ଏକତରଫା ପ୍ରେମରେ ବିଫଳରୁ ହିଡେନ୍ କ୍ୟାମେରା

ଜଗତସିଂହପୁର DRDA ଅଫିସ୍ ୱାସ୍‌ରୁମ୍‌ରୁ ହିଡେନ୍‌ କ୍ୟାମେରା ଜବତ ଘଟଣାରେ ଜୁନିୟର କିରାଣି ସଞ୍ଜୟ ଅଧେଖାଙ୍କୁ ଗିରଫ ପରେ ଏସ୍‌ପି କହିଛନ୍ତି, “ଅଫିସ୍‌ର ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହୋଇଥିଲେ ସଞ୍ଜୟ, ଏହା ପରେ ୟୁଟ୍ୟୁବ୍‌ ଦେଖି ଅନଲାଇନ୍‌ରୁ ମଗାଇ ମାର୍ଚ୍ଚ ମାସରୁ ଲଗାଇଥିଲା ହିଡେନ୍ କ୍ୟାମେରା, ସପ୍ତାହକୁ ଥରେ ଚାର୍ଜ କରୁଥିଲା, ସପ୍ତାହକୁ ଥରେ ଚାର୍ଜ କରି ପୁଣି ସେହି ସ୍ଥାନରେ ଲଗାଉଥିଲା କ୍ୟାମେରା”।

ଲେଡି ୱାସ୍‌ ରୁମ୍‌ରେ କ୍ୟାମେରା: କିରାଣି ସସ୍‌ପେଣ୍ଡ୍‌

ଜଗତସିଂହପୁରରେ ମହିଳା ୱାସ୍‌ ରୁମ୍‌ରୁ ହିଡେନ କ୍ୟାମେରା ରଖିଥିବା ଘଟଣାରେ DRDA କନିଷ୍ଠ କିରାଣି ସଞ୍ଜୟ ଅଧେକାଙ୍କୁ ସସ୍‌ପେଣ୍ଡ୍‌ କଲେ ଜିଲ୍ଲାପାଳ।

ତିର୍ତ୍ତୋଲ ପୋଲିସ ଦ୍ୱାରା ସମ୍ପୃକ୍ତ କିରାଣି ଅଟକ ରଖି ପଚରାଉଚରା କରାଯାଉଛି।

ମହିଳା ୱାସ୍‌ ରୁମରେ ସିକ୍ରେଟ୍‌ କ୍ୟାମେରା

ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସ୍‌ ରୁମରେ ସିକ୍ରେଟ କ୍ୟାମେରା ଲାଗିଥିଲା। ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା ଅସ୍ପଷ୍ଟ ରହିଛି।

ଏ ବାବଦରେ ତିର୍ତ୍ତୋଲ ଥାନାରେ ଏତଲା ପରେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି। ପୋଲିସ କ୍ୟାମେରାଟିକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି।ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜିଲ୍ଲା ପରିଷଦ ସଭାପତି।

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର

ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ ଓ ଜେଏସ୍‌ଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ୍‌ ଉପସ୍ଥିତ ଥିଲେ। ୬୫ ହଜାର କୋଟି ଟଙ୍କା ନିବେଶରେ JSW ଉତ୍କଳ ଷ୍ଟିଲ୍‌ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି।

ଦାମ ରାଉତଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲା ପ୍ରଶାସନ

ଶିଆଳି ବେଳାଭୂମିରେ ସ୍ଥାପନ ପ୍ରତିମୂର୍ତ୍ତିର ଆସନ୍ତାକାଲି ଉନ୍ମୋଚନ ହେବାର ଥିଲା। ଫଳକ ସହ ନିମନ୍ତ୍ରଣପତ୍ର ଛପା ସରିଥିଲା। ହେଲା ବନ ବିଭାଗ ପକ୍ଷରୁ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବି କହିଛନ୍ତି ବିଭୁ ତରାଇ।

ପାରାଦୀପ ସମୁଦ୍ର ବେଳାଭୂମିରେ ପଫର୍ ଫିସ୍

ପଫର୍ ଫିସ୍ ଗୋଲାକୃତି ହୋଇଥିବା ବେଳେ ଏହି ମାଛର ଚାରିପଟେ ରହିଛି ମୁନିଆଁ କଣ୍ଟା। ପଫର୍ ଫିସକୁ ବିଷାକ୍ତ ମାଛ ବୋଲି କୁହାଯାଇଥାଏ।ପଫର୍ ଫିସ୍ ମତ୍ସ୍ୟଜୀବୀଙ୍କ ଜାଲରେ ବେଳାଭୂମିକୁ ଆସିଥିବା ଅନୁମାନ କରାଯାଉଛି।

ଋଣ ନାଁରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ

ଠକେଇ ଅଭିଯୋଗରେ ୨ ଜଣ ମହିଳାଙ୍କୁ ଗିରଫ କଲା ବାଲିକୁଦା ପୁଲିସ।ଖୋର୍ଦ୍ଧା ଅଞ୍ଚଳର ରିତା ଦାସ ଓ ବାଲିକୁଦା ଅଞ୍ଚଳର ପ୍ରମିଳା ବାରିକ ଗିରଫ ହୋଇଛନ୍ତି।

ଫେକ୍‌ ସାର୍ଟିଫିକେଟ୍ ପାଇଁ ଅଧ୍ୟାପକ ଚାକିରିରୁ ବହିଷ୍କୃତ

ଜଗତସିଂହପୁର ଜିଲ୍ଲା ବାଲିକୁଦା କଲେଜ ବାଣିଜ୍ୟ ଅଧ୍ୟାପକ ସନ୍ତୋଷ ଶତପଥୀ ଫେକ୍‌ Mcom ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ ବହିଷ୍କୃତ ହୋଇଛନ୍ତି।

ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ତାଙ୍କୁ ବହିଷ୍କୃତ କରାଯାଇଛି। ସେ ୨୦୧୮ରୁ ନିଯୁକ୍ତି ପାଇଥିଲେ, ନେଇଥିବା ଦରମା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କଲେଜ ପ୍ରିନ୍ସପାଲଙ୍କୁ ଚିଠି ଲେଖିଛନ୍ତି ଉପଜିଲ୍ଲାପାଳ।

ମା’ ଶାରଳାଙ୍କ ପୀଠରେ ପାର୍ବଣ ପୂଜା

ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କ ପୀଠରେ ପାର୍ବଣ ପୂଜା ଅନୁଷ୍ଠିତ ହେବ। ବିଭିନ୍ନ ବେଶରେ ଷୋଡଶ ଉପଚାର ପୂଜା କରାଯିବ। ମା’ଙ୍କୁ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ।

ସମୁଦ୍ର ଉପକୂଳରେ ‘ସାଗର କବଚ-୨’ ସମରାଭ୍ୟାସ

ଓଡ଼ିଶା ଓ ପଶ୍ଚିମବଙ୍ଗ ସମୁଦ୍ର ଉପକୂଳରେ ୨ ଦିନିଆ ସମରାଭ୍ୟାସ ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ଟି ସଂସ୍ଥା ସାମିଲ୍ ହୋଇଛନ୍ତି।ଜଳପଥରେ ଆତଙ୍କବାଦୀ ଅନୁପ୍ରବେଶ ପ୍ରତିହତ କରିବା ଲକ୍ଷ୍ୟ ରଖାଯାଇଛି।

Nuakhai wishes