ନଲ୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

କଳାହାଣ୍ଡି ଜିଲ୍ଲାପାଳ ଡ଼ଃ ଗଭାଲି ପରାଗ ହରସଦଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି ।

ଏଥିରେ ଏସପିଙ୍କ ସମେତ ଜିଲ୍ଲା ଓ ବ୍ଳକ ସ୍ତରୀୟ ପଦାଧିକାରୀ ଯୋଗଦେଇ ଲୋକଙ୍କ ଅଭିଯୋଗ ଉପରେ ଶୁଣାଣି କରିଥିଲେ ।

ଲାଞ୍ଜିଗଡ଼ ବ୍ଲକର ୨୬ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଟିତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ୨୬ଟି ପଞ୍ଚାୟତରେ ଆଜି ସ୍ୱତନ୍ତ୍ର ଗ୍ରାମସଭା ସଂପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଛି ।

ଏଥିରେ ପଞ୍ଚାୟତ ପ୍ରତିନିଧି,ଅଙ୍ଗନୱାଡ଼ି,ଆଶା,ବିଭିନ୍ନ ଗ୍ରାମର ଜନସାଧାରଣ ଯୋଗଦେଇ ରହିଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ଉଲ୍ଲାଦାନୀ ପଞ୍ଚାୟତ ଗସ୍ତ

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଆଜି ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଉଲ୍ଲାଦାନୀ ପଞ୍ଚାୟତ ଗସ୍ତରେ ଆସି ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ସହିତ ଆଲୋଚନା କରି ତାର ସମାଧାନ ଦିଗରେ ପ୍ରତିଶ୍ରୁତି ଦେଇଛନ୍ତି ।

ପଞ୍ଚାୟତର ଉନ୍ନତି ପାଇଁ ପ୍ରତିନିଧି ନେଲେ ଶପଥ

କଳାହାଣ୍ଡି ଜିଲ୍ଲା କଲମପୁର ଓ ଦେପୁର ପଞ୍ଚାୟତରେ ଆଜି ଅନୁଷ୍ଠିତ ସ୍ଵତନ୍ତ୍ର ଗ୍ରାମସଭା ଅବସରରେ ସମ୍ପ୍ରସାରଣ ଅଧିକାରୀ କରୁଣାକର ବାଘ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ପାନୀୟଜଳ, ସାମାଜିକ ତଥା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଲୋକଙ୍କୁ କହି ଶପଥ ନେଇଥିଲେ ।

ଲାଞ୍ଜିଗଡ଼ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ପଞ୍ଚାୟତରେ ଆଜି ଜାତୀୟ ପଞ୍ଚାୟତିରାଜ ଅବସରରେ ସ୍ବତନ୍ତ୍ର ଗ୍ରାମସଭା ସରପଞ୍ଚ ସୁଶ୍ରୀ ମମତା ସବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା

ଏଥିରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ନାଏକ ସରପଞ୍ଚ,କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜନସାଧାରଣ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ପ୍ରସ୍ତାବ ରଖିଥିଲେ ।

ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇଁ ଅଡିଶନ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଶ୍ଵନାଥପୁର ଠାରେ ଆଜି ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇଁ କଳାକାରମାନଙ୍କର ଅଡିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବ୍ଳକ ସଂସ୍କୃତି ସଂଘ ସଭାପତି ତଥା ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ କଳାକାର ଆସି ତାଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ।

ବୋର୍ଡ଼ାରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବୋର୍ଡ଼ରେ ଆଜି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା ।

ଏଥିରେ ଆଖପାଖ ଅଞ୍ଚଳର ବହୁ ରୋଗୀ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି ।ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ ଏହି ସ୍ବାସ୍ଥ୍ୟ ଯୋଜନାରେ ସାମିଲ ହେବାକୁ ସବୁ ବର୍ଗର ଲୋକଙ୍କୁ ପରାମର୍ଶ ଦେଇଥିଲେ ।

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ସହ ଆଲୋଚନା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ସଭାଗୃହ ଠାରେ ଆଜି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହିତ ଜିଲ୍ଲାର ଲୋକ ପ୍ରତିନିଧିମାନେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

Nuakhai wishes