ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମାଞ୍ଚଳ ଥାନା ବନ୍ତୋପାଟଣା ଗାଁରେ ହତ୍ୟାକାଣ୍ଡ ଘଟିଛି।

ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିଲେ। କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

ରାତ୍ରି ଜଗୁଆଳକୁ ବନ୍ଧୁକ ଦେଖାଇ ଆଶ୍ରମରୁ ଲୁଟପାଟ

କେନ୍ଦ୍ରାପଡ଼ା ସଦର ଥାନା ଗୁଆଳସିଂ ସ୍ଥିତ ମୀରା ଆଶ୍ରମରୁ ଲୁଟପାଟ ହୋଇଛି।

୪୦ ହଜାର ଟଙ୍କା ଓ ଆସବାବପତ୍ର ଲୁଟି ନେଇଛନ୍ତି ୪ରୁ ୫ ଦୁର୍ବୃତ୍ତ।

ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମାଞ୍ଚଳ ଥାନା ଆମ୍ବେର ଗାଁରେ ଏହି ଘଟଣା ଘଟିଛି।

ଝିଅକୁ ହତ୍ୟା କରାଯାଇଥିବା ବାପଘର ପକ୍ଷରୁ ଅଭିଯୋଗ ହୋଇଛି।

ଚନ୍ଦ୍ରାୟନ-୩ ଅଭିଯାନରେ ସାମିଲ ଥିବା କେନ୍ଦ୍ରାପଡ଼ା ପୁଅ ଶୁଭାଶିଷଙ୍କ ପରିବାରକୁ ସମ୍ବର୍ଦ୍ଧନା

ଚନ୍ଦ୍ରାୟନ-୩ ଅଭିଯାନରେ ସାମିଲ ଥିବା ଇସ୍ରୋରେ କାର୍ଯ୍ୟରତ ଟେକ୍ନିସିଆନ ଶୁଭାଶିଷ ନାୟକଙ୍କ ପିତା ଶ୍ରୀଯୁକ୍ତ ମଳୟ ନାୟକ ଓ ମାତା ଶ୍ରୀମତୀ ନିର୍ମଳା ନାୟକଙ୍କୁ ବିଜେପି ପକ୍ଷରୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ସୁରେନ୍ଦ୍ରନାଥ ମଲ୍ଲିକ, ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମମତା ସେଠୀ, ବିଜେପି ନେତୃମଣ୍ଡଳୀ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ମୁକୁନ୍ଦପୁର ଗାଁସ୍ଥିତ ସୁଭାଶିଷଙ୍କ ବାସଭବନକୁ ଯାଇ ସମ୍ବର୍ଦ୍ଧନା କରିଥିଲେ।

ବ୍ରାହ୍ମଣୀ ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର।

ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଖୋଜାଖୋଜି ଜାରି ରହିଛି।

ବାସନ ମାଜିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଚାନ୍ଦିବାଉଂଶମୂଳ ହାତିଆଗଡ଼ି ଗାଁରେ ଏହି ଘଟଣା ଘଟିଛି।

କେନାଲରେ ବାସନ ମାଜିବା ବେଳେ କୁମ୍ଭୀର ଟାଣିନେଲା। ଗ୍ରାମବାସୀଙ୍କ ପକ୍ଷରୁ କେନାଲରେ ମହିଳାଙ୍କୁ ଖୋଜାଖୋଜି ଜାରି ରହିଛି।

ପୁଲିସ କନଷ୍ଟେବଲ୍‌ଙ୍କ ଘରୁ ଚୋରି ଅଭିଯୋଗ

କେନ୍ଦ୍ରାପଡ଼ା ସଦର ଥାନା ଜଜାଙ୍ଗ ପୁଲିସ କଲୋନୀରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ପକ୍ଷୀ ମାରି ଭିଡିଓ ଭାଇରାଲ କରିଥିବା ଯୁବକ ଗିରଫ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ଯୁବକକୁ ଗିରଫ କରିଛି ବନ ବିଭାଗ।

ଚିଙ୍ଗୁଡ଼ି ଘେରିରୁ ଚିଙ୍ଗୁଡ଼ି ଖାଇବାରୁ ମାଛରଙ୍କାକୁ ମାରିଥିଲା ଯୁବକ।ମାଛରଙ୍କା ପକ୍ଷୀକୁ ଅତି ନିର୍ଦ୍ଦୟ ଭାବରେ ଥଣ୍ଟକୁ ଧରି ମାରିଥିଲା। ଏହା ପରେ ମାରିବାର ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲା।

ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା ଜିଲ୍ଲା ନିମପୁର ଗାଁ ନିକଟରେ ଶୌଚ ପାଇଁ ଯାଇଥିଲା ବେଳେ ଝାମ୍ପିନେଇଛି କୁମ୍ଭୀର।

ସ୍ଥାନୀୟ ଲୋକଙ୍କ ଦ୍ୱାରା ନଦୀରେ ଖୋଜାଖୋଜି ପରେ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି।

Nuakhai wishes