ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦୋକାନୀ ଗୁରୁତର

ଆନନ୍ଦପୁର ଥାନା ଅନ୍ତର୍ଗତ ଖଡ଼ିବାହାଳ ଛକରେ ଜଣେ ଦୋକାନୀ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ପୁଲିସ ଆଜି କହିଛି l

ଗୁଳିମାଡ଼ର କାରଣ ନେଇ ପୁଲିସ ତଦନ୍ତ କରୁଥିବା ବେଳେ ଆହତ ଦୋକାନୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

ସଫଳ ଚାଷୀ ପ୍ରମୋଦ ମହାନ୍ତ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅନ୍ତର୍ଗତ ଇଚିଣ୍ଡା ଗ୍ରାମର ପ୍ରମୋଦ କୁମାର ମହାନ୍ତ ଶିକ୍ଷାରେ ଯୁକ୍ତ ଦୁଇ ବିଜ୍ଞାନ ପରେ ଚାକିରି ଅନ୍ୱେଷଣରେ କିଛି ଦିନ ରହିଲା ପରେ କୃଷି ପ୍ରତି ମନ ବଳାଇଥିଲେ ଏବଂ ପାଞ୍ଚ ଏକ ଜମିରେ ଏକ ଜଳକୂପ ଖୋଲି ପୋଟଳ ଓ ତରଭୁଜ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ସେ ନିଜ ପରିବାର ପ୍ରତିପୋଷଣ କରିବା ସହ ଆଉ ୬ପରିବାର କୁ ରୋଜଗାର ଯୋଗେଇ ପାରୁଛନ୍ତି।ସେ ବାର୍ଷିକ ୭ରୁ ୧୦ ହଜାର ରୋଜଗାର କରୁଥିବା କହିଛନ୍ତି ।

କୂଅରେ ଖସି ପଡିଥିବା ବ୍ୟକ୍ତିଙ୍କ ଉଦ୍ଧାର

କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡା ଗ୍ରାମରେ ମଙ୍ଗଳବାର ସଂଧ୍ୟାରେ ଗ୍ରାମର ଲକ୍ଷ୍ମଣ ମହାନ୍ତ(୬୦) ଏକ ଗଭୀର ପଥର କୂଅରେ ଖସି ପଡ଼ିଥିବା ବେଳେ ତାଙ୍କୁ କୂଅ ଭିତରୁ ଉଦ୍ଧାର କରିବାରେ ଗ୍ରାମବାସୀ ବିଫଳ ହୋଇଥିଲେ ।

ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଗଭୀର କୂଅ ଭିତରୁ ତାଙ୍କୁ ଉଦ୍ଧାର କରିଥିଲେ।

କୁଣ୍ଡଳାରେ ବନ ଦୁର୍ଗାଙ୍କ ସୁରମ୍ୟ ମନ୍ଦିର ପ୍ରତିଷ୍ଠା

କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ କୁଣ୍ଡଳା ଛକରେ ଆଜି ବନ ଦୁର୍ଗା ମନ୍ଦିର ସହ ମା’ଙ୍କର ମୁଗୁନି ପ୍ରସ୍ତରରେ ନିର୍ମିତ ବିଗ୍ରହ ପ୍ରତିଷ୍ଠା ସମ୍ପନ୍ନ ହୋଇଥିବାବେଳେ ମନ୍ଦିର ପ୍ରତିଷ୍ଠା କମିଟି ପକ୍ଷରୁ ପକ୍ଷରୁ କର୍ତ୍ତା ଭାବେ ଉଦ୍ୟକ୍ତା ଆଷାଢୁ ନାଏକ ଓ ତାଙ୍କ ପତ୍ନୀ ସୁମିତ୍ରା ନାଏକ ଦେବୀ ନୀତି ସମ୍ପନ୍ନ କରିଥିଲେ।

ପୂଜକ ଭାବେ ପଣ୍ଡିତ ଅଲେଖ ଚନ୍ଦ୍ର ତ୍ରିପାଠୀ , ତରୁଣ କୁମାର ତ୍ରିପାଠୀ, ନିରଞ୍ଜନ କର ନୀତି କାନ୍ତି ପୂଜା ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ୨ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

ଯୁବକଙ୍କୁ ଲୁହାଛଡରେ ପିଟି ପିଟି ହତ୍ୟା,୨ ଗିରଫ

କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ ଗତକାଲି ରାତ୍ର ପ୍ରାୟ ୧୦ଟାବେଳେ ଏକ ଜଘନ୍ୟ ହତ୍ୟାକାଣ୍ତ ଘଟଣା ଘଟିଛି।

ଜଣେ ଯୁବକଙ୍କୁ ଚାରିଜଣ ଯୁବକ ଲୁହାଛଡରେ ପିଟି ପିଟି ହତ୍ୟା କରିଛନ୍ତି।ମୃତକ ଯୁବକ ଜଣଙ୍କ ହେଲେ ମନୋହରପୁର ଗ୍ରାମର ଭାଗ୍ୟଧର ଘଣା(୩୯)।ଗତକାଲି ୪ଜଣ ଦୁର୍ବୁତ୍ତ କାରରେ ଆସିଥିଲେ। ସେମାନେ ପାଖ ପୋଖରୀକୁ ଯାଇଥିଲେ। ଠିକାଦାର କାମକୁ ନେଇ ହତ୍ୟା ସନ୍ଦେହ କରାଯାଉଛି। ପୋଲିସ ମୃତ ଦେହ ଉଦ୍ଧାର କରି ଘଟଣାର ଅନୁସନ୍ଧାନ ଜାରି ରଖିଛି। ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡିଛି।

ଦୁଇ ଘଣ୍ଟା ବିଦ୍ୟୁତ୍ କାଟ ନେଇ ଅସନ୍ତୋଷ

କେନ୍ଦୁଝର ଜିଲ୍ଲାରେ ପ୍ରବଳ ଗରମ ଯୋଗୁଁ ଜନ ଜୀବନ ବ୍ୟତିବ୍ୟସ୍ତ ହୋଇ ପଡିଥିବା ବେଳେ ଏହାର ଉପରେ ଘନ ଘନ ବିଦ୍ୟୁତ୍ କାଟ ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି।

ଦିନ ରାତି ପ୍ରାୟ ଅନେକ ସମୟ ରେ ବିଦ୍ୟୁତ୍ କାଟ ହେଉଛି।ତେବେ ସୋମବାର ଦିନ ସନ୍ଧ୍ୟାରେ ଦୁଇଘଣ୍ଟା ବିଦ୍ୟୁତ୍ କାଟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ମୁଣ୍ଡ ଉପରେ ପରୀକ୍ଷା ଏଭଳି ବିଦ୍ୟୁତ୍ କାଟ ପିଲା ଙ୍କ ପାଠ ପଢା ରେ ବ୍ୟାଘାତ ସୃଷ୍ଟି କରିଛି।

Nuakhai wishes