ରାସ୍ତାକଡ଼ରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

କଟକ ବଡ଼ମ୍ବା ମାଣିଆବନ୍ଧ ଥାନା ତାଳମୁଣ୍ଡଳି-ଯୋଡୁମୁ ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର ହୋଇଛି।

ଯୁବକ ଜଣଙ୍କ ଯୋଡୁମୁ ଅଞ୍ଚଳର ବୋଲି ସୂଚନା ମିଳିଛି। କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଭ୍ୟାନ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ, ୪ ଗୁରୁତର

ବାଲେଶ୍ଵର ଜିଲ୍ଲା ଏନ୍‌ଏଚ୍‌ ୧୬ ରୁପ୍‌ସା ଛକ ନିକଟରେ ଦୁର୍ଘଟଣା ଘଟିଛି।

ରୋଗୀଙ୍କୁ ନେଇ ଭୋଗରାଇରୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।ସମସ୍ତ ୪ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବିଦ୍ୟୁତ ସମସ୍ୟା ନେଇ କଗ୍ରେସ ନେତାଙ୍କ ଅଧିକାରୀଙ୍କ ସହ ଆଲୋଚନା

କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ବିଭିନ୍ନ ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ଭାରତୀୟ ଜାତୀୟ କଂଗ୍ରେସର ରାଜ୍ୟ ମିଡିଆ ସେଲ ଉପାଧକ୍ଷ ତଥା ବରିଷ୍ଠ ନେତା ଇଂ ବିନୋଦ ବିହାରୀ ନାଏକ ତୁରୁମୁଙ୍ଗା ଠାରେ ତୁରୁମୁଙ୍ଗା ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ ଜନ୍ମେଜୟ ବେହେରା ଙ୍କୁ ଭେଟି ଏହାର ତ୍ୱରିତ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ।

ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ ସମସ୍ୟାକୁ ଗୁରୁତ୍ୱର ସହ ନେବା ସହିତ ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି।

ମାଗଣାରେ ମେଡିକାଲ ଓ ଇଂଜିନିୟରିଂ ପାଠ ପଢ଼ିବେ ଏସସି ଓ ଏସଟି ଛାତ୍ରଛାତ୍ରୀ

ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ମାଗଣାରେ ପଢ଼ିବେ।

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଳ ଆର୍ଥିକ ସହାୟତା ମିଳିବ। ସରକାରୀ ସ୍କୁଲରେ ପାଠପଢୁଥିବା ପିଲା ଏହି ଯୋଜନାରେ ସାମିଲ ହେବେ।

୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେବା ସମ୍ଭାବନା ରହିଛି।

ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

କମ୍ବିଂ ବେଳେ ବିଏସ୍‌ଏଫ୍ ଦ୍ୱାରା ଆଇଇଡି ଜବତ

ଫୁଲବାଣୀ ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ ପଞ୍ଚାୟତ ଟିକସପଦର ଜଙ୍ଗଲରୁ ଆଇଇଡି ଜବତ ହୋଇଛି।

ମାଓବାଦୀମାନେ ଖଞ୍ଜିଥିବା ସନ୍ଦେହ କରାଯାଉଛି। ସର୍ଚ୍ଚ ଅପରେସନ ଜାରି ରହିଛି।

ଟାଇମ୍‌ ବୋମାକୁ ନିଷ୍କ୍ରିୟ କଲା ସ୍କ୍ୱାଡ୍ ଟିମ୍‌

ତାଳଚେର ବିଧାୟକଙ୍କ କ୍ୟାମ୍ପରେ ବୋମା ପଡ଼ିଥିବା ଘଟଣାରେ ଟାଇମ୍‌ ବୋମାକୁ ନିଷ୍କ୍ରିୟ କଲା ଅନୁଗୁଳ ବୋମା ସ୍କ୍ୱାଡ୍ ଟିମ୍‌।

ଅଧ ଘଣ୍ଟାର ଅପରେସନ ପରେ ନିଷ୍କ୍ରିୟ ହେଲା ବୋମା। ବୋମାରେ ବିସ୍ଫୋରକ ଥିଲା କି ନାହିଁ ସେଥିପାଇଁ ଲ୍ୟାବ୍ ନିଆଯିବ। ବିଧାୟକଙ୍କ ଭରତପୁର କ୍ୟାମ୍ପ ଅଫିସରୁ ବୋମା ଜବତ ହୋଇଥିଲା।

ଟାଇମ୍‌ ବୋମାକୁ ନିଷ୍କ୍ରିୟ କଲା ସ୍କ୍ୱାଡ୍ ଟିମ୍‌

ତାଳଚେର ବିଧାୟକଙ୍କ କ୍ୟାମ୍ପରେ ବୋମା ପଡ଼ିଥିବା ଘଟଣାରେ ଟାଇମ୍‌ ବୋମାକୁ ନିଷ୍କ୍ରିୟ କଲା ଅନୁଗୁଳ ବୋମା ସ୍କ୍ୱାଡ୍ ଟିମ୍‌।

ଅଧ ଘଣ୍ଟାର ଅପରେସନ ପରେ ନିଷ୍କ୍ରିୟ ହେଲା ବୋମା। ବୋମାରେ ବିସ୍ଫୋରକ ଥିଲା କି ନାହିଁ ସେଥିପାଇଁ ଲ୍ୟାବ୍ ନିଆଯିବ। ବିଧାୟକଙ୍କ ଭରତପୁର କ୍ୟାମ୍ପ ଅଫିସରୁ ବୋମା ଜବତ ହୋଇଥିଲା।

ନଳକୂପ ଅଚଳ, ଦାବି ଜଣାଇଲେ ମହିଳା

ସଦର ବ୍ଲକ କବିତ୍ରା ମହାନ୍ତ ତୋଟା ସାହିରେ ନଳକୂପ ଅଚଳ ହୋଇ ଯାଇଥିବାରୁ ସଜାଡ଼ିବା ଦାବିରେ ମହିଳା ମାନେ ଆଜି ବ୍ଲକ କାର୍ଯ୍ୟାଳୟ ଆସି ଦାବି ଜଣାଇଛନ୍ତି। ହେମଲତା ମହାନ୍ତ, ସୂର୍ଯ୍ୟମଣି ମହାନ୍ତ, ସନ୍ଧ୍ୟାରାଣୀ ମହାନ୍ତ ସମେତ ବହୁ ମହିଳା ଦସ୍ତଖତ କରି ବିଡ଼ିଓ ଙ୍କୁ ଦାବି ଜଣାଇଛନ୍ତି।

ନଳକୂପ ଅଚଳ ଯୋଗୁଁ ବିଶେଷ କରି ପାଣି ପାଇଁ ମହିଳା ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଣୁ ତୁରନ୍ତ ନଳକୂପ ସଜଡ଼ା ନ ଗଲେ ଆନ୍ଦୋଳନ କରାଯିବ ବୋଲି ପଂଚାୟତ ସମିତି ସଦସ୍ୟା କିରଣ ବାଳା ନାୟକ କହିଛନ୍ତି।

Nuakhai wishes