ନଡ଼ିଆ ଟ୍ରକରୁ ଆଠ କ୍ୱିଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ ଜିଲ୍ଲାର ଲମତାପୁଟରୁ ଛତିଶଗଡ ଯାଉଥିବା ଏକ ନଡ଼ିଆ ବୋଝେଇ ଟ୍ରକରୁ ଜୟପୁର ନିକଟ 26 ନମ୍ବର ଜାତୀୟ ରାଜପଥରେ ଅବକାରୀ ବିଭାଗ ଚେକିଂ କରି ଆଠ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି l

ବଜ୍ରାଘାତରେ ପରିବାରର ଜଣେ ମୃତ, ୭ ଆହତ

କୋରାପୁଟ ଜିଲ୍ଲା ଲମତାପୁଟର ସିଲପଡା ଗ୍ରାମରେ ଆଜି ଅପରାହ୍ନରେ ବଜ୍ରପାତ ହେବାରୁ ଗୋଟିଏ ଘରେ ଥିବା ପରିବାରର ଜଣେ ପ୍ରାଣ ହରାଇଥିବା ବେଳେ 7 ଜଣ ଗୁରୁତର ହୋଇଛନ୍ତି l

ଆହତ ମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଆହତଙ୍କ ମଧ୍ୟରେ ଜଣେ ଦେଢ଼ ବର୍ଷର ଶିଶୁ ଅଛି l

ଗଞ୍ଜେଇ ଜବତ, ଗାଡି ଛାଡି ବେପାରୀ ଚମ୍ପଟ

କୋରାପୁଟ ଜିଲ୍ଳାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ତଳଚମ୍ପି ଗ୍ରାମ ନିକଟରେ ଗତକାଲି ରାତିରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ଵ ନାଳକୁ ପଶି ଯାଇଥିଲା l

ଆଜି ସକାଳେ ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚିବା ପରେ 14 ଟି ପ୍ୟାକେଟରେ ଥିବା ପ୍ରାୟ ଶହେ କିଲୋ ଗଞ୍ଜେଇ ଜବତ କରିଥିଲା l ତେବେ ଗାଡି ଛାଡି ଗଞ୍ଜେଇ ବେପାରୀ ଚମ୍ପଟ ମାରିଥିବା ଜଣାପଡିଛି l

ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରୁ ୩ ଦିନ ବିଦ୍ୟୁତ ଉତ୍ପାଦନ ବନ୍ଦ

କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ୩ ଦିନ ବନ୍ଦ ରଖିବାକୁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

୧୨୦ ମେଗା ୱାଟ୍ ବିଦ୍ୟୁତ ଉତ୍ପାଦନ ବନ୍ଦ ନେଇ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ମାଟିଖାଲରେ ପୁଲିସକୁ ଆକ୍ରମଣ ଘଟଣାରେ ସର୍ଚ୍ଚ ଅପରେସନ୍ ଜାରି

କୋରାପୁଟ ଜିଲ୍ଲା ଲମତାପୁଟର ମାଟିଖାଲ ଗ୍ରାମରେ ଗଂଜେଇ ପାଇଁ ପୁଲିସ ଚଢ଼ାଉ କରିବା ବେଳେ ଗାଁ ଲୋକେ ପୁଲିସକୁ ଆକ୍ରମଣ କରିଥିବା ଘଟଣାରେ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ଗାଁରେ ସର୍ଚ୍ଚ ଅପରେସନ୍ କରୁଛନ୍ତି।

ସର୍ଚ୍ଚ ଅପରେସନରେ ନନ୍ଦପୁର ଏସଡିପିଓ, ମାଛକୁଣ୍ଡ ତହସିଲଦାର ସାମିଲ ଅଛନ୍ତି। ମାଟିଖାଲ ଗାଁ ପୁରୁଷ ଶୂନ୍ୟ ହୋଇପଡ଼ିଥିବା ବେଳେ ପୁଲିସ ଅନେକ ମାରଣାସ୍ତ୍ର ଜବତ କରିଛି।

ରାତି ଅଧିଆ ରେଡ କରି ପୁଲିସ ହଟହଟା

କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲରେ ରାତି ଅଧିଆ ଚଢ଼ାଉ ବେଳେ ମାଲାକାନଗିରି ପୁଲିସକୁ ହଟହଟା ହେବାକୁ ପଡ଼ିଛି।

ପୁଲିସ ଫାଙ୍କ ଗୁଳି ଚାଳନା କରିଥିବା ଅଭିଯୋଗ କରି ଗ୍ରାମବାସୀ ଆକ୍ରମଣ କରିଥିଲେ। ଏହା ପରେ ପୁଲିସ ଟିମ ଫେରି ଆସିଥିଲା।