କଳାହାଣ୍ଡି ଜେଲ୍ ପାଚେରୀ ଡେଇଁ ବିଚାରାଧୀନ କଏଦୀ ଫେରାର
କାଲି ବିଳମ୍ବିତ ରାତିରେ ଜେଲ୍ ପାଚେରୀ ଡେଇଁ ଫେରାର ହୋଇଛି ଅଭିଯୁକ୍ତ।ଫେରାର ଅଭିଯୁକ୍ତ ସଦର ଥାନା ଠେମାରା ଗାଁର ଜଗନ୍ନାଥ ଶବର। ୩ ଚୋରି ମାମଲାରେ ୨ ମାସ ହେଲା ଜେଲ୍ରେ ଥିଲା।
Credible Local News of Odisha
କାଲି ବିଳମ୍ବିତ ରାତିରେ ଜେଲ୍ ପାଚେରୀ ଡେଇଁ ଫେରାର ହୋଇଛି ଅଭିଯୁକ୍ତ।ଫେରାର ଅଭିଯୁକ୍ତ ସଦର ଥାନା ଠେମାରା ଗାଁର ଜଗନ୍ନାଥ ଶବର। ୩ ଚୋରି ମାମଲାରେ ୨ ମାସ ହେଲା ଜେଲ୍ରେ ଥିଲା।
ଧର୍ମଗଡ଼ ଆମପାଣି ଥାନା ପୋଡ଼ାଗୁଡ଼ା ଗାଁରେ ଶଳାଭିଣୋଇଙ୍କ ମୃତ୍ୟୁ ଘଟିଛି। ଜମିରେ ପାଣି ମଡ଼ାଇବା ବେଳେ ମୋଟର୍ରେ ସର୍ଟସର୍କିଟ୍ ହୋଇଥିଲା।
ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ସେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ପ୍ରଥମ କିସ୍ତି ବାବଦରେ ୧୦ ଲକ୍ଷ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି।
ଭିଜିଲାନ୍ସ ପକ୍ଷରୁ ରେଡ୍ ବେଳେ ଉପଜିଲ୍ଲାପାଳଙ୍କ ଘରୁ ୪୭ ଲକ୍ଷ ଟଙ୍କା ମିଳିଛି। ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି।୨୦୨୧ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଧୀମାନ।
ଧର୍ମଗଡ଼ କୋକସରା ଥାନା ଏନ୍ଏଚ୍-୨୬ ଚାରବାହାଲ ନିକଟରେ ଦୁର୍ଘଟଣା ଘଟିଛି।
ସମସ୍ତ ଗୁରୁତର ଯାତ୍ରୀଙ୍କୁ ଜୁନାଗଡ଼ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।ଭୁବନେଶ୍ବରରୁ ଉମରକୋଟ ଯାଉଥିଲା ଯାତ୍ରୀବାହି ବସ୍।
ଧର୍ମଗଡ଼ କୋକସରା ଥାନା ଏନ୍ଏଚ୍-୨୬ ଚାରବାହାଲ ନିକଟରେ ଦୁର୍ଘଟଣା ଘଟିଛି।
ସମସ୍ତ ଗୁରୁତର ଯାତ୍ରୀଙ୍କୁ ଜୁନାଗଡ଼ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।ଭୁବନେଶ୍ବରରୁ ଉମରକୋଟ ଯାଉଥିଲା ଯାତ୍ରୀବାହି ବସ୍।
ଧର୍ମଗଡ଼ କୋକସରା ଥାନା ବିଜୁ ଏକ୍ସପ୍ରେସ୍ ୱେ ବେହେରା ଛକରେ ଦୁର୍ଘଟଣା ଘଟିଛି।
ସାଇକେଲରେ ଯାଉଥିବା ବେଳେ ଧକ୍କା ଦେଲା ଆମ୍ବୁଲାନ୍ସ। ପରିବାର ସହ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି।
ଧର୍ମଗଡ଼ କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ଅନାସ୍ଥା ଭୋଟିଂରେ ହାରିଲେ।
ବ୍ଲକ ଅଧ୍ୟକ୍ଷାଙ୍କ ବିପକ୍ଷରେ ପଡ଼ିଲା ସମସ୍ତ ଭୋଟ୍।
ଲୁଟେରାଙ୍କ ଠାରୁ ନଗଦ ସାଢ଼େ ୩ କୋଟି ଟଙ୍କା ଜବତ କରିଛି ପୁଲିସ।ଧର୍ମଗଡ଼ରୁ ୮ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ ସହ ଟଙ୍କା ଜବତ କରିଛି ପୁଲିସ।
ଗିରଫ ୮ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ହୋଇଥିବା ସୂଚନା ମିଳିଛି।
ଧର୍ମଗଡ଼ ସହରରେ ଥିବା ଏକ ମଦ ଭାଟିରୁ ବଡ଼ଧରଣର ଲୁଟ୍ ହୋଇଛି।ମଦ ଭାଟି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ୮ ଦୁର୍ବୃତ୍ତ।
ଘଟଣାସ୍ଥଳରେ କଳାହାଣ୍ଡି ଏସ୍ପିଙ୍କ ସହ ଅନ୍ୟ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗୋଲାମୁଣ୍ଡା ଥାନା କାର୍ଲି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।
ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପୁଲିସ ଛାନଭିନ୍ କରୁଛି। ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି।