କଂଗ୍ରେସରୁ ଇସ୍ତଫା ଦେଲେ ନବୀନ ଓ ସରୋଜ

ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

ଢେଙ୍କାନାଳରେ ପ୍ରେସମିଟ୍‌ରେ କଂଗ୍ରେସରୁ ଇସ୍ତଫା ଘୋଷଣା କଲେ।ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ବି ଇସ୍ତଫା ଦେଲେ।

ଇଟାଭାଟିରେ ୪ ଶ୍ରମିକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ଇଟାଭାଟିରେ ଏହି ଘଟଣା ଘଟିଛି।

ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ୪ଜଣଙ୍କ ମଧ୍ୟରେ ଜଣେ ନାବାଳକ ଅଛି। ଘଟଣାସ୍ଥଳରେ କଣ୍ଟାବଣିଆ ପୁଲିସ ପହଞ୍ଚି ତଦନ୍ତ କରୁଛି।

ବିରୁଖୁଣ୍ଟି ଗ୍ରାମର ଜଣଙ୍କୁ ଦଳି ଦେଲା ହାତୀ

ଢେଙ୍କାନାଳ ଜିଲ୍ଲା ନେଉଳପୋଇ ପଞ୍ଚାୟତ ବିରୁଖୁଣ୍ଟି ଗ୍ରାମର ବିପିନ ମହାନ୍ତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି ।

କାମ ସାରି ଘରକୁ ଯାଉଥିବା ବେଳେ ନେଉଳପୋଇ ରୋଡ଼ ଉପରେ ଆକ୍ରମଣ କରିଥିଲା ଦନ୍ତାହାତୀ ।

ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ; ବ୍ୟାପକ ପନିପରିବା ଫସଲ ନଷ୍ଟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ମହୁଲଖୋଳି ଗ୍ରାମରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତକାଲି ରାତିରେ ସମୟରେ ମହୁଲଖୋଳି ଗ୍ରାମ ଭିତରେ ପଶି ସୁଦ୍ଧିର ବେଉରା ଘର ଭାଙ୍ଗିବା ସହ ଘର ଭିତରୁ ଅମଳ କରି ରଖିଥିବା ଧାନ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l

ଚାଷୀ ଗୋଲକ ବିହାରୀ ବେହେରା ଫାର୍ମ ହାଉସରେ ପ୍ରାୟ ଛଅ ଏକର କ୍ଷେତରେ ଦନ୍ତା ହାତୀ ପଶି ଦଳିଚକଟି କାକୁଡି, କୋବି , ଆଳୁ, କଖାରୁ ଫସଲ ନଷ୍ଟ କରିଛନ୍ତି ।

ଯୋରନ୍ଦା ଅଞ୍ଚଳରେ ବିନା ବୋର୍ଡ଼ରେ ଧାନ ମଣ୍ଡି

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଧୂନି ମନ୍ଦିର ବର ମୂଳେ ଚାଲିଛି ଧାନମଣ୍ଡି।

ଏ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁରେ ଡ଼ାଳ କାଟୁଥିବା ବେଳେ ଅଘଟଣ ଘଟିଛି।

୧୩୨ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ।

Nuakhai wishes