୫ଟି ସ୍କୁଲ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଜିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷ

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଆଜି ଏମ ରାମପୁର ବ୍ଳକ ଡମ କଲ୍ଲାଖୁଣ୍ଟା ପଞ୍ଚାୟତ ପରିଦର୍ଶନରେ ଆସି ଲୋକଙ୍କ ସମସ୍ୟା ବୁଝିବା ସହ ଚାଲିଥିବା ୫ଟି ସ୍କୁଲର କାମ ଉପରେ ତଦାରଖ କରିଥିଲେ ।

ଅଧିକାରୀଙ୍କୁ ସମ୍ମାନିତ କଲା ବଣିକ ସଂଘ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଜଗନ୍ନାଥ ମନ୍ଦିର ଠାରେ ଆଜି ବଣିକ ସଂଘ ବୈଠକ ସମ୍ବିତ ଅଗ୍ରୱାଲଙ୍କ ସଭାପତିିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ସଭାରେ ବ୍ଲକର ସମସ୍ତ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ମାଓବାଦୀର ଆତ୍ମସମର୍ପଣ

ନିଜ ମୁଣ୍ଡ ଉପରେ ପାଞ୍ଚଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଜଣେ ମାଓବାଦୀ ଆଜି କଳାହାଣ୍ଡିରେ ପୁଲିସ ସାମ୍ନାରେ ଆତ୍ମସମର୍ପଣ କରିଛି।

ଆତ୍ମ ସମର୍ପଣ କରିଥିବା ୩୦ ବର୍ଷ ବୟସ୍କ ମାଓବାଦୀର ନାମ ଲାଲସୁ ଓରଫ ସେଣ୍ଢୁ ଓରଫ ଲକ୍ଷ୍ମଣ ଅପକା ବୋଲି ପୁଲିସ କହିଛି।

ଲଘୁ ଖଣିଜର ଲିଜ ସକାଶେ ଟେଣ୍ତର ବିଜ୍ଞପ୍ତି

କଳାହାଣ୍ତି ଜିଲ୍ଲା ନର୍ଲା ତହସିଲ ଅଧିନରେ ଥିବା ଲଘୁ ଖଣିଜର ଲିଜ ସକାଶେ ପ୍ରଶାସନ ତରଫରୁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ମଇ ୦୯ ଯାଏ ବିଡ ଆବେଦନ କରିପାରିବେ।

ଡିଜେ ଗାଡି ଓଲଟି ଜଣେ ମୃତ, ୧୦ ଆହତ

କଲାହାଣ୍ଡି ଜିଲ୍ଲାର ଧର୍ମଗଡ଼ -ଜୁନାଗଡ଼ ରାସ୍ତାର ବଣ୍ଡାକୁଟୁରା ଠାରେ ଏକ ଡ଼ିଜେ ଗାଡି ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଥିବା ସ୍ଥାନୀୟ ପୁଲିସ କହିଛି l
ଆହତ ମାନଙ୍କୁ ଭବାନୀପାଟଣା ଓ ଜୁନାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l

ଗୁପ୍ତଧନ ପାଇବା ଆଶାରେ ବାପାକୁ ବଳି ଦେବାକୁ ପୁଅର ଉଦ୍ୟମ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବେଳପଡା ଠାରେ ଶୁକ୍ରବାର ଲିଙ୍ଗରାଜ ଭୋଇ ନାମକ ଜଣେ ବ୍ୟକ୍ତି ନିଜ ବାପା ବଳଦେବ ଭୋଇଙ୍କୁ ପୂଜକ ଚିତ୍ରସେନ ରଣା ସହ ମିଶି ଫୁଲମାଳା ପିନ୍ଧାଇ ବଳି ଦେବାକୁ ଉଦ୍ୟମ କରୁଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କରିଥିଲା।

ପୁଲିସ ଲିଙ୍ଗରାଜକୁ ଗିରଫ କରିଛି।

କଳାହାଣ୍ଡି ଏସ୍‌ପି ହେଲେ ଅଭିଳାଷ ଜି

ଆଇପିଏସ ଅଫିସର ଅଭିଳାଷ ଜିଙ୍କୁ ରାଜ୍ୟ ସରକାର କଳାହାଣ୍ଡି ଏସ୍‌ପି ଭାବେ ନିଯୁକ୍ତ କରିଛନ୍ତି।

ଆଜି ରାଜ୍ୟ ସରକାର ଭାରତୀୟ ପୁଲିସ ସେବା ଅଧିକାରୀ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି।

ଭବାନୀପାଟଣାରେ ନିଯୁକ୍ତି ମେଳା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିୟୋଜନ କାର୍ଯ୍ୟଳୟ ଠାରେ ଆଜି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଆଖପାଖ ଅଞ୍ଚଳର ବହୁ ବେକାରୀ ଯୁବକ ଯୁବତୀ ସାମିଲ ହୋଇ ବିଭିନ୍ନ କର୍ମ ସଂସ୍ଥାନ ଉପରେ ଅଭିଜ୍ଞତା ହାସଲ କରିଥିଲେ ।

Nuakhai wishes