୨୦୨୪ ନିର୍ବାଚନରେ ମିଳିମିଶି ଲଢ଼ିବା ପାଇଁ ଜିଲା ବିଜେପି ସଭାପତିଙ୍କ ଆହ୍ୱାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ରବିବାର କେନ୍ଦୁଝର ଜିଲା ସାହାରପଡା ବ୍ଲକ ଉଦୟପୁର କଲ୍ୟାଣମଣ୍ଡପଠାରେ ପାଟଣା ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଏକ ଟିଫିନ୍ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକ ଜିଲା ବିଜେପି ସଂଯୋଜକ ସୁଦର୍ଶନ ମହାନ୍ତ ଙ୍କ ସଂଯୋଜନାରମୁଖ୍ୟ ଅତିଥି ଭାବେ ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ,ଜିଲା ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ପୂର୍ବତନ ଜିଲା ପରିଷଦ ଅଧକ୍ଷା ମମିତା ନାଏକ, ବରିଷ୍ଠ ନେତା ସତ୍ୟବ୍ରତ ନାଏକ, ସବୀର ଦାଶ ପ୍ରମୁଖ ସାମିଲହୋଇଥିଲେ।

ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ (ଅପଡେଟ)

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜାଲି ନିକଟସ୍ଥ ନିଶ୍ଚିନ୍ତପୁର ଠାରେ ଥିବା ଏକ କୋଚିଂ ସେଣ୍ଟରରେ ସାପ କାମୁଡାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ।

ଏହି ଘଟଣାକୁ ନେଇ ଅନ୍ୟ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିଥିବା ସୂଚନା ମିଳିଛି।

ସାପ କାମୁଡାରେ ୩ ମୃତ ଓ ଜଣେ ଗୁରୁତର (ଅପଡେଟ)

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜାଲି ନିକଟସ୍ଥ ନିଶ୍ଚିନ୍ତପୁର ଠାରେ ଥିବା ଏକ କୋଚିଂ ସେଣ୍ଟରରେ ଶୋଇଥିବା ସମୟରେ ସାପ କାମୁଡିବାରୁ ୩ଶିଶୁଙ୍କ ମୃତ୍ୟୁ ଘଟିଛି।

ଜଣେ ଛାତ୍ର ଗୁରୁତର ହେବାରୁ କଟକ ପଠାଯାଇଛି । ମୃତକ ମଧ୍ୟରେ ୨ ଛାତ୍ରୀ ଓ ଜଣେ ଛାତ୍ର। ସେମାନଙ୍କ ବୟସ ୧୦ ରୁ ୧୧ ବର୍ଷ ମଧ୍ୟରେ ଏବଂ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଡୁଥିଲେ l ଶନିବାର ରାତିରେ ସାପ କାମୁଡିବାରୁ ସେମାନେ ଅସୁସ୍ଥ ହୋଇପଡିଥିଲେ ।ରବିବାର ସକାଳେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ୨ ଛାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ।

ସାପ କାମୁଡ଼ାରେ ୩ଛାତ୍ରଛାତ୍ରୀ ମୃତ

କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରର ଏକ କୋଚିଂ ସେଣ୍ଟରରେ ଏହି ଘଟଣା ଘଟିଛି।

ରାତିରେ ଶୋଇଥିବା ବେଳେ ସାପ କାମୁଡ଼ିଥିଲା। ମୃତକଙ୍କ ମଧ୍ୟରେ ୨ ଛାତ୍ରୀ ଓ ଜଣେ ଛାତ୍ର ଥିବା ସୂଚନା ମିଳିଛି। ଜଣେ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଘାସ କାଟୁ କାଟୁ କାଟୁବିଦ୍ୟୁତ ତାର କାଟି ଟଳି ପଡିଲେ ମହିଳା

କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ତ୍ରିବିନ୍ଧା ଗ୍ରାମରେ ଶନିବାର ଅପରାହ୍ନ ରେ ବାଡ଼ିରେ ଦା ଆ’ ସାହାଯ୍ୟରେ ଘାସ କାଟୁ ଥିବା ବେଳେ ଜଣେ୪୦ ବର୍ଷୀୟା ବିବାହିତା ମହିଳା ଦ୍ରୌପଦୀ ମହାନ୍ତ ଅସାବଧାନତାବଶତଃ ଦା ରେ ପାଣି ପମ୍ପ ର ବିଦ୍ୟୁତ ତାର କାଟି ଦେଇଥିଲେ।ଫଳରେ ସେ ବିଦ୍ୟୁତ୍ ଆଘାତ ରେ ଆସି ଗୁରୁତର ହୋଇଥିଲେ। ଗୁରୁତର ହୋଇଥିବା ମହିଳା ଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ରାସ୍ତା ଉପରେ ଉପୁଡି ପଡିଛି କୁସୁମ ଗଛ:ଗମନା ଗମନ ଠପ

କେନ୍ଦୁଝର ଜିଲା ସାହାରପଡା ବ୍ଲକ ମାଛଗଡ଼ ଖଡିକା ପଦା ରାସ୍ତା ର ହରିଡା ଗୋଠ ୟୁପି ସ୍କୁଲ ନିକଟରେ ଶନିବାର ସକାଳୁଏକ କୁସୁମ ଗଛ ଉପୁଡି ପଡିବାରୁ ମାଛ ଗଡ଼ କୁ ଗମନା ଗମନ ବ୍ୟାହତ ହୋଇଛି ସୂଚନା ଯେ ସାହାରପଡା ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ୨ ଦିନ ହେବ ଲାଗି ରହିଛି।

ପ୍ରବଳ ବର୍ଷାରେ ଏହି ରାସ୍ତା କଡ଼ ରେ ଥିବା କୁସୁମ ଗଛ ଟଳି ପଡି ଥିବା ଆଲୋଚନା ହେଉଛି। ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ ରାସ୍ତା ଉପରୁ ଗଛ ସଫା ହୋଇନଥିବାରୁ ଲୋକେ ଗମନା ଗମନ ରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ

କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପାଟ ଧନୁର୍ଜୟ ପୁର ଗ୍ରାମ ରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ୫୦ ବର୍ଷୀୟ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଉଛନ୍ତିଉକ୍ତ ଗ୍ରାମ ର ଶଙ୍କର ମହାରଣା । ସୂଚନା ଅନୁଯାୟୀ ଶୁକ୍ରବର ବିଳମ୍ବିତ ରାତି ରେ ସେ ଘରୁ ବାହାର କୁ ବାହାରିବା ସମୟ ରେ ବିଦ୍ୟୁତ ସଂଯୋଗରେ ଆସିଥିବା ଲୁହାକବାଟ ସଂଯୋଗ ରେ ଆସିବାରୁ ସେ ଗୁରୁତର ହୋଇଥିଲେ।

ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ରାତ୍ରି ପହଞ୍ଚାଇ ଥିଲେ ହେଁ ଡାକ୍ତର ତାଙ୍କୁମୃତ ଘୋଷଣା କରିଥିଲେ।

ପରିବହନ ବିଭାଗ ପକ୍ଷରୁ ଧରପଗଡ, ୩୦୨ ବିରୁଦ୍ଧରେ ଇ-ଚାଲାଣ

କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗତ ୧୯ ତାରିଖରୁ କେନ୍ଦୁଝର ଜିଲା ବିଭିନ୍ନ ରାସ୍ତାରେ ବେଆଇନ ଚଳାଚଳ ଟ୍ରାଫିକ ଉଲଘଂନ ଆଦି ନେଇ ଚଢାଇ କରାଯାଇଛି।

ତିନି ଦିନରେ ୩୦୨ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଇ-ଚାଲାଣ କଟା ଯାଇ ୪୨ ଜଣ ଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଛି । ସେଥି ମଧ୍ୟରୁ ୧୦୮ ଜଣ କ୍ଷୀପ୍ର ଗତିରେ ଗାଡି ଚାଳନା, ୧୪ ଜଣ ମଦ୍ୟପାନ କରି ଗାଡ଼ି ଚାଳନା, ୬୯ ବିନା ହେଲମେଟ, ୧୦ ଜଣ ନାବାଳକ ଗାଡ଼ି ଚାଳନା, ୫ ଓଭର ଲୋଡ ଓ ୫ ଜଣ ମୋବାଇଲ ଧରି ଗାଡ଼ି ଚାଳନା ପାଇଁ କେସ ହୋଇଥିବା ଆର ଟି ଓ ଗୋପାଳ କୃଷ୍ଣ ଦାସ ସୂଚନା ଦେଇଛନ୍ତି।

Nuakhai wishes