ଭବାନୀପାଟଣାରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସର୍ବ ଶିକ୍ଷା ଅଭିଯାନ ତରଫରୁ ବାହାରିଥିବା ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲା ଉଚ୍ଚ ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର ।

ଏହି ରଥ ପ୍ରତ୍ୟେକ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିବ ।

ଗାଁ ଗାଁ ଯାଇ ରାସନ ଚାଉଳ ବାଣ୍ଟିଲେ ସରପଞ୍ଚ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ ଆଜିଠାରୁ ଗାଁ ଗାଁ ଯାଇ ହିତାଧିକାରୀଙ୍କୁ ରାସନ ଚାଉଳ ବଣ୍ଟନ କରିଛନ୍ତି।

ସରପଞ୍ଚଙ୍କ ଏଭଲି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ମନରେଗା ପାଉଣା ନମିଳିବା ନେଇ ଶ୍ରମିକଙ୍କ ଦାବିପତ୍ର

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ କୁମଖାଲ ପଞ୍ଚାୟତ ଶ୍ରମିକମାନେ ମନରେଗା ଯୋଜନାରେ କାମ କରିଥିଲେ ମଧ୍ୟ ବର୍ଷେ ହେଲା ମଜୁରୀ ମିଳୁନଥିବା ଅଭିଯୋଗରେ ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଳକ ଉପାଧ୍ୟକ୍ଷ ସଞ୍ଜୟ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଭାଗିରଥି ମ୍ୟାରେଜ ପେଲେଶରେ ନିଆଁ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଭାଗିରଥି ମ୍ୟାରେଜ୍ ପେଲେଶ ଠାରେ ଆଜି ଅପରାହ୍ନରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏଠାରେ ଥିବା ବହୁ ସାମଗ୍ରୀ ଜଳିପୋଡି ନଷ୍ଟ ହୋଇ ଯାଇଛି ।

ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ମୁକୁଳା ଟ୍ରାନସଫରମର ଚାରିପଟେ ପାଚେରୀ ଦେବାକୁ ଦାବି

କଳାହାଣ୍ଡି ଜିଲ୍ଲା ଏମ ରାମପୁର ପୁଲିସପଡ଼ା ଓ ବଡବନ୍ଧ ଯିବା ରାସ୍ତାରେ ଥିବା ମୁକୁଳା ଟ୍ରାନସଫର୍ମର ଚାରିପଟେ ପାଚେରୀ ଦେବାକୁ ଦାବି କରିଛନ୍ତି କଂଗ୍ରେସ ନେତା ବିଭୂତି ଭୁଷଣ ମହାକୁଡ ।

ପାଚେରୀ ନଥିବାରୁ ପଶୁ ଓ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ନଲ୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

କଳାହାଣ୍ଡି ଜିଲ୍ଲାପାଳ ଡ଼ଃ ଗଭାଲି ପରାଗ ହରସଦଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି ।

ଏଥିରେ ଏସପିଙ୍କ ସମେତ ଜିଲ୍ଲା ଓ ବ୍ଳକ ସ୍ତରୀୟ ପଦାଧିକାରୀ ଯୋଗଦେଇ ଲୋକଙ୍କ ଅଭିଯୋଗ ଉପରେ ଶୁଣାଣି କରିଥିଲେ ।

ଲାଞ୍ଜିଗଡ଼ ବ୍ଲକର ୨୬ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଟିତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ୨୬ଟି ପଞ୍ଚାୟତରେ ଆଜି ସ୍ୱତନ୍ତ୍ର ଗ୍ରାମସଭା ସଂପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଛି ।

ଏଥିରେ ପଞ୍ଚାୟତ ପ୍ରତିନିଧି,ଅଙ୍ଗନୱାଡ଼ି,ଆଶା,ବିଭିନ୍ନ ଗ୍ରାମର ଜନସାଧାରଣ ଯୋଗଦେଇ ରହିଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ଉଲ୍ଲାଦାନୀ ପଞ୍ଚାୟତ ଗସ୍ତ

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଆଜି ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଉଲ୍ଲାଦାନୀ ପଞ୍ଚାୟତ ଗସ୍ତରେ ଆସି ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ସହିତ ଆଲୋଚନା କରି ତାର ସମାଧାନ ଦିଗରେ ପ୍ରତିଶ୍ରୁତି ଦେଇଛନ୍ତି ।

Nuakhai wishes