୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ

ଏନ୍ଏଚ୍ ୫୫ର ଦୂରାବସ୍ଥା ପ୍ରତିବାଦରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଇଛି l

ଜିଲ୍ଲା ଓକିଲ, ବଣିକ, ବସ୍-ଟ୍ରକ ମାଲିକ, ସାମ୍ବାଦିକ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଇଥିବା ବେଳେ କଲେଜ ବାଇପାସ୍ ଓ କରିଆଁ ନିକଟରେ ଗାଡ଼ି ମୋଟର ଅଟକାଇଲେ l

14 ଦିନ ବିଚାର ବିଭାଗ ହାଜତରେ ଲାଞ୍ଚୁଆ ଡାକ୍ତର

ଗତକାଲି ଢେଙ୍କାନାଳରେ ମୃତ୍ୟୁ ପ୍ରମାଣପତ୍ର ଦେବାକୁ 11 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଆଜି କୋର୍ଟ ଜାମିନ ଆବେଦନ ନାମଞ୍ଜୁର କରି 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିବା ଜଣାପଡିଛି l

ଲାଞ୍ଚ ନେଉଥିଲେ ଡାକ୍ତର, ଧରିଲା ଭିଜିଲାନ୍ସ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ୧୧ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ମେଡିକାଲ ସାମ୍ନା ଏକ କ୍ଲିନିକରେ ଲାଞ୍ଚ ନେବାବେଳେ ସେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

24 ଘଣ୍ଟାରେ ଢେଙ୍କାନାଳରେ 54 ମିମି ବର୍ଷା

ଗତ 24 ଘଣ୍ଟାରେ ଢେଙ୍କାନାଳରେ 54, କାମାକ୍ଷା ନଗରରେ 46.1, ଅଳତୁମାରେ 45, ପରଜଙ୍ଗରେ 35 ଏବଂ ହିନ୍ଦୋଳରେ 34.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l

ଦୁଇ ହତ୍ୟାକାରୀଙ୍କୁ ଆଜୀବନ ଜେଲ

2020 ମସିହାରେ ଢେଙ୍କାନାଳ ଜିଲ୍ଳାର ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳୀରେ ହୋଇଥିବା ଏକ ହତ୍ୟା ମାମଲାର ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଢେଙ୍କାନାଳ ଜିଲ୍ଲା ଦୌରାଜଜ୍ ଆଜି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l

ଜିଲ୍ଲାପାଳଙ୍କ ଜନ ଶୁଣାଣି ବେଳେ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଜିଲ୍ଲାପାଳ ଜନ ଶୁଣାଣି କଲା ବେଳେ ଜଣେ ବ୍ୟକ୍ତି କିରାସିନି ଢାଳି ହୋଇ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ଅଟକାଇଲା ପୁଲିସ।

ହାତୀ ଜଗୁଆଳ ପଦରୁ ବିଦା ପ୍ରତିବାଦରେ ଓ ୭ ମାସର ବକେୟା ପ୍ରଦାନ ଦାବିରେ ସେ ଆତ୍ମାହୁତି ଉଦ୍ୟମ କରିଥିବା କହିଛନ୍ତି।

କଟୁରୀରେ ହାଣି ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଚନ୍ଦ୍ରଶେଖରପୁର ଗାଁରେ କଟୁରୀରେ ସ୍ତ୍ରୀର ମୁଣ୍ଡ କାଟି ଶରୀରରୁ ଅଲଗା କରିବା ପରେ ସ୍ୱାମୀ ଗୋଟିଏ ହାତରେ କଟୁରୀ ଓ ଅନ୍ୟ ହାତରେ କଟା ମୁଣ୍ଡ ଧରି ଚାଲି ଚାଲି ଆସୁଥିବା ବେଳେ ସ୍ଥାନୀୟ ବାସିନ୍ଦା ସଦର ଥାନା ଅଞ୍ଚଳର ଜଙ୍ଖିରା ନିକଟରେ ଅଟକାଇଥିଲେ ପରେ ପୁଲିସ ପହଂଚି କଟାମୁଣ୍ଡ ଜବତ କରିବା ସହ ସ୍ଵାମୀ କୁ ଗିରଫ କରି ତଦନ୍ତ କରୁଛି l

ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ନିଜ ସ୍ତ୍ରୀ ସୁଚଳା ମାଝୀର ପରକୀୟା ପ୍ରୀତିକୁ ସନ୍ଦେହ କରି ମୁଣ୍ଡ କାଟିଥିବା ନିଜେ ସ୍ୱୀକାର କରିଛି ।

ସହକାରୀ ଯନ୍ତ୍ରୀଙ୍କ ସମ୍ପତ୍ତି 3.54 କୋଟିରୁ ଅଧିକ

ପୁରୀ ଜିଲ୍ଲା ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଢେଙ୍କାନାଳ, ଭୁବନେଶ୍ୱର ଏବଂ ନିମାପଡା ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଆଜି ଏକକାଳିନ ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢ଼ାଉରେ 3.54 କୋଟିରୁ ଅଧିକ ପରିମାଣର ସମ୍ପତ୍ତି ଠାବ ହୋଇଛି l
ଏହା ମଧ୍ୟରେ ଅଛି 28 ଟି ପ୍ଲଟ, 47.65 ଲକ୍ଷ ଟଙ୍କାର ବୀମା ଏବଂ 1.62 ଲକ୍ଷ ଟଙ୍କା ନଗଦ l

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନିମାପଡ଼ାରେ କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବା ସୂଚନା ମିଳିଛି l

ଢେଙ୍କାନାଳ ସ୍ଥିତ ପୈତୃକ ଘର, ଶ୍ୱଶୁରଘର, ଫାର୍ମ ହାଉସ ନିମାପଡ଼ା ଏବଂ ଭୁବନେଶ୍ୱର ଏହିଭଳି ୭ଟି ସ୍ଥାନରେ ଚଢ଼ାଉ ଚାଲିଛି l

ଗଣମାଧ୍ୟମକୁ କଟକଣା ଚିଠି ପ୍ରତ୍ୟାହୃତ

ସ୍କୁଲ ଗୁଡିକୁ ଗଣମାଧ୍ୟମର ପ୍ରବେଶ ଉପରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବିଇଓ କିଛି ଦିନ ତଳେ ଏକ ଚିଠି କରିବା ପରେ ଏହାକୁ ନେଇ ବିଭିନ୍ନ ମହାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା l
ତେବେ ଆଜି ଉକ୍ତ ଚିଠିକୁ ପ୍ରତ୍ୟାହାର କରି ନିଆଯାଇଥିବା ବିଇଓ ଜଣାଇଛନ୍ତି l

Nuakhai wishes