କୋରାପୁଟ ଜିଲ୍ଳାର ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ

ଦୁଇଟି ଜିଲ୍ଲାର ପାନୀୟ ଜଳ ପ୍ରକଳ୍ପକୁ ଆଜି ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି l
ପ୍ରସ୍ତାବିତ ପ୍ରକଳ୍ପରୁ କୋରାପୁଟ ଜିଲ୍ଲା ଜୟପୁର ବ୍ଲକର 15 ଓ କୁନ୍ଦ୍ରା ବ୍ଲକର 16 ପଞ୍ଚାୟତକୁ ପାଣି ମିଳିବ l ସେହିପରି ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକର 7 ଓ କୋଲନରା ବ୍ଲକର 8 ପଞ୍ଚାୟତକୁ ମଧ୍ୟ ପାନୀୟ ଜଳ ମିଳିବ l

ସାହୁପୁଟ ଛକରୁ ୨୦ ଲକ୍ଷର ଗଞ୍ଜେଇ ସହ ଜିପ୍ ଜବତ

କୋରାପୁଟ ଜିଲ୍ଲା ଲମତାପୁଟ ଅନ୍ତର୍ଗତ ସାହୁପୁଟ ଛକରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଜିପ୍ ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l

ଆନ୍ଧ୍ରରୁ ପାଡୁଆ ଅଭିମୁଖେ ଚାଲାଣ ବେଳେ ଧରାପଡ଼ିଥିବା ବେଳେ ଡ୍ରାଇଭର ଫେରାର ରହିଥିବା ଜଣାପଡିଛି ଏବଂ
ଜବତ ଗଞ୍ଜେଇର ପରିମାଣ ୨ କ୍ୱିଣ୍ଟାଲ ୧୫ କେଜି ବୋଲି ସୂଚନା l

ଟିପରକୁ ପଛପଟୁ ଧକ୍କା ଦେଲା ବସ,୧୦ ଆହତ

କୋରାପୁଟ ଜିଲ୍ଲା ଏନ୍ଏଚ୍-୨୬ର ଶୁଣ୍ଡିପୁଙ୍ଗାର ଛକ ନିକଟରେ ଏକ ଟିପର୍‌କୁ ପଛପଟୁ ସରକାରୀ ବସ୍ ଧକ୍କା ଦେବା ଫଳରେ ୧୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି l

ସରକାରୀ ବସ୍‌ଟି ବିଶାଖାପାଟଣାରୁ ଚତ୍ରକୋଣ୍ଡା ଯିବା ବେଳେ ଦୁର୍ଘଟଣା ଘଟିଛି l

ପୂର୍ବତନ ଜେଇ ଓ କିରାଣୀଙ୍କୁ ଦୁଇ ବର୍ଷ ଜେଲ

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ପୂର୍ବତନ ଜେଇ ମନୋଜ କୁମାର ବେଉରା ଏବଂ ପୂର୍ବତନ ବରିଷ୍ଠ କିରାଣି ଗୋପୀନାଥ ମଲ୍ଲିକଙ୍କୁ ଅର୍ଥ ହଡପ ମାମଲାରେ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l
ଜରିମାନା ଅନାଦାୟରେ ଦୁଇ ଜଣଙ୍କୁ ଅଧିକ ଦୁଇ ମାସ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ ହୋଇଛି l

ନାବାଳିକା ବଳାତ୍କାରୀକୁ 38 ବର୍ଷ ଜେଲ, ଜରିମାନା

2017 ମସିହାରେ ସୁନାବେଡା ଥାନା ଅଞ୍ଚଳରେ ହୋଇଥିବା ଏକ ନାବାଳିକା ଗଣବଳାତ୍କାର ମାମଲାର ଶୁଣାଣି କରି ଜୟପୁର ଆଡହକ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତକୁ 38 ବର୍ଷ ଜେଲ ଓ 40 ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି l

ହୋମଗାର୍ଡ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ

2017 ମସିହାରେ ଜୟପୁର ସହରରେ ବସନ୍ତ ପାତ୍ର ନାମକ ହୋମଗାର୍ଡ ଡ୍ୟୁଟି କରୁଥିବା ବେଳେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଅର୍ଜୁନ ଖରା ନାମକ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା l

ଏହି ମାମଲାର ଶୁଣାଣି କରି ଆଜି କୋର୍ଟ ଅଭିଯୁକ୍ତ ଅର୍ଜୁନକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି l

Nuakhai wishes