ଜନକଲ୍ୟାଣ ସାମ୍ବାଦିକ ସଂଘର ବୈଠକ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁରାପାହାଡ ଠାରେ ଜନକଲ୍ୟାଣ ସାମ୍ବାଦିକ ସଂଘର ବୈଠକ ସଭାପତି ରାମ କୁମାର ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଯାଇଛି ।

ଏଥିରେ ସମସ୍ତ ସାମ୍ବାଦିକ ଯୋଗଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଲୋକଙ୍କ ପାଖରେ ଠିକ ଭାବରେ ନ ପହଞ୍ଚିବା,ଉକ୍ତ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଆଦି ଉପରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ବେନ ଗାଁ ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବେନ ଗାଁ ପଞ୍ଚାୟତରେ ଆଜି ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ଶବର ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ ଓ ୱାର୍ଡ ପ୍ରତିନିଧି ଲୋକଙ୍କ ଅଭିଯୋଗକୁ ସମାଧାନ କରିଥିଲେ ।

ବିଦ୍ୟୁତ ଗଲେ ନେଟୱର୍କରୁ ବଞ୍ଚିତ ବେନ ଗାଁ ଲୋକେ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଉପାନ୍ତ ଅଞ୍ଚଳ ବେନ ଗାଁରେ ବିଭିନ୍ନ କମ୍ପାନୀର ନେଟୱର୍କ ସ୍ଥାପନ ହୋଇଛି ହେଲେ ବିଦ୍ୟୁତ ଗଲେ ନେଟୱର୍କ ବନ୍ଦ ରହୁଥିବାରୁ ଲୋକେ ଜରୁରୀ ସମୟରେ ଯୋଗାଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ।

ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

ବଡଘୁମେରରେ ବେଦ ପ୍ରକାଶ ଆଶ୍ରମର ଶିଳାନ୍ୟାସ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ବଡଘୁମେର ଠାରେ ଆଜି ବିଶ୍ଵ ଶାନ୍ତି ମହାଯଜ୍ଞ ଓ ବେଦ ପ୍ରକାଶ ଆଶ୍ରମର ଶିଳାନ୍ୟାସ ଉତ୍ସବ ଡ଼ଃ ସୁଦର୍ଶନ ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ହୋଇଯାଇଛି ।

ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।ଗ୍ରାମର ବରୁଣ ମାଝୀ ୧. ୭୦ ଏକର ଜମି ଦାନ ଦେଇଛନ୍ତି ।

୪ଗୋଟି ଗାଁ ସମସ୍ୟା ଉପରେ ଆଲୋଚନା କଲେ ବ୍ଲକ ଅଧ୍ୟକ୍ଷ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଆଜି ତାଙ୍କ ବାସଭବନରେ ୪ଗୋଟି ଗ୍ରାମର ଲୋକଙ୍କ ସହିତ ଗାଁ ଗୁଡିକରେ ରହିଥିବା ସମସ୍ୟା ଓ ତାର ସମାଧାନ ଦିଗରେ ଆଲୋଚନା କରିଥିଲେ ।

ଝଡ ତୋଫାନରେ ଉଡ଼ିଲା ଆଜବେଷ୍ଟସ, ୩ ପରିବାର କ୍ଷତିଗ୍ରସ୍ତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଛତ୍ରପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଚାନକ ଝଡ ତୋଫାନ ଓ ବର୍ଷା ହେବାରୁ ରାମେଶ୍ବର ନାଗ,ସୁକାଇ ମତି,ଵନବୁଲ ଦୁର୍ଗା ଆଦି ୩ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ।

ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେମାନେ କହିଛନ୍ତି।

ଦିନକୁ ଦିନ ଜଙ୍ଗଲରେ ଲାଗୁଛି ନିଆଁ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଏକ ବନ ପାହାଡ଼ ଘେରା ଅଂଚଳ ଯାହାକୁ ଦ୍ୱିତୀୟ କାଶ୍ମୀର ବୋଲି କୁହାଯାଏ ହେଲେ କିଛି ଦୁର୍ବୁତ୍ତ ପରିବେଶ ବିରୋଧୀ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇଦେବା କାରଣରୁ ଗଛ ପତ୍ର ଦିନକୁ ଦିନ ପୋଡି ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି ହେଲେ ବନବିଭାଗ ନିଆଁ ଆୟତ୍ତ କରିପାରୁନିକି ଅପରାଧୀଙ୍କୁ ଧରିପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ତୁରନ୍ତ ଏଭଳି ଦିନକୁ ଦିନ ଜଙ୍ଗଲ ନଷ୍ଟକୁ ବନବିଭାଗ ଦୃଷ୍ଟି ଦେବାକୁ ଅଂଚଳ ବାସୀ ଦାବୀ କରିଛନ୍ତି ।

Nuakhai wishes