ହିନ୍ଦୋଳରେ ଆଉ ଜଣଙ୍କୁ ଦଳି ମାରିଦେଲା ହାତୀ

ଢେଙ୍କାନାଳ ଜିଲ୍ଲା ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗିଶାଳ ଗାଁରେ ହାତୀ ଆକ୍ରମଣରେ ଚାଷୀଙ୍କୁ ମୃତ୍ୟୁ ଘଟିଛି।

ବିଲକୁ କାମ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ୨ ଦିନ ତଳେ ହିନ୍ଦୋଳରେ ୩ ଜଣଙ୍କୁ ଦଳି ମାରିଥିଲା ହାତୀ।

ବାଘଧରିଆ ଗାଁରେ ହାତୀ ଆକ୍ରମଣରେ ମୃତ ୩ ପରିବାରକୁ ମିଳିବ କ୍ଷତିପୂରଣ

ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି। କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ କହିଚନ୍ତି ମନ୍ତ୍ରୀ।

ମୃତକଙ୍କ ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ମନ୍ତ୍ରୀ।

ଫରେଷ୍ଟର୍ ଫରେଷ୍ଟ ଗାର୍ଡ ନିଲମ୍ୱିତ

ହାତୀ ଆକ୍ରମଣରେ ହିନ୍ଦୋଳରେ ୩ ଜଣଙ୍କ ମୃତ ଘଟଣାରେ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ରାସୋଳ ଫରେଷ୍ଟର୍ ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ୱିତ କରାଯାଇଛି।

କେନାଲ ରାସ୍ତାରେ ଭଏରପୁର ପିଇଓଙ୍କୁ ପିସ୍ତଲ ଦେଖାଇ ଲୁଟ୍

କାମାକ୍ଷାନଗର ସାଆନ୍ତରାପୁର କେନାଲ ରାସ୍ତାରେ ଭଏରପୁର PEOଙ୍କୁ ପିସ୍ତଲ ଦେଖାଇ ଭୁଜାଲିରେ ଆକ୍ରମଣ କରି ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ୍ କରିଛନ୍ତି।

ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିବା ବେଳେ ୩ ଜଣ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଖୋଜୁଛି ପୁଲିସ।

ଜଳଯୋଗାଣ କର୍ମଚାରୀ ନିଖୋଜ

କମାକ୍ଷାନଗରରେ ଜଳ ନିୟନ୍ତ୍ରଣ ଗେଟ୍ ସଫା କରିବା ବେଳେ ଜଳଯୋଗାଣ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି।

ଅସାବଧାନତା ଯୋଗୁ ରେକୁଳା ରାମିଆଳ ନଦୀରେ ଭାସିଯାଇଥିବା ଆଶଙ୍କା କରାଯାଉଛି। ନିଖୋଜ କର୍ମଚାରୀଙ୍କୁ ଖୋଜାଖୋଜି କରୁଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ।

ଓଡ଼ିଶା ବନ୍ଦ ଡାକରା; ଢେଙ୍କାନାଳରେ ବନ୍ଦ ପାଳନ

ଢେଙ୍କାନାଳରେ କଂଗ୍ରେସ କର୍ମୀ ରେଳ ଷ୍ଟେସନରେ ଟ୍ରେନ ଅଟକାଇବା ସହ ରାସ୍ତାରୋକ କରିଛନ୍ତି। ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଜଙ୍ଗଲ ଭିତରୁ ମାଈ ହାତୀର ମୃତଦେହ ଠାବ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ବାରିହାରଗଡ଼ି ଜଙ୍ଗଲରୁ ମୃତଦେହ ଠାବ ହୋଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି।

ଭାଙ୍ଗିଲା ମହିମା ଗାଦିର ଦଧିନଉତି

ଢେଙ୍କାନାଳ ଯୋରନ୍ଦା ମହିମା ଗାଦିର ଦଧିନଉତି ବଜ୍ରାଘାତରେ ଭାଙ୍ଗିଗଲା। ମୁଖ୍ୟ ଗାଦି ମନ୍ଦିରର ପୂର୍ବ ମୁଖଶାଳା ଦଧିନଉତି ଭାଙ୍ଗିଗଲା।

୭ ମାସର ଝିଅକୁ କଚାଡ଼ି ମାରିଲା ନିଶାସକ୍ତ ବାପା

ଢେଙ୍କାନାଳ ଜିଲ୍ଲାକଙ୍କଡ଼ାହାଡ ଥାନା କଣ୍ଟାପାଳ ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।

ପାରିବାରିକ କାରଣରୁ ସ୍ତ୍ରୀ ସହ ବଚସା ପରେ କଚାଡ଼ି ମାରିଲା ବାପାମ।ଝିଅକୁ ହତ୍ୟା ଦେଖି ସ୍ବାମୀ ପେଟରେ କାଚ ବୋତଲ ଭୁସିଲା ସ୍ତ୍ରୀ। ଗୁରୁତର ଅବସ୍ଥାରେ ଯୁବକଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

ବିଜେଡିରୁ ବିଦା ହେଲେ ବିଭୁ ପ୍ରସାଦ

ଢ଼େଙ୍କାନାଳ ସଦର ବ୍ଲକ୍‌ର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ବିଜେଡିରୁ ବିଦା ହେଲେ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲେ ବିଜେଡି ସୁପ୍ରିମୋ।

Nuakhai wishes