ପାରାଦୀପରେ ପହଞ୍ଚିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌

ପାରାଦୀପରେ ଜାହାଜରୁ ୨୨୦ କୋଟିର କୋକେନ ଜବତ ଘଟଣାରେ ଆଜି ପାରାଦୀପରେ ପହଞ୍ଚିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌।

ଏନ୍‌ସିବି ସହକାରୀ ନିର୍ଦ୍ଦେଶକ କୁଲଦୀପ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ପହଞ୍ଚିଛି। କୋକେନ ଜବତ ଘଟଣା ନେଇ ତନାଘନା ଆରମ୍ଭ କଲା ଏନ୍‌ସିବି।

ଜାହାଜରୁ ଜବତ ୨୨ଟି ପ୍ୟାକେଟରେ ଅଛି ଡ୍ରଗ୍ସ କୋକେନ

ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣାରେ ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି।

ଷ୍ଟିଲ ପ୍ଲେଟ ଆଣି ଆସିଥିବା ‘MV ଦେବୀ’ ଜାହାଜରୁ ପ୍ୟାକେଟ ମିଳିଛି।ଇଣ୍ଡୋନେସିଆ ଗ୍ରେସିକ ବନ୍ଦରରୁ ଆସିଥିଲା ଜାହାଜ ‘MV ଦେବୀ’।ଜାହାଜଟି ଇଜିପ୍ଟରୁ ଇଣ୍ଡୋନେସିଆ ଓ ସେଠୁ ପାରାଦୀପ ଆସିଥିଲା।

ଜାହାଜରୁ ସନ୍ଦେହଜନକ ପ୍ୟାକେଟ ଜବତ

ପାରାଦୀପ ବନ୍ଦର PICT ବର୍ଥରେ ଲାଗିଥିବା ଜାହାଜରୁ ପ୍ୟାକେଟ ଜବତ ହୋଇଛି।

ଇଣ୍ଡୋନେସିଆ ଗ୍ରେସିକ ବନ୍ଦରରୁ ଷ୍ଟିଲ ପ୍ଲେଟ ଆଣି ଆସିଥିବା ‘MV ଦେବୀ’ ଜାହାଜରୁ ଜବତ ହୋଇଛି। ଜବତ ୮ଟି ପ୍ୟାକେଟରେ ନିଶାଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି।

ଦୁଇ ଦିନ ହେଲାଣି ନିଖୋଜ ମାମୁନି

ଜଗତସିଂହପୁର ଜିଲ୍ଲା ଏରସମାର ପ୍ରକାଶ ମହାନ୍ତିଙ୍କ ଝିଅ ଲୀନା ମହାନ୍ତି (ମାମୁନି) ବୁଧବାର ଦିନ ୧୨ଟା ବେଳୁ କେଉଁ ଆଡେ ଚାଲିଯାଇଛି।

କେହି ସହୃଦୟ ବ୍ୟକ୍ତି ତାର ସନ୍ଧାନ ପାଇଲେ ୯୫୫୬୬୬୬୨୪୪ରେ ଯୋଗାଯୋଗ କରି ଜଣାଇବାକୁ ଅନୁରୋଧ କରିଛନ୍ତି ତାଙ୍କ ବାପା।

ପାରାଦୀପରେ ନିଆଁ ଲାଗି ଜଳିଗଲା ବାଣ ଦୋକାନ

ଲକ୍‌ ଥାନା ନୂଆଗଡ଼ ଛକରେ ଥିବା ବାଣ ଦୋକାନ ଜଳିଗଲା।

ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଥିବା ବେଳେ ନିଆଁକୁ ଆୟତ୍ତ କଲେ ସ୍ଥାନୀୟ ଲୋକେ। ଭୋର ସମୟରେ ଅଗ୍ନିକାଣ୍ଡ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର

ପାରାଦୀପ-ଚଣ୍ଡିଖୋଲ ରାସ୍ତାର ହାତୀଟାଙ୍କି ନିକଟରେ ଓଲଟି ପଡିଛି ଗ୍ୟାସ ଟ୍ୟାଙ୍କର।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯାତାୟାତ ବନ୍ଦ କରିଛି। ପାରାଦୀପରୁ ଗ୍ୟାସ୍‌ ଲୋଡ ହୋଇ ଯିବା ବେଳେ ଦୁର୍ଘଟଣା ଘଟିଥିଲା।

୨୦ ଲକ୍ଷ ଦାବିରେ ଶବ ରଖି ଧାରଣା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ସାଇଲୋ ଭିତରଣା କୋକିଠେଙ୍ଗରେ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ଘର ଆଗରେ ମୃତଦେହ ରଖି ପରିବାର ଲୋକ ଧାରଣା ଦେଇଛନ୍ତି।

୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ଧାରଣାରେ ବସିଲେ ପରିବାର। ଗତକାଲି ଗାଁର ଜଣେ ଯୁବକ ୨ ଜଣଙ୍କୁ କୁରାଢ଼ିରେ ହାଣି ପକାଇଥିଲା।ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିଲା।

ଭିତରଣାରେ ୨ ଜଣଙ୍କୁ କୁରାଢ଼ିରେ ଆକ୍ରମଣ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ସାଇଲୋ ପଞ୍ଚାୟତ ଭିତରଣାରେ ୨ ଜଣଙ୍କୁ କୁରାଢ଼ିରେ ଆକ୍ରମଣ କରିଛି ସେହି ଗାଁର ଜଣେ ଯୁବକ।

ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ଯୁବକ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। କାହିଁକି ଏପରି ଭାବେ ଦୁଇଜଣଙ୍କୁ ହାଣିଲା ଜଣାପଡ଼ି ନାହିଁ।

ଭିତରଣାରେ ୨ ଜଣଙ୍କୁ କୁରାଢ଼ିରେ ଆକ୍ରମଣ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ସାଇଲୋ ପଞ୍ଚାୟତ ଭିତରଣାରେ ୨ ଜଣଙ୍କୁ କୁରାଢ଼ିରେ ଆକ୍ରମଣ କରିଛି ସେହି ଗାଁର ଜଣେ ଯୁବକ।

ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ଯୁବକ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। କାହିଁକି ଏପରି ଭାବେ ଦୁଇଜଣଙ୍କୁ ହାଣିଲା ଜଣାପଡ଼ି ନାହିଁ।

୨୬ ଯାଏଁ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ

ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯିବା ସହ ଷଣ୍ଢକୁଦ, ନୂଆବଜାର ଆଦି ବସ୍ତିରେ ଥିବା ମତ୍ସ୍ୟଜୀବୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯାଇଛି।

ଜୁଆର ଓ ପବନ ଆଶଙ୍କାରେ ଆଜିଠୁ ୨୬ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି ଏବଂ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଆଜି ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

Nuakhai wishes