୨୫ କୋଟି ଜରିମାନା ଦେବ ବେଦାନ୍ତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଓ କ୍ୟାପଟିଭ୍ ପ୍ଲାଣ୍ଟ ସମ୍ପ୍ରସାରଣ ବେଳେ ପରିବେଶ ଆଇନ ଉଲ୍ଲଙ୍ଘନ କରିଥିବାରୁ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏକ ମାସ ମଧ୍ୟରେ ୨୫ କୋଟି ଟଙ୍କା ଜରିମାନା ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛି।

୨୦୧୫ ନଭେମ୍ବର ୨୦ରେ ପରିବେଶ ଅନୁମତି ବିରୋଧରେ ହୋଇଥିଲା ପିଟିସନ୍।

ବିଡ଼ିଓ ଓ ଅଧ୍ୟକ୍ଷଙ୍କୁ ପଞ୍ଚାୟତ ଡାଏରୀ ପ୍ରଦାନ

କଳାହାଣ୍ଡି ଜିଲ୍ଲା ଗସ୍ତରେ ଆଜି ଓଡ଼ିଶା ପଞ୍ଚାୟତ ଡାଏରୀ ପ୍ରକାଶନର ପ୍ରତିନିଧି ସତ୍ୟ ନାରାୟଣ ପ୍ରଧାନ ଆସି ବିଡ଼ିଓ ବିନୟ କୁମାର ଭୋଇ ଓ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁଙ୍କୁ ପଞ୍ଚାୟତ ଡାଏରୀ ପ୍ରଦାନ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

କାଳବୈଶାଖୀ ପ୍ରଭାବରେ ୨ଘର ଭାଙ୍ଗିଲା,ସହାୟତା ଦାବି

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ରସବଣ୍ଡେଲ ଗ୍ରାମରେ କାଳବୈଶାଖୀ ବର୍ଷା ପ୍ରଭାବରେ ଧନୁ ମାଝୀ ଓ କୁମ୍ବେ ମାଝୀଙ୍କ ଘରର ଆଜବେଷ୍ଟସ ଭାଙ୍ଗିରୁଜି ଯାଇଛି ।ଫଳରେ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ପ୍ରଶାସନ ଠାରେ ଦାବୀ କରିଛନ୍ତି ।

ଟ୍ରେଲର ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର

ଆଜି ସକାଳେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଆଦର୍ଶ ଥାନା ନିକଟରେ ଏକ ଟ୍ରେଲର ଧକ୍କାରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

ଜୁନାଗଡ଼ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ବ୍ଲକର ବିଭିନ୍ନ ଗ୍ରାମର ଲୋକେ ଆସି ତାଙ୍କର ବ୍ୟକ୍ତିଗତ,ସାମୁହିକ ସମସ୍ୟା ଉପରେ ଶୁଣାଣି କରି ସମାଧାନ କରାଯାଇଥିଲା ।

Nuakhai wishes