଦିନ ପୂର୍ବରୁ ମରି ପଡ଼ିଥିବା ଅନୁମାନ କରାଯାଇଛି।ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି।

ଆଇଆଇସିଙ୍କୁ ପିଟି ନେଇଗଲେ ବାଲି ଟ୍ରାକ୍ଟର

କାମାକ୍ଷାନଗର ଭୂବନ ଥାନା ମୃଦଙ୍ଗା ଗାଁରେ ବାଲି ମାଫିଆଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି। ଥାନା ଅଧିକାରୀ ରେଣୁବାଳା ସାହୁ ଓ ତାଙ୍କ ଟିମ୍‌ଙ୍କୁ ପଥର ମାଡ଼ କରି ବାଲି ଟ୍ରାକ୍ଟର ଛଡ଼େଇ ନେଇଛନ୍ତି। ମାଫିଆମାନେ ଥାନା ଅଧିକାରୀଙ୍କ ହାତ ମୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ବାଲି ଚୋରା ଚାଲାଣ ଖବର ପାଇ ରେଡ୍‌ କରିଥିଲା ପୋଲିସ।ମାଷ୍ଟରମାଇଣ୍ଡ୍ ଭରତ ଦାଶ ଓ ଗାଡ଼ି ମାଲିକ ଦେବାଶିଷ ଦାସକୁ ପୁଲିସ ଅଟକ ରଖିଛି।

ବୋମା ଖାଇ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ

କାମାକ୍ଷାନଗର ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗାଁ ବାସୁଆତଇଳା ନିକଟ ଜଙ୍ଗଲରେ ଠାବ ହୋଇଥିଲା ହାତୀ। ପଶ୍ଚିମାଞ୍ଚଳ ରେଞ୍ଜ୍‌ ସୁନାଝରି ସଂରକ୍ଷିତ ଜଙ୍ଗଲରେ ଚିକିତ୍ସା ବେଳେ ତାର ମୃତ୍ୟୁ ଘଟିଛି।

କପିଳାସର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ନୀତି ଆରମ୍ଭ

ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ପରେ ଧାରଣାରୁ ଓହରିଲେ ସେବାୟତ। ଆସନ୍ତା ୨୦ ତାରିଖରେ ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସିବ। ଜାଗରରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ହେବ ଆଲୋଚନା।

ହିନ୍ଦୋଳରେ ଆଉ ଜଣଙ୍କୁ ଦଳି ମାରିଦେଲା ହାତୀ

ଢେଙ୍କାନାଳ ଜିଲ୍ଲା ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗିଶାଳ ଗାଁରେ ହାତୀ ଆକ୍ରମଣରେ ଚାଷୀଙ୍କୁ ମୃତ୍ୟୁ ଘଟିଛି।

ବିଲକୁ କାମ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ୨ ଦିନ ତଳେ ହିନ୍ଦୋଳରେ ୩ ଜଣଙ୍କୁ ଦଳି ମାରିଥିଲା ହାତୀ।

ବାଘଧରିଆ ଗାଁରେ ହାତୀ ଆକ୍ରମଣରେ ମୃତ ୩ ପରିବାରକୁ ମିଳିବ କ୍ଷତିପୂରଣ

ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି। କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ କହିଚନ୍ତି ମନ୍ତ୍ରୀ।

ମୃତକଙ୍କ ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ମନ୍ତ୍ରୀ।

ଫରେଷ୍ଟର୍ ଫରେଷ୍ଟ ଗାର୍ଡ ନିଲମ୍ୱିତ

ହାତୀ ଆକ୍ରମଣରେ ହିନ୍ଦୋଳରେ ୩ ଜଣଙ୍କ ମୃତ ଘଟଣାରେ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ରାସୋଳ ଫରେଷ୍ଟର୍ ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ୱିତ କରାଯାଇଛି।

କେନାଲ ରାସ୍ତାରେ ଭଏରପୁର ପିଇଓଙ୍କୁ ପିସ୍ତଲ ଦେଖାଇ ଲୁଟ୍

କାମାକ୍ଷାନଗର ସାଆନ୍ତରାପୁର କେନାଲ ରାସ୍ତାରେ ଭଏରପୁର PEOଙ୍କୁ ପିସ୍ତଲ ଦେଖାଇ ଭୁଜାଲିରେ ଆକ୍ରମଣ କରି ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ୍ କରିଛନ୍ତି।

ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିବା ବେଳେ ୩ ଜଣ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଖୋଜୁଛି ପୁଲିସ।

ଜଳଯୋଗାଣ କର୍ମଚାରୀ ନିଖୋଜ

କମାକ୍ଷାନଗରରେ ଜଳ ନିୟନ୍ତ୍ରଣ ଗେଟ୍ ସଫା କରିବା ବେଳେ ଜଳଯୋଗାଣ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି।

ଅସାବଧାନତା ଯୋଗୁ ରେକୁଳା ରାମିଆଳ ନଦୀରେ ଭାସିଯାଇଥିବା ଆଶଙ୍କା କରାଯାଉଛି। ନିଖୋଜ କର୍ମଚାରୀଙ୍କୁ ଖୋଜାଖୋଜି କରୁଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ।

ଓଡ଼ିଶା ବନ୍ଦ ଡାକରା; ଢେଙ୍କାନାଳରେ ବନ୍ଦ ପାଳନ

ଢେଙ୍କାନାଳରେ କଂଗ୍ରେସ କର୍ମୀ ରେଳ ଷ୍ଟେସନରେ ଟ୍ରେନ ଅଟକାଇବା ସହ ରାସ୍ତାରୋକ କରିଛନ୍ତି। ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି।

Nuakhai wishes