ପୁଣି ଘୁଞ୍ଚିଲା ଜଗବନ୍ଧୁଙ୍କ ଜାମିନ ଶୁଣାଣି

ହନିଟ୍ରାପ୍‌ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଜାମିନ ଶୁଣାଣି ଆସନ୍ତା ୩୦ ତାରିଖରେ ହାଇକୋର୍ଟରେ ହେବ।

ଇଡି ପକ୍ଷରୁ ଦାୟର ମାମଲାରେ ଜାମିନ ମାଗିଛନ୍ତି ଜଗବନ୍ଧୁ। ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ଜଗବନ୍ଧୁଙ୍କୁ ଜାମିନ ମିଳିଛି।

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ଆଜିଠୁ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି

କିଛି ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସୁରକ୍ଷିତ ରହିବା ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର।

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ଅର୍ଥ ମନ୍ତ୍ରୀ ସୀତାରମଣଙ୍କ ସହ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି।

ଏହା ପରେ ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବାଲୁକା କଳା ବୁଲି ଦେଖିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ‘ମୋ ମାଟି ମୋ ଦେଶ’ ଥିମ୍‌ ଉପରେ ପ୍ରସ୍ତୁତ ବାଲୁକା କଳା ଦେଖିଲେ।

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆର ଦାଖଲ

ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଜି ଡିଏମଆରସି ପକ୍ଷରୁ ମୁଖ୍ୟ ସଚିବଙ୍କୁ ଦିଆଯାଇଥିବା ଡିପିଆର ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ବିମାନବନ୍ଦରରୁ ତ୍ରିଶୁଳିଆ ଛକ 26 କିମିର ମେଟ୍ରୋ ରେଳ ରାସ୍ତା ଉପରେ ଉପରେ ଯିବ ଏବଂ ପ୍ରାୟ 450 ଟି ପିଲର ଉପରେ ଏହା ଦୌଡିବ l
26 କିମି ମଧ୍ୟରେ 20 ଟି ଷ୍ଟେସନ ରହିବ l ପରେ ଏହି ପ୍ରକଳ୍ପରେ ଖୋର୍ଦ୍ଧା ଓ ପୁରୀ ସାମିଲ ହେବ l

ଫେବୃଆରୀ 14 ରୁ ମାର୍ଚ୍ଚ 13 ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷା

ଯୁକ୍ତ ଦୁଇ ପରିଷଦ ପକ୍ଷରୁ ଆଜି ପ୍ରକାଶ ପାଇଥିବା ବାର୍ଷିକ କ୍ୟାଲେଣ୍ଡର ଅନୁଯାୟୀ ଆସନ୍ତା ଫେବୃଆରୀ 14 ରୁ ମାର୍ଚ୍ଚ 13 ତାରିଖ ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ l
ସେପ୍ଟେମ୍ବର 15 ରୁ 30 ମଧ୍ୟରେ ଏକ୍ସରେଗୁଲାର ଏବଂ ନଭେମ୍ବର 10 ରୁ 25 ତାରିଖ ମଧ୍ୟରେ ରେଗୁଲାର ଛାତ୍ରଛାତ୍ରୀ ମନେ ଫର୍ମ ଫିଲଅପ କରିବେ l
ପରୀକ୍ଷା ଫଳ ଏପ୍ରିଲ ଶେଷ କିମ୍ବା ମେ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି କୁହାଯାଇଛି l

ଭିନ୍ନକ୍ଷମ ବିଦ୍ୟାଳୟ ରେ ୭୭ତମ ସ୍ବାଧୀନତା ଦିବସ ପାଳିତ

ସୋନପୁର ସ୍ଥିତ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟ ରେ ଆଜି ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ଉପ ସଭାପତି ହରିନାରାୟଣ ତ୍ରିପାଠୀଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟ ର ଭିନ୍ନକ୍ଷମ ପିଲାମାନେ ଜିଲ୍ଲା ସ୍ତରୀୟ ପେରେଡରେ ଭାଗନେଇଥିଲେ ଏବଂ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସିଲ୍ ଦେଇ ପୁରସ୍କୃତ କରାଯାଇଥିଲା।ଅପରାହ୍ନ ରେ ନେହେରୁ ଯୁବ କେନ୍ଦ୍ର ସୋନପୁର ତରଫରୁ ବିଦ୍ୟାଳୟ କ୍ୟାମ୍ପସରେ ସମ୍ପାଦକ ଉତ୍ତମ ଚରଣ ଦେହୁରୀଙ୍କ ତତ୍ତ୍ୱାବଧାନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନାଳରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଜାମଦର ଗାଁ ନାଳରୁ ମୃତଦେହ ଉଦ୍ଧାର ହୋଇଛି।

ହତ୍ୟା କରି କେହି ଫିଙ୍ଗିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

୭ଟି ନୂଆ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି

ନୂଆ ରେଳ ପ୍ରକଳ୍ପରେ ଖର୍ଚ୍ଚ ହେବ ୩୨ ହଜାର ୫୦୦ କୋଟି ଟଙ୍କା ।

୯ ରାଜ୍ୟର ୩୫ ଜିଲ୍ଲା ଏହି ନୂଆ ରେଳ ପ୍ରକଳ୍ପରେ ସାମିଲ ହେବ । ଏଥିରେ ଓଡ଼ିଶା ପ୍ରକଳ୍ପ ସାମିଲ ହୋଇଛି।

ମାର୍କେଟ ବିଲ୍ଡିଂରେ ପୁଣି ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୁଣି ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ ହୋଇଛନ୍ତି।

ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ବିରୋଧ କରୁଥିବା ବେଳେ ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହୋଇଛନ୍ତି।

ନାବାଳିକା ମୃତ୍ୟୁ ମାମଲା: ଭାଇରାଲ ଅଡିଓର ତଦନ୍ତ ଆରମ୍ଭ

କଟକ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଭାଇରାଲ ଅଡିଓର ତଦନ୍ତ ଆରମ୍ଭ ହୋଇଛି।

ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ତଦନ୍ତ କରୁଛନ୍ତି। ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି କହିଲେ କଟକ ଏସପି। ଯିଏ ବି ଦୋଷୀ ପ୍ରମାଣିତ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Nuakhai wishes