ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ଦ୍ଵାରା ମାଉସୀ ମନ୍ଦିର ଶିଳାନ୍ୟାସ

କଳାହାଣ୍ଡି ଜିଲ୍ଲା ଏମ ରାମପୁର ଚରିଛକ ଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ୩ଲକ୍ଷ ଅନୁଦାନରୁ ନିର୍ମାଣ ହେବାକୁ ଥିବା ମାଉସୀ ମନ୍ଦିରର ଶିଳାନ୍ୟାସ ଆଜି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଦ୍ଵାରା ଅନୁଷ୍ଟିତ ହୋଇଛି ।

ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମନ୍ଦିର ସଦସ୍ୟ ଉପସ୍ଥିତ ଥିଲେ ।

କଲମପୁରରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆଜି ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଛି ।

ବିଇଓ ହରିଶଙ୍କର ବାଘ ପତାକା ଦେଖାଇ ଉଦଘାଟନ କରିଥିଲେ ।ଏହି ରଥ ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ପାଠ ପ୍ରତି ଶିଶୁମାନେ ଯେପରି ଆକର୍ଷିତ ହେବେ ସେନେଇ ଲୋକଙ୍କ ଠାରେ ସଚେତନତା ସୃଷ୍ଟି କରିବ ।

ଦ୍ଵିତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଆଜି ଠାରୁ ୩ଦିନ ଧରି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ ହୋଇଛି ।

ଏଥିରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀଙ୍କ ଚିକିତ୍ସା କରିବେ ବୋଲି ମୁଖ୍ୟ ଅଧିକାରୀ କସ୍ତୁରୀ ମିଶ୍ର ସୂଚନା ଦେଇଛନ୍ତି ।

ବିଦ୍ୟାଳୟ ପରିଦର୍ଶନ କରି ସମସ୍ୟା ବୁଝିଲେ ସରପଞ୍ଚ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ରାଜାପଡା ପ୍ରାଥମିକ ବିଦ୍ୟାଳୟକୁ ଆଜି ସରପଞ୍ଚ ସରସ୍ଵତୀ ମୁଣ୍ଡା ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ ।

ତାଙ୍କ ଗସ୍ତବେଳେ କନିଷ୍ଠ ଯନ୍ତ୍ରୀ,ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

ଭବାନୀପାଟଣାରେ ଜିଲ୍ଲାପରିଷଦ ପ୍ରଥମ ବୈଠକ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଆଜି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ଜିଲ୍ଲାପାଳ,ବିଭିନ୍ନ ବ୍ଲକର ଅଧ୍ୟକ୍ଷ,ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।ବିଶେଷ କରି ପାନୀୟ ଜଳ ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିଲା ।

ଭବାନୀପାଟଣାରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସର୍ବ ଶିକ୍ଷା ଅଭିଯାନ ତରଫରୁ ବାହାରିଥିବା ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲା ଉଚ୍ଚ ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର ।

ଏହି ରଥ ପ୍ରତ୍ୟେକ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିବ ।

ଗାଁ ଗାଁ ଯାଇ ରାସନ ଚାଉଳ ବାଣ୍ଟିଲେ ସରପଞ୍ଚ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ ଆଜିଠାରୁ ଗାଁ ଗାଁ ଯାଇ ହିତାଧିକାରୀଙ୍କୁ ରାସନ ଚାଉଳ ବଣ୍ଟନ କରିଛନ୍ତି।

ସରପଞ୍ଚଙ୍କ ଏଭଲି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ମନରେଗା ପାଉଣା ନମିଳିବା ନେଇ ଶ୍ରମିକଙ୍କ ଦାବିପତ୍ର

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ କୁମଖାଲ ପଞ୍ଚାୟତ ଶ୍ରମିକମାନେ ମନରେଗା ଯୋଜନାରେ କାମ କରିଥିଲେ ମଧ୍ୟ ବର୍ଷେ ହେଲା ମଜୁରୀ ମିଳୁନଥିବା ଅଭିଯୋଗରେ ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଳକ ଉପାଧ୍ୟକ୍ଷ ସଞ୍ଜୟ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Nuakhai wishes