ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ହଷ୍ଟେଲରୁ ମୃତଦେହ ଠାବ ହୋଇଛି।

ମୃତ ଛାତ୍ରୀ ଜଣଙ୍କ ଗଣିତ ବିଭାଗ ପ୍ରଥମ ବର୍ଷରେ ପଢ଼ୁଥିଲେ। ଛାତ୍ରୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ, ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ରାସ୍ତାରୁ ଜଣଙ୍କ ମୃତଦେହ, ଆଉ ୨ ଆହତ ଅବସ୍ଥାରେ ଉଦ୍ଧାର

କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା କାଡାମ ଛକ ନିକଟରୁ ପୁଲିସ ଦ୍ୱାରା ମୃତଦେହ ଉଦ୍ଧାର ହୋଇଛି।

କିଛି ଦୁର୍ବୃତ୍ତ ୩ ଜଣଙ୍କୁ ଆକ୍ରମଣ କରିଥିବା ଜଣେ ଆହତ ସୂଚନା ଦେଇଛନ୍ତି। ବାଇକରେ ଯାଉଥିବା ବେଳେ ଠେଙ୍ଗାରେ ଆକ୍ରମଣ କରିଥିବା କହିଲେ। ହତ୍ୟା କରାଯାଇଥିବା ଅଭିଯୋଗ କଲେ ମୃତକଙ୍କ ପରିବାର।

କୀର୍ତ୍ତି ଭାସନ ହେଲେ କୋରାପୁଟ ଜିଲ୍ଲାପାଳ

ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଥିବା ରାଜ୍ୟ ସରକାର ଆଇଏଏସ କୀର୍ତ୍ତି ଭାସନଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ଭାରସାମ୍ୟ ହରାଇ ଓଲଟିଲା କାଠ ବୋଝେଇ ଟ୍ରକ୍‌

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର NH ୩୨୬ ମୀନାପାଇ ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରକ୍‌।

କାଠ ପଡ଼ି ଜାତୀୟ ରାଜପଥ ଅବରୋଧ ହୋଇଛି। ଅଟକିଛି ଗାଡ଼ିମୋଟର।

ଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲକ୍ଷ୍ମୀପୁର ଦଶମନ୍ତପୁର ଥାନା ଝଡ଼ିପାଇ ଗାଁର ଆମ୍ବତୋଟାରୁ ଉଦ୍ଧାର ହୋଇଛି।

ଯୁବତୀଙ୍କ ଓଢଣୀରେ ଝୁଲୁଛି ଦୁଇ ମୃତଦେହ। ଉଭୟ ଝଡ଼ିପାଇ ଗାଁର। ଦୁଇ ଯୁବକଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ସୂଚନା ମିଳିଛି। ବିବାହ ଲାଗି ପରିବାର ଲୋକେ ରାଜି ନହେବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସ୍ତ୍ରୀର ଆତ୍ମହତ୍ୟା ପରେ ପରେ ସ୍ୱାମୀର ଆତ୍ମହତ୍ୟା

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ବାଲିଆପଦର ଗାଁରେ ଏହି ଘଟଣା ଘଟିଛି।

ମୃତକ ଜିନୁ ପରଜା ଏବଂ ତାଙ୍କ ପତ୍ନୀ ରୁକ୍ମିଣୀ ପରଜା। ପାରିବାରିକ କଳହରୁ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଗୁରୁତର ଅସୁସ୍ଥ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

୫ ଜଣିଆ ଡାକ୍ତରୀ ଟିମ୍‌ଙ୍କ ତତ୍ତ୍ୱାବଧାନରେ ଚାଲିଛି ସ୍ୱତନ୍ତ୍ର ଚିକିତ୍ସା।

ସିଟି ବସ୍ ଟର୍ମିନାଲରେ ପୁଣି ଅଗ୍ନିକାଣ୍ଡ

ଜୟପୁର ଟର୍ମିନାଲରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ୮ଟି ବସ୍ ପୋଡ଼ି ନଷ୍ଟ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

ସ୍କ୍ରାପ୍‌ରେ ବସ୍ ଗୁଡ଼ିକ ବିକ୍ରି ପାଇଁ ଜିଲ୍ଲା ପ୍ରଶାସନ ନୋଟିସ କରିଥିଲା।ନଭେମ୍ବର ୩ରେ ମଧ୍ୟ ବଡ଼ଧରଣ ଅଗ୍ନିକାଣ୍ଡ ହୋଇଥିଲା।

ଫସଲ ବୀମା ସହାୟତା ପାଇଁ ଅନୁରୋଧ

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଆସନା ଗ୍ରାମର ଚାଷୀ ଅଭିମନ୍ୟୁ ପୂଜାରୀ ଧାରକରଜ କରି ଚାଷ କରିଥିଲେ ପୋକ ଲାଗି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ପ୍ରଧାନମନ୍ତ୍ରୀ ଫସଲ ବିମା କରିଥିଲେ ଓ ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ଜଣାଇଥିଲେ ମଧ୍ୟ କିଛି ସହାୟତା ମିଳିନଥିବା ସେ ଅଭିଯୋଗ କରିଛନ୍ତି।

ନାବାଳିକା ଦୁଷ୍କର୍ମୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

୨୦୨୦ ମାଛକୁଣ୍ଡ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ରମେଶ ଡଙ୍ଗାୟତଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ପକ୍ସୋ କୋର୍ଟ।

ମୃତ ନାବାଳିକା ପରିବାରକୁ ୧୭ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Nuakhai wishes