ମହାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ୨ ଛାତ୍ର ମୃତ

ଜଗତସିଂହପୁର ଜିଲ୍ଲାରେ ମହାନଦୀରେ ଗାଧୋଇବା ବେଳେ ୨ ଛାତ୍ର ବୁଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ଆଣିଥିଲେ। ଚିକିତ୍ସା ବେଳେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।

ମଣ୍ଡିରେ ଧାନଦେଇ କମ ଟଙ୍କା ପାଇଥିବା ଅଭିଯୋଗ

ତିର୍ତ୍ତୋଲ ବ୍ଲକ କନକପୁର ଗ୍ରାମପଂଚାୟତ ତରାପୁର ଗ୍ରାମର ଚାଷୀ ଦୁର୍ଯୋଧନ ବାରିକ ୫୦କ୍ୟୁଣ୍ଟାଲ ଧାନ ଦେଇ ୯୭ହଜାର ଟଙ୍କା ପାଇବେ ବୋଲି କନକପୁର ଜନକଲ୍ୟାଣ ସେବା ସମବାୟ ସମିତିରୁ ରସିଦ ପାଇଥିଲେ ତାଙ୍କୁ ୯୧ହଜାର ଟଙ୍କା ମିଳିଥିବା ନେଇ ଜଗତସିଂହପୁର ଏଆରସିଏସ ସୁଭଦ୍ରା ପଟ୍ଟନାୟକନିକଟରେ ଅଭିଯୋଗ କରିଛନ୍ତି ।

ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

Nuakhai wishes