ରେଗେଡା ଉତ୍କଳ ବ୍ୟାଙ୍କ ଚୋରି ଘଟଣାରେ ସନ୍ଧାନୀ କୁକୁର ଦ୍ଵାରା ତଦନ୍ତ

କଳାହାଣ୍ଡି ଜିଲ୍ଲା ଏମ ରାମପୁର ରେଗେଡା ଉତ୍କଳ ବ୍ୟାଙ୍କରୁ ଗତକାଲି ବିଳମ୍ବିତ ରାତିରେ ଚୋରି ଘଟଣାରେ ଆଜି ଏସଡିପିଓ ଅଭିନବ ଶଙ୍କର ଓ ଥାନାଧିକାରୀ ସଚିନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ସନ୍ଧାନୀ କୁକୁର ଦ୍ଵାରା ଛାନଭିନ ଆରମ୍ଭ ହୋଇଛି ।

କଲମପୁର ଜଗନ୍ନାଥ ମନ୍ଦିରରେ ନାମ ଯଜ୍ଞ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କଲମପୁର ଜଗନ୍ନାଥ ମନ୍ଦିର ପଡା ଠାରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଠ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଭାଗ ନେଇଛନ୍ତି।

ଅମୃତ ମୟ ହରିରସାମୃତ ପାନ କରିବା ପାଇଁ ଶହ ଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

କିଟରେ ପଢ଼ିବେ ବେନ ଗାଁର ୮ଜଣ ଛାତ୍ରଛାତ୍ରୀ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଦୁର୍ଗମ ଅଞ୍ଚଳ ବେନ ଗାଁର ୮ଜଣ ଛାତ୍ରଛାତ୍ରୀ ଭୁବନେଶ୍ୱର ସ୍ଥିତ କିଟରେ ପଢ଼ିବା ପାଇଁ ମନୋନୀତ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ଘର ଘର ବୁଲି ସମସ୍ୟା ବୁଝିଲେ କାଉନସିଲର ରଞ୍ଜୁକ୍ତା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ୱାର୍ଡନଂ ୧୪ର ନିର୍ବାଚିତ କାଉନସିଲ ରଞ୍ଜୁକ୍ତା ପ୍ରଧାନ ପ୍ରତିଶ୍ରୁତି ରକ୍ଷାକରି ଆଜି ୱାର୍ଡର ବିଭିନ୍ନ ଘର ବୁଲି ଲୋକଙ୍କ ସମସ୍ୟା ଉପରେ ଟିକିନିଖି ଭାବରେ ଲେଖି ପ୍ରଶାସନ ଆଗରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ।

ଛାତ୍ରୀ ନିର୍ଯାତନା ବିରୋଧରେ ପୋଷ୍ଟର ଲଗାଇଲେ ମାଓବାଦୀ

କଲାହାଣ୍ଡି ଜିଲ୍ଲା ମଦନପୁର -ରାମପୁର ଥାନା ଅନ୍ତର୍ଗତ ଟୁଜୁଙ୍ଗ ଗ୍ରାମ ନିକଟରେ ଏକ ଗଛରେ ଆଜି ମାଓବାଦୀ ପୋଷ୍ଟର ଲଗାଇ ସ୍କୁଲ ଗୁଡିକରେ ହେଉଥିବା ଛାତ୍ରୀ ନିର୍ଯାତନା ଘଟଣାରେ ସରକାର ନିରବ ରହିଲେ ମାଓ ସଂଗଠନ ଦୋଷୀଙ୍କୁ ଦଣ୍ଡ ଦେବ ବୋଲି ଚେତାବନୀ ଦେଇଛନ୍ତି l

ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରୁଛି l

ଶବ ବାହକ ଗାଡ଼ିର ଶୁଭାରମ୍ଭ କଲେ ଦାନ ମାଝୀ

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଚର୍ଚ୍ଚାରେ ଥିବା କଳାହାଣ୍ଡି ଜିଲ୍ଲା ଅଟୋ ଚାଳକ ସଂଘର କର୍ମକର୍ତ୍ତାଙ୍କ ନିଜସ୍ଵ ସହଯୋଗରେ ସୁଲଭ ମୂଲ୍ୟରେ ଶବ ବାହକ ଗାଡିର ଶୁଭାରମ୍ଭ ହୋଇଛି ।ଏହାକୁ ଦାନ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ସୂଚନା ଯୋଗ୍ୟ ଯେ ଏହି ଗାଡ଼ି ଜିଲ୍ଲାର ଜନସାଧାରଣଙ୍କ ସେବାରେ ଲାଗିବ ବୋଲି ଅଟୋ ସଂଘ କହିଛି ।

ଭବାନୀପାଟଣାରେ ମିଲେଟ ଟିଫିନ୍ ସେଣ୍ଟର ଉଦଘାଟିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ମା’ ଦୁର୍ଗା ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ମିଶନ ଶକ୍ତି ମିଲେଟ ଟିଫିନ୍ ସେଣ୍ଟରକୁ ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା ଉଦଘାଟନ କରିଛନ୍ତି ।

ଜିଲ୍ଲାରେ ମାଣ୍ଡିଆରେ ତିଆରି ହେଉଥିବା ଦ୍ରବ୍ୟ ଏହି ସେଣ୍ଟରରେ ବିକ୍ରି ହେବ ବୋଲି ଗୋଷ୍ଟି ସଦସ୍ୟା ପ୍ରକାଶ କରିଛନ୍ତି ।

Nuakhai wishes