ଥାନା ଅଧିକାରୀଙ୍କ ହାତରେ ରାଖୀ ବାନ୍ଧିଲେ ସ୍କୁଲ ଛାତ୍ରୀ

ନିଜ ଘର ପରିବାରଙ୍କୁ ଛାଡ଼ି ୨୪ ଘଣ୍ଟା ଜନସାଧାରଣଙ୍କୁ ସୁରକ୍ଷା ଆଉ ଆଇନ ଶୃଙ୍ଖଳା ଯୋଗାଉଥିବା ପୋଲିସଙ୍କୁ ବୁଧବାର ପବିତ୍ର ରକ୍ଷାବନ୍ଧନର ଅବସରରେ ରାକ୍ଷୀ ବାନ୍ଧିଭାଇ କରିଛନ୍ତି ତୁରୁମୁଙ୍ଗା ସ୍ଥିତ ବିଦ୍ୟାବାଟୀକା ଛାତ୍ରୀ ,ଛାତ୍ର ଓ ଶିକ୍ଷୟିତ୍ରୀମାନେ ।

ତୁରୁମୁଙ୍ଗା ଥାନା ଅଧିକାରୀ ଇନ୍ଦ୍ରଜିତ ବେହେରା ଓ ଅନ୍ୟପୋଲିସ୍ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ। ବିଦ୍ୟାବାଟୀକା ତରଫରୁ ରକ୍ଷା ବନ୍ଧନରେ ଭଉଣୀ ନିଜ ସୁରକ୍ଷା ପାଇଁ ଭାଇ ହାତରେ ରାଖି ବାନ୍ଧିବାର ନିଆରା ପରମ୍ପରା ସାଧାରଣରେ ପ୍ରଶଂସିତ ହୋଇଛି।

ଲଛିପୁର ସରସ୍ବତୀ ଶିଶୁ ବିଦ୍ୟାଲୟରେ ରକ୍ଷା ବନ୍ଦନ

ସୋନପୁର ବ୍ଲକ ଲଛିପୁର ସରସ୍ବତୀ ଶିଶୁ ବିଦ୍ୟାଲୟରେ ରକ୍ଷା ବନ୍ଦନ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଚାଷୀ କବି ରାଜୁ ସେନାପତି ଓ ମୁଖ୍ୟ ବକ୍ତା ଯୋଗିନ୍ଦ୍ର ଦାସ , ଓ ଅତିଥି ପରିଚୟ ଦେଇଥିଲେ। ସନ୍ତୋଷ ପୂରୋହିତ ସହୋଯୋଗରେ ସଭାପତି ଲକ୍ଷ୍ମିକାନ୍ତ ହୋତା ,ସଂପାଦକ ଦିଲିପ୍ ସାହୁ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

କାଲିଠାରୁ ଭୁବନେଶ୍ୱରରୁ ଟ୍ରେନ୍‌ ଯାତ୍ରା ସ୍ୱାଭାବିକ ହେବ

ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଭିତ୍ତିଭୂମି ବିକାଶ ଓ ନିରାପତ୍ତା କାର୍ଯ୍ୟ ଶେଷ ହୋଇଥିବାରୁ କାଲିଠାରୁ ଭୁବନେଶ୍ୱରରୁ ଟ୍ରେନ୍‌ ଯାତ୍ରା ସ୍ୱାଭାବିକ ହେବ ବୋଲି ସୂଚନା ଜାରି କରିଛି ପୂର୍ବତଟ ରେଲୱେ।

ମଞ୍ଚେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଆଜି ସିଗନାଲ ଯାଞ୍ଚ ହେବ। ରେଲୱେ ସେଫ୍ଟି କମିଶନର ୩ୟ ଲାଇନର ସିଗନାଲ ଯାଞ୍ଚ କରିବେ।

୨ ତାରିଖରୁ ରାଜ୍ୟରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ବର୍ଷା ସମ୍ଭାବନା ରହିଛି।

୪ ତାରିଖ ଠାରୁ ବିସ୍ତୃତ ବର୍ଷା ସମ୍ଭାବନା ଥିବା କହିଲା ପାଣିପାଗ କେନ୍ଦ୍ର।

କପଡ଼ା ଦୋକାନ ଗୋଦାମ ଘରେ ପୁଲିସର ରେଡ୍‌

ବଲାଙ୍ଗିର ଜିଲ୍ଲା ସୁଦପଡ଼ା ସ୍ଥିତ ଗୋଦାମ ଘରେ ଟାଉନ୍‌ ଥାନା ପୁଲିସ ରେଡ୍‌ କରୁଛି।

ନାମୀଦାମୀ କଂପାନୀର ଲୋଗୋ ଥିବା ନକଲି ପୋଷାକ ଜବତ ସହ ଜଣଙ୍କୁ ଅଟକ ରଖିଛି।

‘ସହଭାଗିତା’ ନାଁରେ ସହଯୋଗ ଲୋଡ଼ିଲା କମିଶନରେଟ୍‌ ପୁଲିସ

ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ ଓ ଚିହ୍ନଟ ପାଇଁ କମିଶନରେଟ୍‌ ପୁଲିସ ‘ସହଭାଗିତା’ ନାଁରେ ସହଯୋଗ ଲୋଡ଼ିଛି।

ମଲ୍‌, ମାର୍କେଟ, ବିଜନେସ ହାଉସ, ଆପାର୍ଟମେଣ୍ଟର ସହଯୋଗ ଲୋଡ଼ିଲା।ଲାଗିଥିବା ସିସିଟିଭି ଆଇପି ଠିକଣା ସେୟାର କରିବାକୁ ପରାମର୍ଶ ଦେଇଛି।ମିଳିଥିବା ସୂଚନାକୁ ପୋଲିସ ଗୁପ୍ତ ରଖିବ ବୋଲି ସ୍ପଷ୍ଟ କରିଛି।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଜଗତସିଂହପୁର ଜିଲ୍ଲା ବାଉରିଆପାଳନ୍ଦା ବସ୍ତିରୁ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି।

ଘଟଣା ପରଠାରୁ ସ୍ୱାମୀ ଫେରାର ଥିବାରୁ ସନ୍ଦେହ ଘନୀଭୂତ ହୋଇଛି।

ଚଳିତ ଅଗଷ୍ଟର ନିଅଣ୍ଟିଆ ବର୍ଷା

୧୯୦୧ ପରେ ଚଳିତ ଅଗଷ୍ଟର ନିଅଣ୍ଟିଆ ବର୍ଷା ସର୍ବନିମ୍ନ ଆକଳନ ହୋଇଛି।

ଅଗଷ୍ଟ ସରିବାକୁ ୨ ଦିନ ଥିଲା ବେଳେ ସ୍ୱାଭାବିକଠୁ ୩୩% କମ୍‌ ବର୍ଷା ହୋଇଛି। ଅଗଷ୍ଟରେ ସ୍ୱାଭାବିକ ବର୍ଷା ୨୪୧ ମି.ମି. ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୬୦.୩ ମି.ମି. ବର୍ଷା ହୋଇଛି।

ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱାଭାବିକ ହେଲା ସମସ୍ତ ନୀତିକାନ୍ତି

ଗତକାଲି ବଡୁ-ପୂଜାପଣ୍ଡା ନିଯୋଗ ବିବାଦ ଯୋଗୁ ବନ୍ଦ ରହିଥିଲା ନୀତିକାନ୍ତି।

ପଇତାଲାଗି ନୀତିକୁ ନେଇ ବିବାଦ ଦେଖାଦେଇଥିଲା। ଆଜି ସକାଳୁ ଶ୍ରୀଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି।

Exit mobile version