ଆଇଓସିଏଲ ଆଗରେ ଦାବି ପୂରଣ ପାଇଁ ଧାରଣା

ପାରାଦୀପ ସ୍ଥିତ ଆଇଓସିଏଲ କାର୍ଯ୍ୟାଳୟ ସମ୍ମୁଖରେ ଆଠ ଦଫା ଦାବି ପୂରଣ ପାଇଁ ସ୍ଥାନୀୟ କେତେକ ସଂଗଠନ ପକ୍ଷରୁ ଆଜି ଧାରଣା ଦିଆଯାଇଛି l

24 ଘଣ୍ଟାରେ ତିର୍ତ୍ତୋଲରେ 82 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲରେ 82, ବାଲିକୁଦାରେ 75, ଆଳିପିଙ୍ଗଳରେ 63.8 ଏବଂ ବିରିଡିରେ 62.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l

ବିଧାୟକଙ୍କ ବିରୋଧରେ ପ୍ରେମିକା ଆଣିଲେ ବଳାତ୍କାର ଅଭିଯୋଗ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକା ଦାସଙ୍କ ବିବାହକୁ ନେଇ ବିବାଦ ଚରମ ସୀମାରେ ଥିବା ବେଳେ ସୋମାଲିକା ବିଧାୟକଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣି ଡାକଯୋଗେ ଅଭିଯୋଗ ତିର୍ତ୍ତୋଲ ଥାନାକୁ ପଠାଇଥିବା ଜଣେ ପୁଲିସ ଅଫିସର କହିଛନ୍ତି l
ପୂର୍ବରୁ ମଧ୍ୟ ସୋମାଲିକା ବିଧାୟକ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ ଆଣିଥିଲେ l

ପାରାଦୀପରେ ନିଖୋଜ ଦୋକାନୀଙ୍କୁ ହତ୍ୟା ସନ୍ଦେହ

ପାରାଦୀପର ରଙ୍ଗିଆଗଡ଼ରେ ଗତ ପାଞ୍ଚ ଦିନ ଧରି ନିଖୋଜ ଥିବା ଜଣେ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଇଛି l
ତାଙ୍କ ଦୋକାନ କାନ୍ଥରେ ରକ୍ତର ଛିଟା ଲାଗିଥିବା ବେଳେ ତାଙ୍କ ବାଇକ ମଧ୍ୟ ପଡିଛି l ଅଭୟଚାନ୍ଦପୁର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି l

Nuakhai wishes