ସିନ୍ଦୁରି ଗୌରୀ ପୀଠର ପ୍ରତିଷ୍ଠା ଉତ୍ସବ

କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ଗ୍ରାମର ଆରାଧ୍ୟ ଦେବୀ ମା ସିନ୍ଦୂର ଗୌରୀଙ୍କ ପୀଠ ର ପୁନଃଉଦ୍ଧାର ତଥା ପ୍ରତିଷ୍ଠା ଦିବସ ଶୁକ୍ରବାର ରାତ୍ରି ଧୂମଧାମ ରେ ପାଳିତ ହୋଇଯାଇଛି l

ସ୍ଥାନୀୟ ପୋଖରୀ ରୁ ଘଟ ଆଣି ପୂଜକ ମହେଶ ଚାଟାର୍ଜି ଦ୍ୱାରା ପୂଜାର୍ଚନା କରାଯିବା ପରେ ନୂତନ ଘରେ ଠାକୁରାଣୀ ଙ୍କୁ ଦେହୁରୀ ନୀଳାମ୍ବର ନାଏକ ଙ୍କ ଦ୍ୱାରା ପୂଜା କରାଯାଇ ପ୍ରତିଷ୍ଠା କରାଯାଇଥିଲା l

କ୍ରୀଡ଼ାବିତଙ୍କ ଅକାଳ ବିୟୋଗରେ ଶୋକ

କେନ୍ଦୁଝର ଜିଲାପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର ଜଣା ଶୁଣା କ୍ରୀଡ଼ାବିତ ତଥା ସାମାଜିକ କର୍ମୀ ଭୂଷଣ ବାରିକଙ୍କ ଶନିବାର ୬୧ ବର୍ଷ ବୟସ ରେ ଅକାଳ ବିୟୋଗ ଘଟିଛି।

ଜୁଲାଇ ୧୦ତାରିଖ ଦିନ ଅସୁସ୍ଥ ଅନୁଭବ କରିବା ରୁ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ୧୧ ତାରିଖ ଦିନ କଟକ ବଡଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ଶନିବାର ଚିକିତ୍ସା ଧୀନ ଅବସ୍ଥାରେ ୨ ଥର ହୃଦ ଘାତ ହୋଇଥିଲା । ଦିନ ୩ ଘଟିକା ବେଳେ ତାଙ୍କର ମୃତ୍ୟୁ ଘଟି ଛି।ତାଙ୍କର ମୃତ୍ୟ ଖବର ମିଳିବା ପରେ ପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଯୁବକ ବେଳେ ସେ ଜଣେ ଭଲ ଫୁଟବଲ ଖେଳାଳୀ ଥିଲେ।

ପାଟଣା ବ୍ଲକରେ ଖୋଲିଲା ମିଶନ ଶକ୍ତି କାଫେ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପରିସରରେ ଶୁକ୍ରବାର ମିଶନ ଶକ୍ତି କାଫେ ଉଦଘାଟିତ ହୋଇ ଯାଇଛି।ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ପି ଡି ଡୁ ଡା ଘାସିରାମ ମୁର୍ମୁ,ବିଡ଼ିଓ ଶିବଶଙ୍କର ମୁର୍ମୁ,ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ,ଉପାଧକ୍ଷା ବୀଣାପାଣି ନାୟକ,ବି ପି ଏମ ମନୋରରଞ୍ଜନ ମହାପାତ୍ର,ମିଶନସକ୍ତି ସଭାପତି ବିନ୍ଦୁ ମହାନ୍ତ, ସମ୍ପାଦକ ଜୁଲିରାଣୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ମହିଳା ଙ୍କୁ ସ୍ୱାବଲମ୍ବୀ କରିବାସହ ସୁଲଭ ମୁଲ୍ୟର ଜଳଖିଆ ,ନିରାମିଷ ଓ ଆମିଷ ଭୋଜନ ଲୋକ ଙ୍କୁ ଉପଲବ୍ଧ ହେବ।

ପାଟଣା ବ୍ଲକରେ ଜାତୀୟ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣୀ

କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହ ରେ ଶୁକ୍ରବାର ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା ୨୦ ୨୨ -୨୩ ଆର୍ଥିକ ବର୍ଷ ପାଇଁ ସମୀକ୍ଷା ଓ ଜନ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେବ୍ଲକ ରେ ମୋଟ ୧୨ ଲକ୍ଷ ୬ ହଜାର,୫୨୭ ଟି କର୍ମ ଦିବସ ସୃଷ୍ଟି ହୋଇଚ୍ଛି।

୧୭୪୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଶୁଣାଳୀ ପି ଡି ଡୁ ଡା ଘାଶିରାମ ମୁର୍ମୁ ଙ୍କ ଅଧକ୍ଷତା ରେ , ଜିଲା ସାମାଜିକ ସମୀକ୍ଷକ ଚନ୍ଦନ ଅମୃତାୟନ ଆଇଚ ,ବ୍ଲକ ଅଧକ୍ଷା ଶୁକାନ୍ତି ନାଏକ, ଉପାଧକ୍ଷା ବିଣା ପାଣି ନାୟକ, ଏ ପି ଓ ଦୀପକ ବେହେରା,ବ୍ଲକ ସାମାଜିକ ସମୀକ୍ଷକ କଳ୍ପନା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ବଦଳିଲେ ଆନନ୍ଦପୁର ଥାନା ଏଏସ୍ଆଇ ଓ ୨ କନଷ୍ଟେବଲ

ଆନନ୍ଦପୁର ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଏଏସ୍ଆଇ ଅନୁପ ଲାଗୁନ ଓ ୨ କନଷ୍ଟେବଲଙ୍କ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି।

ଚୋରି ମାମଲାରେ ଥାନାକୁ ଅଣାଯାଇଥିବା ଅଭିଯୁକ୍ତ ଚମ୍ପଟ ମାରିଥିଲା।ପରେ ବୈତରଣୀ ନଦୀ ପଠାରୁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ।

ଆସନ୍ତା ୨୦ ରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବେସରକାରୀ ଅଧ୍ୟାପକ କର୍ମଚାରୀ

୬୬୨ବର୍ଗ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଫେବୃୟାରୀ ମାସରୁ ଚାରିଦଫା ବିଭିନ୍ନ ଦାବିରେ ଭୁବନେଶ୍ୱରର ଲୋୟର ପିଏମଜି ଧାରଣାରେ ବସିଛନ୍ତି।

ସମାନ ଗ୍ରେଡପେକୁ ସମାନ ଦରମା,୨୦୦୮ ଜିଓରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ପେନସନ ଓ ଅବସର କାଳୀନ ସୁବିଧା ବ୍ୟବସ୍ଥା ଯୋଗାଇଦେବା, ୨୦୧୮ ଗ୍ରଣ୍ଟ ଇନ ଏଡରେ ଅନ୍ତର୍ଭୁକ୍ତ ସମସ୍ତ କର୍ମଚାରୀଙ୍କୁ ୭ମବେତନ ଦରମା ପ୍ରଦାନ,୨୦୦୮ ଓ ୨୦୧୪ ଆଦେଶରେ ଥିବା ଅସଙ୍ଗତ ଦୁଇ କରିବା ଆଦି ଦାବି ରହିଛି। ସମାଧାନ ନହେଲେ ଆଗାମୀ ୨୦ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସର୍ପ ଦଂଶନରେ ବୃଦ୍ଧ ମୃତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ଚିନାମାଳି ପଶି ପଂଚାୟତ ଗୋଧିରାମ ପଡା ଗ୍ରାମରେ ଶୋଇଥିବା ଅବସ୍ଥାରେ ସାପକାମୁଡାରେ ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

ମୃତକ ଜଣକ ହେଉଛନ୍ତି ସିଙ୍ଗା ମୁଣ୍ଡା। ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ବୃଦ୍ଧ ଜଣଙ୍କ ଶୋଇଥିବା ଅବସ୍ଥାରେ ତାଙ୍କର ଡାହାଣ କାନରେ ଏକ ବିଷଧର ସର୍ପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ସହାୟତା ରେ ପରିବାର ଲୋକେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଛାତ୍ରୀ ମୃତ୍ୟୁ ଘଟଣାରେ ପରିବାରକୁ ୪ ଲକ୍ଷ ଦେବାକୁ ନିର୍ଦ୍ଦେଶ

୨୦୧୪ ମସିହାରେ କେନ୍ଦୁଝର କୁସୁମିତା SC/ST ଆବାସିକ ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲାରେ ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବ ଅଧିକାର ଆୟୋଗ।

ଖାଦ୍ୟ ବିଷକ୍ରିୟାରୁ ୪ର୍ଥ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଥିଲା।

ଆନନ୍ଦପୁର ଥାନାରୁ ଜଣେ ଚୋରି ଅଭିଯୁକ୍ତ ଚମ୍ପଟ୍‌

ଏକ ଚୋରି ମାମଲାରେ ରାତିରେ ଥାନାକୁ ଆଣିଥିଲା ପୁଲିସ।

ମାତ୍ର ସକାଳୁ ଅଭିଯୁକ୍ତ ଚମ୍ପଟ ମରିଥିଲା। ଧରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।

ଟ୍ରେନରେ କଟି ଦୁଇ ହାତୀ ମୃତ (ଅପଡେଟ)

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ ଖଣ୍ଡ ଅଧିନସ୍ଥ ଦଇତାରୀ ରେଞ୍ଜର ବ୍ରାହ୍ମଣୀପାଳ ନିକଟରେ ଏକ ହାତୀ ପଲ ଆଜି ଭୋର୍ ସକାଳେ ଯଖପୁରା – ବାଂଶପାଣି ରେଳ ଲାଇନ୍ ପାର ହେବ ସମୟରେ ଏକ ମାଲ୍ ବାହି ଟ୍ରେନ ଧକ୍କା ଦେବାରୁ ଦୁଇଟି ହାତୀର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେକ ହାତୀ ଆହତ ହୋଇଥିବା ଜଣାପଡ଼ିଛି।

ଡିଏଫଓ ଅଭୟ କୁମାର ଦଳେଇ ଓ ଅନ୍ୟ ବନ କର୍ମଚାରୀ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ କାରଣ ଯାଞ୍ଚ କରୁଛନ୍ତି।

Nuakhai wishes