ଡବଲଙ୍ଗ ସାମ୍ବାଦିକ ଘରୁ ଉଦ୍ଦାର ହେଲା ଗୁଖର ନାଗ

ସୋନପୁର ବ୍ଲକ ଅନ୍ତର୍ଗତ ଡବଲଙ୍ଗ ସାମ୍ବାଦିକ ରାଜକୁମାର ମହାକୁରଙ୍କ ଘରୁ ଏକ ଗୋଖରନାଗ ସାପ ଉଦ୍ଦାର କରିଛନ୍ତି ଅଚୁତ୍ ବାବା।

ସାପ ପାଇଁ ପରିବାର ବହୁତ ଭୟ ଭିତ ଅବସ୍ଥାରେ ଥିଲେ ଖବର ପାଇ ସେ ସାପଧରୀ ନେଇ ଜଙ୍ଗଲ ମଧ୍ୟରେ ଛାଡିଛନ୍ତି।

ଉତ୍ତର-ପୂର୍ବ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ

ପ୍ରଭାବରେ ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଗଜପତି ଜିଲ୍ଲା ଅଡ଼ବା ଥାନା ପଟାଚାଞ୍ଛଡ଼ା ଗାଁର ଚାଷୀ ଗୌର ଚନ୍ଦ୍ର କାର୍ଜୀଙ୍କ ମୃତ୍ୟୁ ଘଟିଛି।

ଋଣ କରି ମକା ଓ ଧାନ କରିଥିଲେ, ଅମଳ ନ ହେବାରୁ ଚାପରେ ଥିଲେ, ଋଣଭାର ସହି ନ ପାରି କୀଟନାଶକ ପିଇଥିବା ପତ୍ନୀ ଅଭିଯୋଗ କରିଛନ୍ତି।ବ୍ରହ୍ମପୁର ଏମକେସିଜେରେ ଚିକିତ୍ସାଧୀନ ଅବସ୍ଥାରେ ଚାଷୀଙ୍କ ମୃତ୍ୟୁ ଘଟିଛି।

ପଥର ଖାଦାନରେ ବ୍ଲାଷ୍ଚିଂ ୫ ଆହତ

ବାଲେଶ୍ଵର ଜିଲ୍ଲା ବାଗୁଡ଼ି ପଥର ଖାଦାନରେ ବିସ୍ଫୋରଣ ବେଳେ ୫ ଜଣ ଆହତ ହୋଇଛନ୍ତି।

ବିସ୍ଫୋରଣରେ ଆହତ ୫ ଶ୍ରମିକ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଆସନ୍ତା ୧୮ ତାରିଖରେ ୩୧୪ ବ୍ଲକ ଘେରିବ କଂଗ୍ରେସ

ନିଯୁକ୍ତି, ପିସି କାରବାର ଓ ବିଦ୍ୟୁତ କାଟ୍ ବନ୍ଦ ସମେତ ୯ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ।

ପ୍ରେସ୍‌ମିଟରେ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, ସୁପରଭାଇଜର

ଭଦ୍ରକ ସିଡିପିଓ ସୁନନ୍ଦା ଦାସ, ସୁପରଭାଇଜର ସୁଲୋଚନା ବେହେରା ଧରାପଡ଼ିଛନ୍ତି।

ଚାକିରି ପାଇଁ ଡିଲ୍‌ ବେଳେ ୧୦ ହଜାର ନେଇ ଧରାପଡ଼ିଲେ ।

ମୋ କଲେଜ ଅଭିଯାନର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ କଲେଜରେ ଆଜି ମୋ କଲେଜ ଅଭିଯାନର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୋ କଲେଜ ଅଭିଯାନ ତରଫରୁ କଲେଜର ବିକାଶ ପାଇଁ ଆସୁଥିବା ଅନୁଦାନ ୩ଲକ୍ଷ ୬୩ହଜାର ଟଙ୍କା ବିନିଯୋଗ ଉପରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ୫ଟିରେ ଆସିବାକୁ ଥିବା ୧କୋଟି ଟଙ୍କାରେ କଲେଜରେ କେଉଁ କେଉଁ ଉନ୍ନତିକରଣ କାର୍ଯ୍ୟ ହେବ ସେନେଇ ବିଶଦ ଭାବେ ଆଲୋଚନା କରାଯାଇଥିଲା ।

କଟକ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର ହେଲେ ନନ୍‌

ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲାରେ କଟକ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର ହେଲେ ନନ୍‌।

ଗଣଦୁଷ୍କର୍ମ ମାମଲାରେ ଆଜି ନନ୍‌ଙ୍କ ସାକ୍ଷ୍ୟ ଗ୍ରହଣ ହେବ। ଫେରାର ଥିବା ଅଭିଯୁକ୍ତଙ୍କୁ ନେଇ ରୁଜୁ ମାମଲାରେ ସାକ୍ଷ୍ୟ ଦେବେ।

କ୍ରିପ୍ଚୋ ଚିଟ୍‌ଫଣ୍ଡ ସ୍କାମରେ ଆଉ ଜଣେ ଗିରଫ

ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଗିରଫ କଲା ଇଓଡବ୍ଲୁ।

ପୂର୍ବରୁ ଗିରଫ ଗୁରୁତେଜ୍‌ ଓ ନୀରଦର ନିକଟତମ ରତ୍ନାକର। ରତ୍ନାକର କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟରୁ ଏମ୍‌ଟେକ୍‌ କରିଥିବା ସୂଚନା ମିଳିଛି। ସେ ୟୁଟ୍ୟୁବ ଚ୍ୟାନେଲ୍ ଖୋଲି କ୍ରିପ୍ଚୋ ଚିଟ୍‌ଫଣ୍ଡର ପ୍ରଚାର କରୁଥିଲା।

Exit mobile version