ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ୨ଟି ଗାଈର ମୃତ୍ୟୁ ଅଭିଯୋଗ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ଗ୍ରାମରେ ଆଜି ଜଣେ ନକଲି ପଶୁ ଡାକ୍ତର ଭୁଲ ଇଞ୍ଜେକ୍ସନ ଦେବାରୁ ଦୁଇଟି ଗାଈର ମୃତ୍ୟୁ ହୋଇଛି।

ବାଇନ ନାହକ ନାମକ ଜଣେ ମହିଳା ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ନକଲି ଡାକ୍ତର ପ୍ରତି ଇଞ୍ଜେକ୍ସନ ଏକ ହଜାର ଟଙ୍କା ନେଇଥିବା ଅଭଯୋଗ ହୋଇଥିବା ବେଳେ ତାଙ୍କ ଘର୍ ଉକ୍ତ ଗ୍ରାମରେ ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।

କେନ୍ଦୁଝର ପୁଲିସ ଦ୍ଵାରା ବାଇକ ଚୋର ଗିରଫ

ଟାଉନ୍ ଥାନା ପୋଲିସ ଆଜି ମୁରଲୀ ପ୍ରଧାନ ନାମକ ଜଣେ ବାଇକ୍ ଚୋର କୁ ଗିରଫ କରିବା ସହ ତା ଠାରୁ ଚୋରି ବାଇକ୍ ଜବତ୍ କରିଛି।

ଗତ ୨୦୨୧ ନଭେମ୍ବର ୨୪ ରେ ଗାୟତ୍ରୀ ମନ୍ଦିର ନିକଟ ରୁ ଚୋରି ହୋଇଥିଲା।

ରାଇସୁଆଁ ମୁସଲିମ ସାହିର ଅଙ୍ଗନୱାଡି କେନ୍ଦ୍ରରୁ ମିଳିଲା ରଙ୍ଗୀନ ଅଣ୍ଡା

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ମୁସଲିମ ସାହିର ଅଙ୍ଗନୱାଡି କେନ୍ଦ୍ରରେ ରଙ୍ଗୀନ ଅଣ୍ଡା ବଣ୍ଟନକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏହି ରଙ୍ଗୀନ୍ ଅଣ୍ଡାର ଫୋଟ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ପିଲାମାନଙ୍କୁ ଦିଆଯାଇଥିବା ଅଣ୍ଡା ମଧ୍ୟରୁ ଜଣେ ଶିଶୁ ନେଇଥିବା ଅଣ୍ଡାକୁ ଭାଙ୍ଗି ଦେଖି ପରିବାର ଲୋକ ଚକିତ ହୋଇ ପଡିଛନ୍ତି। ଏହା ଭିତର ରଙ୍ଗ ଗୋଲାପି ଦେଖିବାକୁ ପାଇଛନ୍ତି। ଏଣୁ ଏହାର ଯାଞ୍ଚ କରି ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ନାବାଳିକାଙ୍କୁ ଉଲଗ୍ନ କରି ମାଡ ମାରିବା ଘଟଣାରେ ଜଣେ ଅଟକ

ଗତକାଲି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ସାଧୁ ସିଂ ହାଟିଂରେ ଜଣେ ଦଶ ବର୍ଷର ନାବାଳିକାଙ୍କୁ ଉଲଗ୍ନ କରି ଅସଦାଚରଣ କରି ମାଡ ମାରିବା ଘଟଣାରେ ବଡବିଲ ଥାନା ପୁଲିସ ଆଜି ଜଣେ ୬୮ ବର୍ଷ ବୟସ୍କ କୃଷ୍ଣା ପ୍ରସାଦ କେଶରୀ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି।

ରିପୋର୍ଟ ମିଳିବା ପରେ ଆଜି ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଓ ମଇନା ପାଇଁ ପଠାଯାଇଥିବା ପୁଲିସ କହିଛି।

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନୂଆବରିପାଳ ଗାଁରେ ଏହି ଘଟଣା ଘଟିଛି।

ବୃଦ୍ଧ ଜଣକ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ଦଳି ଦେଇଛି।

ବଜ୍ରପାତରେ ଜଳିଗଲା ଗଛ

କେନ୍ଦୁଝର ଜିଲ୍ଲା ପାଟଣା ଅଂଚଳରେ ଶୁକ୍ରବାର କାଳ ବୈଶାଖୀ ଯୋଗୁଁ ଘଡ଼ଘଡି ପବନ ସହ ବର୍ଷା ହୋଇଥିଲା ଏଥିରେ ମୁରୁସୁଆଁ ପଞ୍ଚାୟତ ଡେଣୁଆଁ ଗ୍ରାମର ଗୋକୁଳାନନ୍ଦ ମହାନ୍ତଙ୍କ ଘର ପଛ ପାର୍ଶ୍ୱରେ ଥିବା ଏକ ବରଗଛକୁ ବଜ୍ରପାତ ହେବାରୁ ଗଛଟି ଜଳିଯାଇଥିଲା।

ଖବର ପାଇ ଘଟଣା ସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

୫ଟି ସଚିବ ସ୍କୁଲ ବୁଲିଲେ, ପିଲାଙ୍କ ସହିତ ଖାଇଲେ

ଯୋଡ଼ା ବ୍ଲକ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫ ଟି ସଚିବ ଭି କେ ପଣ୍ଡିଆନ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଜଳ ସମ୍ପଦ ଅତିରିକ୍ତ ସଚିବ ଅନୁ ଗର୍ଗ ପହଞ୍ଚିଥିଲେ । ଇ-କ୍ଲାସରୁମ୍ ଅତ୍ୟାଧୁନିକ ଲାଇବ୍ରେରୀ ଓ ଲବୋରାଟରୀ ବୁଲି ଦେଖିବା ସହ ସ୍କୁଲ ରୂପାନ୍ତରଣ ନେଇ ପିଲାଙ୍କ ଅନୁଭୁତି ମଧ୍ୟ ଶୁଣିଥିଲେ । ସ୍କୁଲ ବୁଲିବା ସହ ଛାତ୍ରଛାତ୍ରୀଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ ।

ନାବାଳିକା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଂଚଳରେ ୨୦୧୬ ମସିହାରେ ଘଟିଥିବା ନାବାଳିକା ଇନ୍ଦୁମତୀ ଜୁଆଙ୍ଗ (୩) ହତ୍ୟା ଘଟଣାର ଶୁଣାଣି କରି ସ୍ଥାନୀୟ ଜିଲ୍ଲା ଓ ଦୌରାଜଜ ଚିତ୍ତ ରଂଜନ ମହାପାତ୍ର ହତ୍ୟାକାରୀ ଦୁଃଖବନ୍ଧୁ ଜୁଆଙ୍ଗ ( ୩୦)କୁ ଆଜୀବନା କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୧୬ ଅପ୍ରେଲ ୮ ତାରିଖରେ ବିନା କାରଣରେ ଏକ ବାଡିରେ ପିଟି ଦେବାରୁ ଇନ୍ଦୁମତି ଜୁଆଙ୍ଗଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଅଭିଯୋଗ ପାଇ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀକୁ ଧରି କୋର୍ଟ ଚାଲାଣ କରିଥିଲା। ଆଜି ୧୨ ଜଣ ସାକ୍ଷୀ ଓ ପୁଲିସ ତଦନ୍ତ ରିପୋର୍ଟକୁ ଆଧାର କରି ଏହି ଦଣ୍ଡାଦେଶ କରାଯାଇଥିବା ଜଣା ପଡ଼ିଛି।

Nuakhai wishes