ପାନୀୟ ଜଳ ସମସ୍ୟା ନେଇ ପିଡିଙ୍କୁ ଭେଟିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଚିଚୈଗୁଡାରେ ପାନୀୟ ଜଳ ସମସ୍ୟାର ସମାଧାନ ନେଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧୁରା ମେହେର ଆଜି ପିଡିଙ୍କୁ ଭେଟିଥିଲେ ।

ପୂର୍ବରୁ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ମଧ୍ୟ ଏହି ସମସ୍ୟା ବାବଦରେ ଅବଗତ କରିଥିଲେ। ପରେ ଜିଲ୍ଲାପରିଷଦ ପାଣ୍ଠିରୁ ୪ଲକ୍ଷ ୪୦ହଜାର ଟଙ୍କା ଅନୁଦାନ ଦେଇଥିବା ଉପାଧ୍ୟକ୍ଷ କହିଛନ୍ତି ।

ଲାଞ୍ଜିଗଡ଼ ବ୍ଳକ ସଭାଗୃହରେ ଆମ୍ବେଦକର ଜୟନ୍ତୀ ପାଳିତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ସଭାଗୃହ ଠାରେ ଆଜି ବାବା ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଛି।

ଏଥିରେ ବ୍ଳକ ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସେହିପରି ବ୍ଲକର ୨୬ଟି ପଞ୍ଚାୟତରେ ମଧ୍ୟ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଛି ।

ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ପାଳିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଗାନ୍ଧୀ ଛକ ଠାରେ ବାବା ଭୀମରାଓ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ପାଳିତ ହୋଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗଦେଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଚିରାଗ ସିଂ ଦେଓ ହେଲେ ଜିଲ୍ଲା କେନ୍ଦୁପତ୍ର ଡିଭିଜନ ସଭାପତି

କଳାହାଣ୍ଡି ଜିଲ୍ଲା କେନ୍ଦୁପତ୍ର ଡିଭିଜନର ନୂତନ ସଭାପତି ଭାବେ ଚିରା ଚିରଗ ସିଂ ନିର୍ବାଚିତ ହୋଇଛନ୍ତି ।

ଏହି ଅବସରରେ ଅନୁଷ୍ଠିତ ସଭାରେ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Nuakhai wishes