ଆଜି ଠୁଁ ସ୍ବାମ ଶାସନ ପ୍ରସିଦ୍ଧ ବାଦୀ ପାଲା ମହୋତ୍ସବ

କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ୱାମ ଶାସନ ର ୬୭ ତମବାଦୀପାଲା ମହୋତ୍ସବ ମେ୧ ତାରିଖ ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ପାଲା କମିଟି ସଭାପତି ଅଜିତ କୁମାର ଦାଶ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ସ୍ଵନାମ ଧନ୍ୟ ଗାୟକ ଲକ୍ଷ୍ମୀଧର ରାଉତଙ୍କ ସହ ବନ ବିହାରୀ ଗ୍ରହାଚାର୍ଯ୍ୟଙ୍କ ମଧ୍ୟ ରେ ପାଲା ଅନୁଷ୍ଠିତ ହେବ।ପ୍ରତିଦିନ ପାଲା ପ୍ରେମୀଙ୍କ ସକାଶେ ଭୋଗ ର ଵ୍ୟଵସ୍ଥା କରଯାଇଛି।

ଆସନ୍ତା ପାଞ୍ଚ ରୁ ବଡବିଲ- ପୁରୀ ଇଣ୍ଟର ସିଟି ଟ୍ରେନ

ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ବଡବିଲ- ପୁରୀ ଇଣ୍ଟର ସିଟି ଟ୍ରେନ ଆସନ୍ତା ୫ ତାରିଖରୁ ପୁନଃ ଚଳାଚଳ କରିବ ବୋଲି ରେଳବାଇ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ନିକଟରେ ଏହି ଟ୍ରେନ ୧୫ ଦିନ ମଧ୍ୟରେ ନ ଚାଲିଲେ ରେଳ ରୋକ ଆନ୍ଦୋଳନ ହେବ ବୋଲି କେନ୍ଦୁଝର ଯୁବ ପରିଷଦ ପକ୍ଷରୁ ଦାବି ହୋଇଥିଲା। ଏହା ପୂର୍ବରୁ ନାଗରିକ ମଞ୍ଚ ଟ୍ରେନ ଚଳାଇବା ନେଇ ଦାବି କରିବା ସହ ସାଂସଦ, ବିଧାୟକ ତଥା ଅନ୍ୟ ନେତା ମାନେ ବ୍ୟକ୍ତି ଗତ ରେଳବାଇ ମନ୍ତ୍ରୀ ଙ୍କୁ ଭେଟି ଦାବି ଜଣାଇଥିଲେ ହେଁ ନ ଶୁଣିବାରୁ ଅସନ୍ତୋଷ ଦେଖାଦେଇଥିଲା। ଏହି ଟ୍ରେନ କୋଭିଡ଼ ପାଇଁ ଦୁଇ ବର୍ଷ ହେଲା ବନ୍ଦ ଥିଲା।

ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଘସିପୁରା ଥାନା ଅନ୍ତର୍ଗତ ଘସିପୁରା ଗ୍ରାମ ପୋଖରୀରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି l ତେବେ ମୃତକ ଜଣେ ମାନସିକ ଭିନ୍ନକ୍ଷମ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି l

ଟିକିରା ଗ୍ରୀଡ଼ରୁ ବିଦ୍ୟୁତ ସଂଯୋଗ ପାଇଁ ଗଛ କଟା ଆରମ୍ଭ

କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟକୁ ଘଟଗାଁ ବ୍ଲକ ଟିକିରା ଗ୍ରୀଡ଼ରୁ ବିଦ୍ୟୁତ ସଂଯୋଗ କରଣ କାର୍ଯ୍ୟକୁ ତ୍ୱରିତ କରିବା ପାଇଁ ପାଟଣା ବିଧାୟକ ତଥା ଜଗନ୍ନାଥ ନାଏକ ଗୁରୁବାର ଡିଏଫଓ ଏଚ ଡି ହନୁମନ୍ତ ଓ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ଦାଶ ଙ୍କ ସହ ଆଲୋଚନା କରିବା ପରେ ଶୁକ୍ରବାର ଠାରୁ ୩୫ ଟି ଗଛ କାଟିବା କାର୍ଯ୍ୟ ଓ ଏଫ ଡିସି ଆରମ୍ଭ କରିଛି।

ଶନିବାର ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ ,ବନପାଳ ଚିତ୍ତରଞ୍ଜନ ପରିଡା, ବିଦ୍ୟୁତ କର୍ମଚାରୀ କିଶୋର ପାଣି ଗ୍ରାହୀ ଓ ଏ ଫ ଡି ସି ଦୁଷ୍ମନ୍ତ ପ୍ରଧାନ, ସାମାଜିକ କର୍ମୀ ବିବେକାନନ୍ଦ ଦାଶ, ପ୍ରଶାନ୍ତ କୁମାର ଭଞ୍ଜ ଓ ବଳରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

ବିବାହିତା ଝିଅ ନିଖୋଜ ନେଇ ଥାନାରେ ଅଭିଯୋଗ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଉପାନ୍ତ ଅଞ୍ଚଳ ମାଛଗଡ ଗ୍ରାମର କାଳିଚରଣ ମହାନ୍ତଙ୍କ ବିବାହିତ ଝିଅ ମେନକା ମହାନ୍ତ ଗତ ୧୦ ତାରିଖରୁ କେଉଁ ଆଡେ ନିଖୋଜ ହୋଇ ଯାଇଥିବା ନେଇ ପାଟଣା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଗଲାବେଳେ ସେ କମଳା ରଙ୍ଗର ଶାଢ଼ୀ ପିନ୍ଧିଥିବା ସୂଚନା ଦେବା ସହ ସେ ଗତ ୧୦ ତାରିଖ ହାଣ୍ଡିଆସିଲ ଗ୍ରାମକୁ ଯାଇ ଆଉ ମାଛଗଡ ଫେରି ନଥିବା କୁହାଯାଉଛି । ନିଖୋଜ ମେନକା ଓସ୍ତଯୋଡି ଗ୍ରାମରେ ବିବାହ କରିଥିଲେ ଏବଂ ତାଙ୍କର ୭ ବର୍ଷର ପୁଅ ଟିଏ ରହିଛି ।

୩୦ ଗୋରୁ ଉଦ୍ଧାର, ୧୦ ଜଣ ଗିରଫ

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପୁଲିସ ଆଜି ପେଟ୍ରୋଲିଂ ବେଳେ ଏକ ଟ୍ରକକୁ ଅଟକାଇ ବେଆଇନ ଭାବେ ଚାଲାଣ ହେଉଥିବା 30 ଟି ଗୋରୁକୁ ଉଦ୍ଧାର କରିଛି l

ଏହି ଘଟଣାରେ ଦଶ ଜଣଙ୍କୁ ଗିରଫ କରାଯାଇଛି l

ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ସୋସୋ ଥାନା ଅନ୍ତର୍ଗତ ରାଇଘାଟିରେ 2019ରେ ପୂର୍ବ ଶତ୍ରୁତାରୁ ହୋଇଥିବା ଏକ ହତ୍ୟା ମାମଲାର ଶୁଣାଣି କରି ଆନନ୍ଦପୁର ଏଡିଜେ ଆଜି ଅଭିଯୁକ୍ତ ଜୀବର ହୋକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିବା ବରିଷ୍ଠ ଆଇନଜୀବୀ କହିଛନ୍ତି l

ପାଟଣାରେ ୪୬୪ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୬ଟି ପଞ୍ଚାୟତର ୪୬୪ ଜଣଙ୍କୁ ଶୁକ୍ରବାର ବ୍ଲକ ସଭାଗୃହରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ସଭାପତି ଜଗନ୍ନାଥ ନାଏକ ଯୋଗ ଦେଇଥିଲେ।

ଚାଷୀଙ୍କ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ

କେନ୍ଦୁଝର ମୋଡେଲ ମଣ୍ଡି, ବହୁମୁଖି ଗୋଦାମ ଘର ନିର୍ମାଣ, ଉଠା, କ୍ଷୁଦ୍ର ଓ ମଧ୍ୟମ ଜଳସେଚନର ସୁବ୍ୟବସ୍ଥା, ରବି ଋତୁରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ଖରିଫ ଋତରେ ଟୋକନ ଲାପ୍ସ ହୋଇଥିବା କୃଷକଙ୍କୁ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଦାବିରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା, କେନ୍ଦୁଝର ଜିଲ୍ଲା ପକ୍ଷରୁ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।

ଅନନ୍ତ ଚରଣ ସାହୁଙ୍କ ନେତୃତ୍ବରେ ଏକ ଦଳ ରାଜ୍ୟ ଉପସଭାପତି ରାଧାକାନ୍ତ ମହାନ୍ତଙ୍କ ଉପସ୍ଥିତିରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି।

Nuakhai wishes