ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମା ଓ ପୁଅ

ଜୟପୁର ବ୍ଲକ ଅନ୍ତର୍ଗତ ପୂଜାରୀପୁଟ ଗାଁର ତ୍ରିନାଥ ପ୍ରସାଦ ପାତ୍ରଙ୍କ ପତ୍ନୀ ଜୋସ୍ନା ପାଢ଼ୀ ଓ ପୁଅ ଆଲୋକନାଥ ପାତ୍ର ଏକାଠି ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଦୁଇଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଜୋସ୍ନା କୌଣସି କାରଣରୁ ମାଟ୍ରିକ ପରୀକ୍ଷା ଦେଇନଥିଲେ ଏବଂ ବିବାହ ପରେ ପାଠ ପଢିବା ପାଇଁ ସମୟ ପାଇପାରିନଥିଲେ । ପୁଅ ଗତବର୍ଷ ମାଟ୍ରିକରେ ନାମ ଲେଖେଇବା ପରେ ଉତ୍ସାହିତ ହୋଇ ପୁଣି ପାଠ ପଢିବା ପାଇଁ ପ୍ରେରଣା ଦେଇଥିଲା

ଆନ୍ଧ୍ର ଚାଲାଣ ସମୟରେ 20 ଲକ୍ଷ ଟଙ୍କାର ଗଂଜେଇ ଜବତ

କୋରାପୁଟ ଜିଲ୍ଲା ସୀମା ସିଲେରପୁଟ ଠାରେ ପୁଲିସ ଗାଡି ଚେକିଂ କରିବା ସମୟରେ 279 କିଲୋ ଗଞ୍ଜେଇ ଜବତ କରିଥିବା ଜଣାପଡିଛି l ଗାଡିର ଡ୍ରାଇଭର ଚମ୍ପଟ ମାରିବାରେ ସକ୍ଷମ ହୋଇଛି l
ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 20 ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି l

ଦୋଳିରେ ବସିଥିବା ନାବାଳିକାର ହୃଦଘାତରେ ମୃତ୍ୟୁ

କୋରାପୁଟ ଜିଲ୍ଲା କୋଟପାଡ଼ରେ ଆଜି ବ୍ରେକ ଡ୍ୟାନ୍ସ ଦୋଳିରେ ବସିଥିବା ବେଳେ ଜଣେ ନାବାଳିକା ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡିଛି l ଏହା ପରେ ଦୋଳିକୁ ବନ୍ଦ କରିବା ସହ ଯାତ୍ରାର ଆୟୋଜକଙ୍କୁ ସ୍ଥାନୀୟ ଏନଏସି ପକ୍ଷରୁ ନୋଟିସ କରାଯାଇଛି l

ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ

କୋରାପୁଟରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଜୟପୁର ବାର ଆସୋସିଏସନ ପକ୍ଷରୁ ଆଜିଠାରୁ ଦୁଇଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିବାରୁ କୋର୍ଟରେ ଅଚଳାବସ୍ଥା ଦେଖାଦେଇଛି l

Nuakhai wishes