ଓଡ଼ିଶା ଟପ୍ପର ହେଲେ ଆଶୁତୋଷ

ଆଇସିଏସଇ ଦଶମ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ସର୍ବାଧିକ ୯୯.୨ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍ପର ହୋଇଛନ୍ତି ଜଗତସିଂହପୁର ପୁଅ ଆଶୁତୋଷ ଦେବପ୍ରିୟମ୍ ନାୟକ ।

ତାଙ୍କ ବାପା ପେଶାରେ ଜଣେ ଡାକ୍ତର ହୋଇଥିବା ବେଳେ ମା ଜଣେ ଅଧ୍ୟାପିକା ଅଟନ୍ତି l ଏବଂ ସେ ଏହି ସଫଳତା ଶ୍ରେୟ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତିl

ରଘୁନାଥପୁରରେ 24 ଘଣ୍ଟାରେ 86 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁରରେ 86, ଆଳି ପିଙ୍ଗଳରେ 67.8 ଏବଂ ବିରିଡିରେ 64 ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି l

ବ୍ରାଉନସୁଗର ଜବତ ସହ ୨ ବେପାରୀ ଗିରଫ

ଜଗତସିଂହପୁର ଜିଲ୍ଲା ନାଉଗାଁ ପୁଲିସ୍ କୋରୁଆ ନିକଟରେ ଥିବା ପଞ୍ଚାୟତ ଅଫିସ ପାଖରେ ଚଢ଼ାଉ କରି ୧୧.୬ ବ୍ରାଉନସୁଗର ଜବତ କରିବା ସହ ୨ ବେପାରୀଙ୍କୁ ଗିରଫ କରିଛି।

ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ।

ଜଗତସିଂହପୁରରେ ମାଟ୍ରିକ ପାସ ହାର 96.36%

ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ରାଜ୍ୟର ସର୍ବାଧିକ ମାଟ୍ରିକ ପାସ ହାର 96.36% ଥିବା ବେଳେ 6753 ଛାତ୍ର ଏବଂ 6755 ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି l

Nuakhai wishes